ପିଣ୍ଟୁ ନନ୍ଦ ଆଉ ଫେରିବେନି, ଦେଖନ୍ତୁ ତାଙ୍କର ଶେଷ କିଛି ଫଟୋ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ଗୌରା ଆଉ ମାଉଁସ ଖାଇବନି କି ଗୋରସ ପିଇବନି । ଆମ ଗୌରା ଆମ ପିଣ୍ଟୁ ଭାଇ ସବୁଦିନ ପାଇଁ ଅଫେରା ରାଇଜର ରାଜ କୁମାର ପାଲଟି ଯାଇଛନ୍ତି । ଲୋକପ୍ରିୟ ଅଭିନେତା କେତେବେଳେ ହସାନ୍ତି ତ କେତେବେଳେ କନ୍ଦାନ୍ତି ଆମ ପିଣ୍ଟୁ ନନ୍ଦ ଗତକାଲି ରାତିରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି ।

ମୃ-ତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ହୋଇଥିଲା । ରାତି ୧୧.୨୫ ସମୟରେ ତାଙ୍କର ମୃ-ତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ଲିଭର ସିରସିସ୍ ରୋଗରେ ପିଡୀତ ଥିବା ବେଳେ ତାଙ୍କର ଲିଭର ନଷ୍ଟ ହୋଇଯାଇଥିଲା । ଆଉ ଲିଭର ପ୍ରତ୍ୟାରୋପଣ ଆଆଶାରେ ଭୁବନେଶ୍ୱର ରୁ ଦିଲ୍ଲୀ, ଦିଲ୍ଲୀ ରୁ ହାଇଦ୍ରାବାଦ ନିଆଯାଇ ଥିଲା । କିନ୍ତୁ ଏଥିପାଇଁ ୫୦ ଲକ୍ଷ ଟଙ୍କାର ଆବଶ୍ୟକତା ଥିଲା ।

Pintu

ଚିକିତ୍ସା ବିଳମ୍ବ ହୋଇଥିଲା । ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ପିଣ୍ଟୁ ନନ୍ଦଙ୍କୁ ଫେବୃଆରୀ ୭ତାରିଖରେ ପ୍ରଥମେ ଦିଲ୍ଲୀର ଇନ୍ସିଚିଉଟ ଅଫ୍ ଲିଭର ଆଣ୍ଡସ୍ ମାଇଲିଆରି ସାଇନସ୍ କୁ ନିଆଯାଇଥିଲା । କିନ୍ତୁ ସେଠାରେ ଲିଭର ଦାତା ନମିଳିବାରୁ ସେଠାରୁ ତାଙ୍କୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ନିଆଯାଇଥିଲା । ଓଲିଉଡର ଅନେକ କଳାକାର ତାଙ୍କୁ ସହାୟତା ଦେବା ପାଇଁ ଆଗକୁ ଆସିଥିଲେ ସତ କିନ୍ତୁ ଯେତିକି ସହାୟତା ରାଶି ମିଳିଥିଲା କୁଆଡେ ତାଙ୍କ ରୋଗକୁ ଭଲ କରିବା ପାଇଁ ପର୍ଯ୍ୟାପ୍ତ ନଥିଲା ।

ଯେଉଁଥିପାଇଁ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ବିଳମ୍ବ ହେଉଥିଲା । ପିଣ୍ଟୁ ନନ୍ଦଙ୍କ ପତ୍ନୀ ଆଉ ଦୁଇ ପୁଅ ମଧ୍ୟ ଅଛନ୍ତି କିନ୍ତୁ ପିଣ୍ଟୁ ନନ୍ଦଙ୍କ ପତ୍ନୀ ତାଙ୍କ ପାଖରେ ରହୁନଥିଲେ । ପାରିବାରିକ ଝଡରେ ତାଙ୍କ ପରିବାରଟି ଭାଙ୍ଗି ଯାଇଥିଲା । ଆଉ ଆଜି ନିଜେ ପିଣ୍ଟୁ ନନ୍ଦ ଅଫେରା ରାଇଜର ରାଜ କୁମାର ପାଲଟି ଗଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *