ଅଧା ରହିଗଲା ପିଣ୍ଟୁଙ୍କ ଶେଷ ଇଚ୍ଛା, ଦେଖିପାରିଲେନି ସ୍ତ୍ରୀ ପିଲାଙ୍କୁ |

Pintu Nanda a

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କଥାରେ ଅଛି ବା ବାରେ ଦୁନିଆକୁ ଏକା ଆସିଛୁ ଏକା ହିଁ ଯିବୁ । ଆଉ ଏବେ ତାହା ହିଁ ହେଲା । ନାଁ ହଉଛି ବିଶ୍ୱାସ ନାଁ ବୁଝୁଛି ମନ । ସେହି ହସ ହସ ଚେହେରା ଆଉ ରାଜକୀୟ ଠାଣି । ଲାଇଟ, କ୍ୟାମେରା, ଆକ୍ସନ ସହ ଅଙ୍ଗାଙ୍ଗୀ ଭାବେ ଜଡିତ କିନ୍ତୁ ଏବେ ଆଉ ପଛକୁ ଫେରିବନି ସମୟ । ସବୁ ମୋହ ମାୟା ତୁଟାଇ ଆପଣାଇଲେ ଗୋଟିଏ ରାସ୍ତା । ନିଜ ଶେଷ ସମୟରେ ନାଁ କିଏ ସାତ୍ ଦେଲା ନାଁ ନିଜ ଇଛା ପୂରଣ ହେଲା ।

ଅନେକ ଇଛା କରିଥିଲେ ଶେଷ ସମୟରେ ନିଜ ସ୍ତ୍ରୀ ଓ ଦୁଇ ପୁଅକୁ ଦେଖିବେ । କୁଣ୍ଡେଇ ଧରି ଅନେକ କଥା କହିବେ । ପୁଅକୁ କୁଳାଇ ନେବେ ଆଉ ମୁଣ୍ଡ ରେ ହାତ ବୁଲାଇ ଢେର୍ ସାରା ଆଶିର୍ବାଦ କରିବେ । ସାନ ପୁଅ ଭାରି ଗେହ୍ଲା ବଡ ପୁଅ ଭାରି ଜିଦିଖୋର ଆଉ ସ୍ତ୍ରୀ ଭାରି ଅଭିମାନୀ । ସବୁ ଅଭିମାନକୁ ପଛ କରି ସ୍ତ୍ରୀଙ୍କ କୁଳରେ ମୁଣ୍ଡ ରଖି ଅସରନ୍ତି କଥା ହୋଇଥାନ୍ତେ । ହେଲେ ସବୁ ଇଛା ଇଛାରେ ହିଁ ରହିଗଲା । ଶେଷ ସମୟରେ କେହି ବି ସାତ୍ ଦେଲେନି ।

Pintu Nanda a

ନାଁ ପାଖରେ ଥିଲେ ସ୍ତ୍ରୀ ନାଁ ଦୁଇ ପୁଅ ଆଉ ଜୀବନ ସହ ସଂଘର୍ଷ କରି ଚାଲିଗଲା ଜୀବନ । ଜଗତସିଂହପୁର ଜିଲ୍ଲାର ଜନ୍ମିତ ପିଣ୍ଟୁ ଏସ.କେ ଏକାଡେମୀ ରୁ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ଦିଲ୍ଲୀରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ଟେଲି ଫିଲ୍ମ ଜରିଆରେ ଓଡିଆ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ପିଣ୍ଟୁ । ୧୯୯୬ ରେ କୋଇଲି ଫିଲ୍ମ ଜରିଆରେ ପିଣ୍ଟୁ ଓଡ଼ିଆ ଇଣ୍ଡଷ୍ଟ୍ରିରେ ସବୁ ଭୂମିକାରେ ଅଭିନୟ କରିଥିଲେ । କିନ୍ତୁ ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ଜଟିଳ ହେବାକୁ ଲାଗିଲା ।

କିଛି ଭାବିବା ପୂର୍ବରୁ ସ୍ୱାସ୍ଥ୍ୟ ଏତେ ଖରାପ ହୋଇଗଲା ଯେ ଆଜି ଏହି ଦିନ ଦେଖିବାକୁ ପଡିଲା । ମାତ୍ର ୪୫ ବର୍ଷ ହୋଇଥିଲା ଏତେ ଜଲଦି ଦୁନିଆ ଛାଡି ଚାଲିଗଲେ । ସମସ୍ତେ ଆପ୍ରାଣ ଉଦ୍ୟମ ଚଲାଇଥିଲେ ଟଙ୍କା ମଧ୍ୟ ଯୋଗାଡ ଚାଲିଥିଲା ହେଲେ ଲିଭର ଡୋନର ମିଳୁ ନଥିଲେ । ଡାକ୍ତର ତାଙ୍କୁ ବଞ୍ଚିାଇବାକୁ ସବୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଧୀରେ ଧୀରେ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟପୂର୍ଣ୍ନ ହୋଇଗଲା ଆଉ ଗତ କାଲି ରାତି ପ୍ରାୟ ୧୧ଟା ୪୫ ବେଳେ ପିଣ୍ଟୁ ଶେଷ ନିଶ୍ୱାସ ତ୍ୟାଗ କଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *