ଡାକ୍ତରଙ୍କ ମନଇଚ୍ଛା ଇଞ୍ଜେକ୍ସନରେ ଚାଲିଗଲା ଶୁଭେନ୍ଦୁଙ୍କ ଜୀବନ | ବଡ ଖବର ଏବେ ହିଁ ପଢନ୍ତୁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଅର ଦେହ ଭଲ ନଥିବାରୁ ତାଙ୍କୁ ଡାକ୍ତର ପାଖକୁ ଆଣିଥିଲେ ପରିବାର ଲୋକେ । ଭାବିଥିଲେ ଚିକିତ୍ସା ପରେ ପୁଅ ସୁସ୍ଥ ହୋଇ ଘରକୁ ଯିବ । ମାତ୍ର ସବୁକିଛି ଓଲଟପାଲଟ ହୋଇଗଲା । ଡାକ୍ତର ଇଞ୍ଜେକସନ ଦେବାପରେ ହିଁ ହସ୍ପିଟାଲ ବେଡରେ ହିଁ ଛଟପଟ ହୋଇ ପୁଅ ଆଖି ବୁଜିଦେଲା । ହଠାତ୍ ସବୁକିଛି ଓଲଟପାଲଟ ହୋଇଯିବା ପରେ ଧର୍ଯ୍ୟହରା ପରିବାର ଲୋକେ । ମୁଣ୍ଡ ଉପରେ ଆକାଶ ଛିଡି ପଡିଥିବା ଲାଗୁଥିଲା ।

ଆଉ ହିତାହିତ ଜ୍ଞାନ ହରାଇ ବସି ଡାକ୍ତରଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ପିଟିପିଟି ଗୁରୁତ୍ୱର କରିଛନ୍ତି ପରିବାର ଲୋକେ । ସେମାନେ ଏବେ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଏକ ଘରୋଇ କ୍ଲିନିକରେ । ମୃ-ତ ନାବାଳକ ଜଣେ ହେଲେ ଶୁଭେନ୍ଦୁ ରାଉଳ । ତାଙ୍କ ଘର ଭଦ୍ରକ ଅଞ୍ଚଳରୁ ।

Shuchendu

ସେ ଦଶମ ଶ୍ରେଣୀରେ ପଢୁଥିଲେ । ଶୁଭେନ୍ଦୁକୁ ୨ ରୁ ୩ ଦିନ ହେବ ଜ୍ବର ହୋଇଥିଲା । ସେଥିପାଇଁ ପରିବାର ଲୋକେ ଗତକାଲି ଭଦ୍ରକରେ ଏକ ଘରୋଇ କ୍ଲିନିକରେ ଭର୍ତ୍ତି କରିଥିଲେ । ଶୁଭେନ୍ଦୁଙ୍କ ଟନସିଲ ପାଚି ଯାଇଥିବା ଡାକ୍ତର କହିଥିଲେ । ଏଥିପାଇଁ କିଛି ଇଞ୍ଜେକସନ ଓ ମେଡିସିନ ଦେଇଥିଲେ । ଶୁଭେନ୍ଦୁକୁ ଇଞ୍ଜେକସନ ଦେବାର କିଛି ସମୟ ପରେ ରିୟାକ୍ସନ ହୋଇଯାଇ ଥିଲା । ପିଲାଟିର ଅବସ୍ଥା ଗୁରୁତ୍ୱ ହୋଇ ପଡିଥିଲା ।

ସେଥିପାଇଁ ଶୁଭେନ୍ଦୁକୁ ଘରୋଇ କ୍ଲିନିକରେ ଚିକିତ୍ସା କରୁଥୁବା ଡାକ୍ତର ତାଙ୍କୁ ମୁଖ୍ୟ ଚିକିତ୍ସାଲୟକୁ ନେଇ ଯିବାକୁ ପରିବାର ଲୋକଙ୍କୁ କହିଥିଲେ । ପରିବାର ଲୋକେ ଶୁଭେନ୍ଦୁକୁ ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ସମୟରେ ଶୁଭେନ୍ଦୁଙ୍କ ର ମୃ-ତ୍ୟୁ ଘଟିଥିଲା । ଘରୋଇ କ୍ଲିନିକରେ ଡାକ୍ତର ଭୁଲ୍ ଇଞ୍ଜେକସନ ଦେବା ଯୋଗୁ ପିଲାଟିର ମୃ-ତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ।

ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଉତ୍ୟକ୍ତ ଲୋକେ ଘରୋଇ କ୍ଲିନିକରେ ଅନ୍ୟ କର୍ମଚାରୀଙ୍କୁ ମାଡ ମାରିଥିଲେ । ସେମାନଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି । ଉତ୍ତେଜନାକୁ ଦେଖି ମେଡିକାଲ ପରିସର ବ୍ୟାପକ ପୋଲିସ ଉନ୍ନୟନ କରାଯାଇଛି । ପୁଅର ମୃ-ତ୍ୟୁ ଖବର ଶୁଣିବା ପରେ ପରିବାରରେ ଶୋକର ଲହରୀ ଖେଳି ଯାଇଛି । ବାପା, ମାଁ ଦୁଇଜଣ ଅଧର୍ଯ୍ୟ ହୋଇ ବାହୁନି ବାହୁନି କାନ୍ଦୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *