ହାର୍ଟବ୍ରେକ୍‌ ଇନ୍‌ସ୍ୟୁରାନ୍ସ ଫଣ୍ଡ୍‌ , ଧୋକା ଦେଲେ ମିଳିବ ଟଙ୍କା I

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ହାର୍ଟବ୍ରେକ ଇନସ୍ୟୁରାନ୍ସ ଫଣ୍ଡ୍ । ଧୋକା ଦେଲେ ମିଳିବ ଟଙ୍କା । ବ୍ରେକଅପ୍ ପରେ ମିଳିଲା ୨୫ହଜାର ଟଙ୍କା । ବ୍ରେକଅପ୍ ଯାହାକି ସବୁଠାରୁ ଯନ୍ତ୍ରଣା ଦାୟକ । ବ୍ରେକଅପ୍ ପରେ ଜଣେ ସଂପୂର୍ଣ୍ଣ ଭାଙ୍ଗି ପଡିଥାନ୍ତି । ବେଳେବେଳେ ବି ଏମିତି ପରିସ୍ଥିତି ସୃଷ୍ଟି ହୁଏ କେହି କେହି ଭୁଲ୍ ନିଷ୍ପତ୍ତି ନେବାକୁ ମଧ୍ୟ ପଛାନ୍ତି ନାହିଁ ।

ଭାବନ୍ତୁ ଯଦି ବ୍ରେକଅପ୍ ପରେ ଆପଣଙ୍କୁ ଟଙ୍କା ମିଳେ ତାହାଲେ କ’ଣ ହେବ । କଥାଟା ଶୁଣିକି ଅଜବ ଲାଗୁଥୁଲେ ବି କଥାଟା ସତ । ଏ ମୁପରି କିଛି ଜଣେ ଯୁବକଙ୍କ ସହ ଘଟିଛି । ବ୍ରେକଅପ୍ ପରେ ସଂମ୍ପୂକ୍ତ ଯୁବକ ୨୫ ହଜାର ଟଙ୍କା ପାଇଛନ୍ତି । ପ୍ରମିକା ପ୍ରତାରଣା କରିବା ପରେ ତାଙ୍କୁ ଏହି ଟଙ୍କା ମିଳିଛି । ତେବେ ଏହି ଟଙ୍କା ବିମା ରାଶି ଭାବେ ତାଙ୍କୁ ମିଳିଛି ।

Insurance

ଟୁଇଟର ରେ ଇଉନିକ୍ ଆଇଡିଆ ସେୟାର କରି ପ୍ରତୀକ ଆଚାର୍ଯ୍ୟ ନାମକ ଯୁବକ ଏବେ ଚର୍ଚ୍ଚାକୁ ଆସିଛନ୍ତି । ନିଜ ସହ ଘଟିଥିବା ଘଟଣା ସମ୍ପର୍କରେ ସେୟାର କରି ସେ କହିଛନ୍ତି ଗାର୍ଲଫ୍ରେଣ୍ଡ ମୋତେ ପ୍ରତାରଣା କରିବାରୁ ମୁଁ ୨୫ହଜାର ଟଙ୍କା ପାଇଲି । ଯେତେବେଳେ ଆମ ରିଲେସନଶିପ ଆରମ୍ଭ ହୋଇଥିଲା ଯଏଣ୍ଟ ଆକାଣ୍ଟରେ ମାସକୁ ୫ହଜାର ଟଙ୍କା ଡିପୋଜିଟ କରି ଏକ ପୋଲିସି କରିଥିଲି ।

ଏହି ପୋଲିସି ଅନୁସାରେ ଯିଏ ପ୍ରତାରଣାର ଶିକାର ହେବ ସିଏ ସମସ୍ତ ଟଙ୍କା ନେଇପାରିବ । ଯାହାକି ହାର୍ଟବ୍ରେକ ଇନସ୍ୟୁରାନ୍ସ ଫଣ୍ଡ୍ । ପ୍ରତୀକ ଆହୁରି ମଧ୍ୟ କହିଛନ୍ତି ମହିଳାମାନେ ଭାବନ୍ତି ଯେ ରିଲେସନଶିପ ବି ପୁରୁଷକୁ ଏଭଳି ସୁବିଧା ମିଳିପାରିବ ନାହିଁ । ଏହି ପୋଲିସି କେବଳ ବିସ୍ୱସ୍ତଙ୍କ ପାଇଁ ଥାଏ । ତେବେ ପ୍ରତୀକଙ୍କ ର ଇଉନିକ ଆଇଡି ଆଜିର ଯୁବ ପିଢିଙ୍କ ମନକୁ ବେଶ୍ ଛୁଇଁଛି । ଏହା ଉପରେ ଇଉଜରସ ମାନେ ଭିନ୍ନ ଭିନ୍ନ ମତ ମଧ୍ୟ ଦେଇଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *