ସରକାର କରିଦେଲେ ବଡ଼ ଘୋଷଣା – ମେଟ୍ରିକ ପରୀକ୍ଷା ରେ ହେବ ଏହି ସବୁ ପରିବର୍ତ୍ତନ

Exam

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ମେଟ୍ରିକ ଆସୋସମେଣ୍ଟ ପରିକ୍ଷା କୁ ନେଇ ଆସୁଛି କିଛି ବଡ ଖବର । ଆସନ୍ତା 10 ରୁ ମେଟ୍ରିକ ପରିକ୍ଷାର ଦ୍ୱିତୀୟ ସମେଟିଭ ଆରମ୍ଭ ହେବାକୁ ଯାଉଛି । ଏହି ନେଇ ଜାରି ହୋଇଛି ନୂଆ ଆପଡେଟ ଜାଣିବା ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ତେବେ ଆସନ୍ତା 10 ରୁ 20 ତାରିଖ ପର୍ଯ୍ୟନ୍ତ ଚାଲିବ ସମେଟିଭ 2 ପରିକ୍ଷା । ଏହିଥିରେ ହାଇସ୍କୁଲ ରାଜ୍ୟ ମୁକ୍ତ ବିଦ୍ୟାଳୟ ମଧ୍ୟମା ର 5 ଲକ୍ଷ 41 ହଜାର 247 ଜଣ ଛାତ୍ରଛାତ୍ରୀ 2318 ଟି କେନ୍ଦ୍ରରେ ପରିକ୍ଷା ଦେବେ । ଏହିଥି ପାଇଁ ମୂଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଙ୍କ ଅଦକ୍ଷତା ରେ ଏକ ବୈଠକ ଅନୁଷ୍ଟିତ ହୋଇଜାଇଛି ।

school

ତେବେ ତୃଟି ଶୂନ୍ୟ ଭାବେ ପରିକ୍ଷା ପରିଚାଳନା କରିବା ଉପରେ ଗୁରୁତ୍ୱ ଦିଆଜାଇଛି । ପରିକ୍ଷା ହଲ କୁ ଯାଉଥିବା ଛାତ୍ରଛାତ୍ରୀ ଏବଂ ପରିକ୍ଷା ପରିଚାଳନା ସହିତ ସଂମ୍ପୃକ୍ତ ବ୍ୟକ୍ତି ଙ୍କୁ ଭଲ ଭାବା ଯାଞ୍ଚ କରି କେନ୍ଦ୍ର କୁ ଛାଡିବାକୁ ନିର୍ଦ୍ଧେଶ ଦିଆଜାଇଛି । ପ୍ରଶ୍ନ ଏବଂ ଉତ୍ତର ଖାତା ରହିଥିବା ଷ୍ଟ୍ରଙ୍ଗ୍ ରୁମରେ 24 ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଧେଶ ଦିଆଜାଇଛି ।

ତେବେ ପରିକ୍ଷା କେନ୍ଦ୍ର ଗୁଡିକୁ ଆଜି ଠାରୁ ପ୍ରଶ୍ନ ପତ୍ର ପହଁଚଥିବା ଆରମ୍ଭ ହୋଇଛି । ମୋଟ 316 ଟି ନୋଡାଲ ସେଣ୍ଟର ହୋଇଥିବା ବେଳେ କନ୍ଧମାଳ , କୋରାୁପୁଟ ଏବଂ ମାଲକାନା ଗିରିରେ ପୋଲିସ ଷ୍ଟେସନ ରେ ନୋଡାଲ ସେଣ୍ଟର ହୋଇଛି । ତେବେ ପରିକ୍ଷା ଶେଷ ହେବା ପରେ 56 କେନ୍ଦ୍ରରେ ଖାତା ଦେଖା ପାଇଁ ବ୍ୟବସ୍ଥା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *