ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମେଟ୍ରିକ ଛାତ୍ରଛାତ୍ରୀ ଙ୍କର ଏବେ ଜାରି ରହିଛି ପରିକ୍ଷା ଏହି ମଧ୍ୟରେ ଏହାକୁ ନେଇ ଆସିଛି ଆଉ କିଛି ବଡ ଖବର ଯାହା ଆପଣ ମାନେ ସମସ୍ତେ ଜାଣି ରଖିବା ଜରୁରୀ । ତେବେ ବନ୍ଧୁଗଣ ଆସନ୍ତୁ ଏହି ଉପରେ ସଂମ୍ପର୍ଣ୍ଣ ଅପଡେଟ ଜାଣି ନେବା ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।
ବନ୍ଧୁଗଣ ମେଟ୍ରିକ ପରିକ୍ଷା ବିଭ୍ରାଟ ରେ ଯୋଡି ହେଲା ନୂଆ ଟ୍ରେଣ୍ଡ । ପଶ୍ନ ପତ୍ର ଭାଇରଲ ପରେ ପ୍ରଶ୍ନ ପତ୍ରରେ ତୃଟି ଯାହାକୁ ନେଇ ପରିକ୍ଷା ବିଦ୍ , ଅଭିଭାବକ , ଶିକ୍ଷାବିଦ୍ , ଚିନ୍ତା ପ୍ରକଟ କରିଛନ୍ତି । ସେପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ତୃଟି ସୁଧାରିବାକୁ ବୋର୍ଡ କୁ ନିର୍ଦ୍ଧେଶ ଦିଆଜାଇଛି । ତେବେ ଚଳିତ ମେଟ୍ରିକ ପରିକ୍ଷାର ଇତିହାସ , ଭୂଗୋଳ ପ୍ରଶ୍ନ ପତ୍ରରେ ବ୍ୟାପକ ତୃଟି ଦେଖିବାକୁ ମିଳିଛି । ବିଶେଷ କରି ପ୍ରଶ୍ନ ପତ୍ର ଉପରେ B ସେଟ୍ ଲେଖା ଥିବା ବେଳେ ଭିତରେ A ସେଟ୍ ଲେଖା ହୋଇଛି ।
ସେହି ପରି ସଂକ୍ଷିପ୍ତ ପ୍ରଶ୍ନ ତାଲିକା ରେ 19 ନଂ ନାହିଁ ଏବଂ ଅନେକ ପ୍ରଶ୍ନ ରିପିଟ୍ ମଧ୍ୟ ହୋଇଛି । ଏହି ପରି ଗୁରୁତ୍ୱର ତୃଟି କୁ ନେଇ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଆଶଂକା ବୃଦ୍ଧି ପାଇ ଥିବା ବେଳେ ଅଭିଭାବକ ମହଲ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ସବୁ ମଧ୍ୟରେ ମେଟ୍ରିକ ପରିକ୍ଷା ପ୍ରଶ୍ନ ପତ୍ରରେ ତୃଟି କୁ ଶୀକ୍ୱାର କରିଛି ମାଧ୍ୟମିକ ଶିକ୍ଷା ପରିଶଦ ବୋର୍ଡ । ତେବେ ଏହିଥି ପାଇଁ ପିଲା ମାନଙ୍କୁ ଚିନ୍ତିତ ହେବାର ଆବଶ୍ୟକ ନାହିଁ ବୋଲି ବୋର୍ଡ ମଧ୍ୟ କହିଛି ।
ତେବେ ମୂଦ୍ରଣ ଜନିତ ତୃଟି ହୋଇଥିବା କହିଛନ୍ତି ବୋର୍ଡ ସଭାପତି ରାମାସିସ୍ ହାଜରା । ଏହି ନେଇ ବୋର୍ଡ ସଭାପତି କହିଛନ୍ତି କିଛି ସେଣ୍ଟର ରେ ପ୍ରଶ୍ନ ପତ୍ରରେ ମୂଦ୍ରଣ ଜନିତ ତୃଟି ହୋଇଥିବାରୁ ଅଭିଯୋଗ ଆସିଛି । ତେବେ ଅଳ୍ପ ଛାତ୍ରଛାତ୍ରୀ ଏହି ପରି ପ୍ରଶ୍ନ ପତ୍ର ପାଇଥିଲେ । ଇତିହାସ , ଭୂଗୋଳ , ପ୍ରଶ୍ନ ପତ୍ରରେ ଏହି ତୃଟି ହୋଇଛି । ଏହିଥି ଲାଗି ଛାତ୍ରଛାତ୍ରୀ କୈଣସି ଚିନ୍ତିତ ହେବାର ଆବଶ୍ୟକ ନାହିଁ । କିମ୍ବା ଏହିଥି ଲାଗି ଆଉ ଥରେ ମଧ୍ୟ ପରିକ୍ଷା ହେବ ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।