ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନେ ବି ମଧ୍ୟ ଇଲେକ୍ଟ୍ରିକ ଗାଡି କିଣବା ପାଇଁ ପ୍ଲାନ କରୁଛନ୍ତି । ତେବେ ଆସୁଛି ସରକାର ଙ୍କ ପକ୍ଷରୁ ବଡ ଖୁସୀ ଖବର । ଆପଣ ମାନେ ଇଲେକ୍ଟ୍ରିକ ବାଇକ୍ ବା ଆପଣ ମାନେ ଚାରି ଚକିଆ ଯାନ ନେବାକୁ ଚାହୁଁଥିଲେ । ଜାଣି ରଖନ୍ତୁ ଆସୁଛି ଆପଣ ମାନଙ୍କ ପାଇଁ ବଡ ଖୁସୀ ଖବର । ଏହି ନେଇ ସରକାର ତରଫ ରୁ ଜାରି ହେଲା କିଛି ନୂଆ ସୂଚନା । ତେବେ ଜାଣିବା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।
କେନ୍ଦ୍ର ତଥା ରାଜ୍ୟ ସରକାର ଦେଶରୁ ପେଟ୍ରୋଲ ତଥା ଡିଜେଲ ଗାଡି ହଟେଇ ଇଲେକ୍ଟ୍ରି ଗାଡି କିଣିବାକୁ ଅନେକ ପ୍ରସୟ କରୁଛନ୍ତି । ଏହିଥି ପାଇଁ ସରକାର ବିଭିନ୍ନ ରିହାତି ମଧ୍ୟ ଦେଉଛନ୍ତି । ଏବେ ଓଡିଶା ସରକାର ଘୋଷଣା କରିଛନ୍ତି ଯେ ଇଲେକ୍ଟ୍ରି ଗାଡି କିଣିବାକୁ ସରକାରୀ ଚାକିରିଆ ମାନଙ୍କୁ ଅଗ୍ରୀମ ମିଳିବ । ସରକାର ଏହି ଟଙ୍କା ବିନା ସୁଧ ରେ ଦେବେ ବୋଲି କହିଛନ୍ତି ।
ଇଲେକ୍ଟ୍ରି କାର କିମ୍ବା ଦୁଇ ଚକିଆ କିଣିବାକୁ ସରକାର ଅଗ୍ରୀମ ଦେବାକୁ ଘୋଷଣା କରିଛନ୍ତି । ଏହି ଅଗ୍ରୀମ ପାଇଁ ସରକାର କିଛି ସୀମା ମଧ୍ୟ ଧାର୍ଯ୍ୟ କରିଛନ୍ତି । ଏହି ସୀମା ଅନୁସାରେ ଗୃପ୍ A ଗୃପ୍ B କର୍ମଚାରୀ ମାନଙ୍କୁ ଇଲେକ୍ଟ୍ରି କାର ପାଇଁ ଆଡଭାନ୍ସ ମିଳିବ । ତେବେ କାର ଦାମ୍ ର 75 ପ୍ରତିଶତ ବା ସର୍ବାଧିକ 15 ଲକ୍ଷ ଆଡଭାନ୍ସ ମିଳିବ ।
ସେହି ପରି ଗୃପ୍ C,D କର୍ମଚାରୀ ଙ୍କୁ 2 ଚକିଆ କିଣିବାକୁ ଆଡଭାନ୍ସ ମିଳିବ । ଏହି ମୂଲ୍ୟର କର୍ମଚାରୀ ମାନଙ୍କ ପାଇଁ ଗାଡି ମୂଲ୍ୟର 75 ପ୍ରତିଶତ ସର୍ବାଧିକ 2 ଲକ୍ଷ ଯାଏ ଅଗ୍ରୀମ ଦେବାକୁ ସରକାର ଘୋଷଣା କରିଛନ୍ତି । ଜଣେ କର୍ମଚାରୀ ଙ୍କୂୁ କେବଳ ଗୋଟିଏ ଗାଡି ପାଇଁ ଅଗ୍ରୀମ ମିଳିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।