“ମା’କୁ କଥା ଦେଇଥିଲି ପିଣ୍ଟୁର ଯତ୍ନ ନେବି, ହେଲେ ସେ କଥା ଆଜି ମୁଁ ରଖିପାରିଲିନି” |

Pintu n

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଭାଇ ଉଠ୍ ଭାଇ ଉଠୁନୁ ଭାଇ । ଭାଇ ତୋର କିଛି ହେବ ନାହିଁ । ଭାଇ ତ ପାଖରେ ସବୁବେଳେ ଅଛି । ଭାଇ ମୁଁ କଥା ଦେଉଛି ତୋର କିଛି ହେବ ନାହିଁ । ତୋ ଭାଇ ଅଭିରାମ ଅଛି ତୋ ପାଖରେ । ଭାଇ କଥା ହ ଭାଇ । ମୋ ଉପରେ ଅଭିମାନ କରିଛୁ ନାଁ । ପଦେ କଥା ହଁ ଭାଇ ତୋର କିଛି ହେବ ନାହିଁ । ତୁ ଖୁବ୍ ଶୀଘ୍ର ଭଲ ହୋଇଯିବୁ । ଆଉ ବ୍ୟସ୍ତ ହଁ ନି । ତୁ ଭଲ ହୋଇଗଲେ ଆମେ ଦୁଇ ଭାଇ ଆଗଭଳି ବୁଲେଟ୍ ରେ ବସି ମାର୍କେଟ ବୁଲିବାକୁ ଯିବା । ବ୍ୟସ୍ତ ହଁ ନାହିଁ ତୁ ଭଲ ହୋଇଗଲେ ଆମେ ସାଙ୍ଗ ହୋଇ ଘରକୁ ଯିବା । ଆମ ଫେରିବ ବାଟକୁ ପରିବାର ଲୋକେ ସମସ୍ତେ ଅପେକ୍ଷା କରି ବସିଛନ୍ତି ।

ଆମ ଘରକୁ ଗଲେ ଦୁଇ ଭାଇ ସାଥି ହେଇ ଖାଇବା । ବାସ୍ ଏଇ କେଇ ପଦ କଥା ଅଭିରାମଙ୍କ ପାଟିରୁ ନସରୁଣୁ ପିଣ୍ଟୁ ନନ୍ଦ ସବୁଦିନ ପାଇଁ ଆଖି ବୁଜି ଆରପାରିକୁ ଚାଲିଗଲେ । ଆଉ ଭାଇର ମୃ-ତ୍ୟୁ କଥା ଶୁଣି ସହଜରେ ବିଶ୍ୱାସ କରି ପାରୁନାହାନ୍ତି ଅଭିରାମ। ଧାର ଧାର ଲୁହ ବୋହି ଯାଉଛି ପାଟି ଖନି ମାରି ଯାଉଛି । କାହା ସହିତ କ’ଣ କଥା ହେଉଛନ୍ତି ସେ କିଛି ବୁଝି ପାରୁନାହାନ୍ତି । ଅଭିରାମ ଆଖିରୁ ଛଳ ଛଳ ହୋଇ ଲୁହ ବହି ଯାଉଛି ।

ଲୋକପ୍ରିୟ ଓଲିଓଡ ଅଭିନେତା ପିଣ୍ଟୁ ନନ୍ଦଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ପିଣ୍ଟୁ ନନ୍ଦ ଦୀର୍ଘଦିନ ଧରି ଯକୃତ ଜନିତ ରୋଗରେ ଆକ୍ଲାନ୍ତ ଥିଲେ । ଭୁବନେଶ୍ୱର ଚିକିତ୍ସା ପରେ ଯକୃତ ପ୍ରତିରୋପଣ ପାଇଁ ତାଙ୍କୁ ନୂଆ ଦିଲ୍ଲୀ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ସେଠି ଡୋନର ନମିଳୁବାରୁ ପିଣ୍ଟୁ ନନ୍ଦଙ୍କୁ ହାଇଦ୍ରାବାଦ ଯଶୋଦା ହସ୍ପିଟାଲ ନିଆଯାଇଥିଲା । ସେଠାରେ ମଧ୍ୟ ଡୋନର ନମିଳୁବାରୁ ତାଙ୍କର ଯକୃତ ପ୍ରତିରୋପଣ ହୋଇପାରି ନଥିଲା ।

Pintu

ଏହାପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ବିଗିଡିବାକୁ ଲାଗୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁ ନନ୍ଦଙ୍କ ପରଲୋକ ହୋଇଛି । ତାଙ୍କର ବିୟୋଗରେ ଓଡିଆ ଚଳଚ୍ଚିତ୍ର ଜଗତରେ ଗଭୀର ଶୋକ ପ୍ରକାଶ ପାଇଛି । ଓଡିଶା ଚଳଚ୍ଚିତ୍ର ଜଗତରେ ଏକ ଜଣାଶୁଣା ନାଁ ହେଉଛି ପିଣ୍ଟୁ ନନ୍ଦ । ଓଡିଶା ଦୂରଦର୍ଶନ ଜରିଆରେ ନିଜ ଅଭିନୟ ଆରମ୍ଭ କରିଥିବା ପିଣ୍ଟୁ ନନ୍ଦ ବହୁ ଫିଲ୍ମ ଧାରାବାହିକ ଓ ଆଲବମ ଅଭିନୟ ଆରମ୍ଭ କରିଥିଲେ ।

ଓଡିଶାର ଲୋକେପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କର ଅକାଳ ବିୟୋଗ ଖବର ଶୁଣି ସମସ୍ତଙ୍କ ଆଖିରେ ଧାର ଧାର ଲୁହ ବହି ଯାଉଛି । କଳାକାର ଜଗତ ପାଇଁ ତାଙ୍କର ଅବଦାନ ଆଜୀବନ ସ୍ମରଣୀୟ ହୋଇ ରହିବ । ତାଙ୍କର ଅକାଳ ବିୟୋଗ ଓଡିଶା ଜଗତ ପାଇଁ ଅପୂରଣୀୟ କ୍ଷତି ହୋଇ ରହିଯିବ । ସମସ୍ତଙ୍କୁ ହସାଇ ହସାଇ ବେଦମ କରୁଥୁବା ଲୋକ ଆଜି ଆଖରେ ଲୁହ ଦେଇ ସବୁଦିନ ପାଇଁ ଆରପାରିକୁ ଚାଲି ଯାଇଛନ୍ତି ।

ସାରା ଓଡିଶା ଏବେ ପିଣ୍ଟୁ ନନ୍ଦଙ୍କୁ ଝୁରୁଛି । ଦିନେ ପିଣ୍ଟୁ ନନ୍ଦ ସମସ୍ତଙ୍କୁ ହସାଇ ହସାଇ ବେଦମ କରୁଥୁବା ପିଣ୍ଟୁ ନନ୍ଦ ଆଜି ସମସ୍ତଙ୍କ ଆଖିରେ ଲୁହ ଦେଇ ଚାଲି ଯାଇଛନ୍ତି । ସାରା ଓଡିଶା ଆଜି ତାଙ୍କୁ ଝରୁଛି ଆଉ ସମସ୍ତଙ୍କ ଆଖିରେ ଲୁହର ବର୍ଷା ପିଣ୍ଟୁ ନନ୍ଦଙ୍କ ପାଇଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *