୬୦ ବର୍ଷରେ ବିବାହ କଲେ ତେଲୁଗୁ ଷ୍ଟାର ମହେଶ ବାବୁଙ୍କ ଭାଇ ନରେଶ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କୁହାଯାଏ ପ୍ରେମ ନା ଦେଖେ ବୟସ ନା ଦେଖେ ଜାତି । ଆଉ ଏବେ ଏହି ଧାରାରେ ସାମିଲ୍ ହୋଇଛନ୍ତି ସକଷ୍ଟାର ମହେଶ ବାବୁଙ୍କ ଭାଇ ତଥା ଅଭିନେତା ନରେଶ ବାବୁ । ୬୦ ବର୍ଷ ବୟସରେ କରିଛନ୍ତି ବିବାହ । ୪୪ ବର୍ଷିଆ ଅଭିନେତ୍ରୀ ପବିତ୍ରା ଲୋକେଶକୁ କରିଛନ୍ତି ନିଜର ଜୀବନ ସାଥି ।

ନିଜର କିଛି ଖାସ୍ ବନ୍ଧୁଙ୍କ ଗହଣରେ ଅତି ନିରାଣ୍ଡମ୍ବର ଭାବେ ବିବାହ ଶେଷ ହୋଇଛି । ନରେଶ ପବିତ୍ରାଙ୍କୁ ବିବାହ କରିବା ପୂର୍ବରୁ ତିନୋଟି ବିବାହ କରିସାରିଛନ୍ତି । ତାଙ୍କର ପ୍ରଥମ ବିବାହ ସିନିୟର ଡ୍ୟାନ୍ସ ମାଷ୍ଟର ଶ୍ରୀନୁଙ୍କ ଝିଅ ସହିତ ହୋଇଥିଲା । ସେହି ବିବାହରୁ ଉଭୟଙ୍କ ର ଏକ ପୁତ୍ର ମଧ୍ୟ ଅଛି ।

ଏହାପରେ ସେ ପ୍ରସିଦ୍ଧ କବି ତଥା ଗୀତିକାର ଦେବୁଲାପାଲ୍ଲି କୃଷ୍ଣା ଶାସ୍ତ୍ରୀଙ୍କ ନାତୁଣୀ ରେଖା ସୁପ୍ରିୟା ଙ୍କୁ ବିବାହ କରିଥିଲେ । ଏହାପରେ ସେ ନିଜଠାରୁ ୨୦ ବର୍ଷ ସାନ ରାମିୟା ରଘୁପତିଙ୍କୁ ବିବାହ କରିଥିଲେ । ଏହି ବିବାହରୁ ନରେଶ ଏବଂ ରାମିୟାଙ୍କ ର ଏକ ପୁଅ ମଧ୍ୟ ଅଛି । ଆଉ ଏହାପରେ ବର୍ତ୍ତମାନ ସେ ଚତୁର୍ଥ ବିବାହ କରିଛନ୍ତି । ଯାହାକୁ ନେଇ ସେ ଏବେ ଖୁବ୍ ଟ୍ରୁଲ ହେଉଛନ୍ତି ।

married

ଅନ୍ୟପଟେ ନରେଶ ବାବୁଙ୍କ ଦ୍ବିତୀୟ ପତ୍ନୀ ରାମିୟା କହିଛନ୍ତି ସେ ନରେଶକୁ ଛାଡପତ୍ର ଦେବେ ନାହିଁ । ନରେଶ ଓ ରାମିୟା ପ୍ରେମ ବିବାହ କରିଥିଲେ । ଏହି ଦମ୍ପତିଙ୍କ ର ଏକ ପୁଅ ମଧ୍ୟ ଅଛି । ତେଣୁ ଏହି କାରଣରୁ ରାମିୟା କହିଛନ୍ତି ସ୍ୱାମୀଙ୍କ ସହିତ ରହିବି । ଯାହାହେଉ ନା କାହିଁକି ମୁଁ ତାଙ୍କୁ ଛାଡପତ୍ର ଦେବି ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *