ତରଳି ଗଲା କଠୋର ହୃଦୟ |

Hard heart melted

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପିଣ୍ଟୁ ନନ୍ଦ ଓ ପତ୍ନୀ ଶିଳ୍ପାଙ୍କ ମଧ୍ୟରେ ମନୋମାଳିନ୍ୟ ପରେ ଅଲଗା ରହୁଥିଲେ । ନଭେମ୍ବରରୁ ସ୍ୱାମୀ, ସ୍ତ୍ରୀ ଅଲଗା ରହୁଥିଲେ । ହେଲେ ସ୍ୱାମୀଙ୍କ ମୃ-ତ୍ୟୁ ପରେ ଆଉ ନିଜକୁ ସମ୍ଭାଳି ପାରିନଥିଲେ । କଠୋର ହ୍ରଦୟ ତରଳି ଯାଇଥିଲା । ଶେଷରେ ଜମ୍ମୁରେ ରହିଥୁବା ପତ୍ନୀ ଆସି ଭୁବନେଶ୍ୱରରେ ପହଞ୍ଚିଲେ । ଜୁଇଁରେ ଜଳୁଥାଏ ପିଣ୍ଟୁଙ୍କ ଚିତା ଆଉ ଏପଟେ ପତ୍ନୀ ହରାଇ ବସୁଥାନ୍ତି ଚେତା । ସ୍ୱାମୀଙ୍କ ଶେଷ ବିଦାୟ ବେଳେ କେଉଁ ସ୍ତ୍ରୀ ବା ନିଜକୁ ସମ୍ଭାଳି ରଖିବ ।

ଅଭିନେତା ପିଣ୍ଟୁ ନନ୍ଦଙ୍କ ଶେଷ କ୍ରୁତ୍ୟ ବେଳେ ଏମିତି କିଛି ଦୃଶ୍ୟ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି । ଅଗ୍ନିକୁ ସାଖି ରଖି ପତ୍ନୀ ଶିଳ୍ପାଙ୍କ ହାତ ଧରିଥିଲେ ପିଣ୍ଟୁ ନନ୍ଦ । ବାରବର୍ଷ ବୈବାହିକ ଜୀବନ ସୁଖରେ କଟିବା ପରେ ହଠାତ୍ ସମ୍ପର୍କରେ ଆସିଥିଲା କଳା ବାଦଲ । ପତ୍ନୀ ପ୍ରତିଭା ନନ୍ଦ ପେଶାରେ ଜଣେ ଆରକି ଲେକଚର ହୋଇଥିବାରୁ ନିଜ ପ୍ରଫେସନ ପାଇଁ ଅଧିକାଂଶ ସମୟ ଦେଉଥିଲେ ।

Pintu w

ତେବେ ମନୋମାଳିନ୍ୟ ପରେ ଶେଷରେ ଗତ ନଭେମ୍ବରରୁ ଉଭୟ ଅଲଗା ରହୁଥିଲେ । ସେବେଠାରୁ ସାନ ପୁଅକୁ ସାଥିରେ ନେଇ ଜମ୍ମୁ ଚାଲି ଯାଇଥିଲେ । ଜମ୍ମୁ ଏନଆଇଟି ରେ ପ୍ରଫେସର ଭାବେ କାମ କରୁଛନ୍ତି ଶିଳ୍ପା । ଆଉ ବଡ ପୁଅ ସାଇ ସହିତ ଭୁବନେଶ୍ଵରରେ ରହୁଥିଲେ ପିଣ୍ଟୁ । ତେବେ ପିଣ୍ଟୁଙ୍କ ଦେହାନ୍ତ ଖବର ଶୁଣିବା ପରେ ନିଜକୁ ଆଉ ସମ୍ଭାଳି ପାରିନଥିଲେ ଶିଳ୍ପା । ପଛକଥା ଭୁଲି ଶେଷ ଥର ପାଇଁ ଟିକେ ଦେଖିବାକୁ ଆସିଥିଲେ ।

ପିଣ୍ଟୁଙ୍କୁ ଛାଡିବାକୁ ଚାହୁଁ ନାହାଁନ୍ତି । ଆଖି ସାମ୍ନାରେ ନାଚି ଯାଉଛି ପିଣ୍ଟୁଙ୍କ ସହ ବିତାଇଥିବା ଅନେକ ସ୍ମରଣୀୟ ମୁହୁର୍ତ୍ତ । ମିଠା କଥା ରାଗ ଋଷା କଥା ମନେ ପକାଇ ନିଜକୁ ଆଉ ସମ୍ଭାଳି ପାରୁନାହାନ୍ତି ଶିଳ୍ପା । କାନ୍ଦି କାନ୍ଦି ଲୁଟି ପଡୁଛନ୍ତି ଆଉ ନିଜକୁ ଧିକ୍କାର କରୁଛନ୍ତି । ପିଣ୍ଟୁଙ୍କ ଶେଷ ସମୟରେ ଉପସ୍ଥିତ ରହି ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଯାଇଥିଲେ ଶିଳ୍ପା । ବାହୁନି ହେଉଥିଲେ ଠାକୁରଙ୍କ ପାଖରେ ଅଳି ବି କରୁଥିଲେ ମନେ ମନେ କହୁଥିଲେ ଫେରିଆସ ପିଣ୍ଟୁ । ପଛ କଥା ଭୁଲି ପୁଣି ଏକାଠି ରହିବା ସଂସାରକୁ ଆଗକୁ ନବା ।

ହେଲେ ପିଣ୍ଟୁ କିନ୍ତୁ ଅଫେରା ରାଇଜର ବାଟୋଇ ହୋଇ ସାରିଥିଲେ । ବୋଧହୁଏ ନିଷ୍ପତ୍ତି ନେବାରେ ବିଳମ୍ବ କରଦେଇଥିଲେ ଶିଳ୍ପା । ଏମିତି କିଛି ଭାବିବା ବେଳକୁ ଜୁଇଁରେ ଚିତା ଜଳିବା ଆରମ୍ଭ ହୋଇସାରିଥିଲା । ସାମ୍ନାରେ ଏହା ଦେଖି ବାରମ୍ବାର ଚେତା ହରାଇ ବସୁଥାନ୍ତି ଶିଳ୍ପା । ବୋଧହୁଏ ଶିଳ୍ପାଙ୍କ ପାଇଁ ଏହା ଭୁଲିବା ସହଜ ନଥିଲା । ଏହି ଫିଲ୍ମ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗି ସାରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *