ଆନ୍ତଃରାଜ ଲୁଟେରାକୁ ଧରିଲେ ସ୍ଥାନୀୟ ଲୋକେ..ଧରି ପୋଲିସର ଜିମା ଦେଲେ..ବିଭିନ୍ନ ସ୍ଥାନରେ ଚଳାଇଥିଲେ ଲୁଟ ରାଜ..

Loot

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଯୁବକ ବିଭିନ୍ନ ସ୍ଥାନ ରେ କରୁଥିଲେ ଛିନ୍ଥାଇ ଏବଂ ଲୁଟ ତରାଜ । ଏହି ନେଇ ଅଭିଯୋଗ ହୋଇଥିଲା ଏବଂ ଗୋଡେଇ ଗୋଡେଇ ଲୁଟେରା କୁ ଧରିଲା ପୋଲିସ । କଟକ ଜିଲ୍ଲା , ନିଶ୍ଚିତ କୋଇଲୀ ଥାନା ନିକଟସ୍ଥ ପିପି କଲେଜ , ଚାନ୍ଦବାଲୀ ରାସ୍ତା ପାର୍ଶ୍ୱରେ ଥିବା ପଟ୍ରୋଲ ପମ୍ପ ରୁ ଦୁଇ ଲୁଟେରା କୁ କାବୁ କରିବା ସମୟ ରେ ଜଣେ ଧରା ପଡି ଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଜାଇ ଥିଲା ।

ସ୍ଥାନିୟ ଲୋକ ଜଣଙ୍କୁ କାବୁ କରି ନିଶ୍ଚିତ କୋଇଲୀ ଥାନା ରେ ଅଭିଯୋଗ କରିବା ପରେ ଘଟଣା ସ୍ଥଳ ରେ ନିଶ୍ଚିତ କୋଇଲୀ ପୋଲିସ ପହଁଚି ଲୁଟେରା ଜଣଙ୍କୁ ଥାନା କୁ ଆଣିଥିଲା । ଲୁଟେରା ଜଣଙ୍କ ସ୍ୱାସ୍ଥ ପରିକ୍ଷା କରାଜାଇ ଆଣିବା ପରେ ପଚରା ଉଚୁରା କରିବା ସହିତ ଏକ ଛୁରୀ ଏବଂ ଲାଇଟର ବନ୍ଧୁକ ଜବଦ କରିଛି ପୋଲିସ୍ ।

Loot

ଲୁଟେରା ଜଣଙ୍କ ଜାଜପୁର ଜିଲ୍ଲାର ଶସିକାନ୍ତ ଜେନା ବୋଲି ପରିଚୟ ଦେଉଥିବା ବେଲେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ନେଇ ସୂଚନା ଦେଇଛି । ତେବେ ଏହି ଦୁଇ ଲୁଟେରା ଏକ ପଲସର ବାଇକ୍ ରେ ଆସିଥିବା ବେଳେ ସେମାନେ ଏହି ପେଟ୍ରୋଲ ପମ୍ପ ରେ ଲୁଟ୍ କରୁଥିବା ବେଳେ କିଛି ଲୋକ ମାନେ ଜୋର କରି ଏମାନଙ୍କୁ ଧରିଥିଲେ ।

ଆଉ ସେହି ଭିତରେ ଜଣେ ଖସି ପଳି ଜାଇ ଥିଲା ଆଉ ଜଣଙ୍କୁ ସ୍ଥାନିୟ ଲୋକ ମାନେ ଧରି ଥାନା ରେ ଜିମା ଦେଇଥିବା ଦେଖିବା ପାଇଁ ମିଳିଛି । ତେବେ ଯୁବକ ଜଣଙ୍କ ଜାଜପୁର ଜିଲ୍ଲାର ବୋଲି ଜଣା ପଡିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *