ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଗ ଚାଉଳ କାଟିଲେ ଏବେ ବଢିଲା ଗ୍ୟାସ ଦର । ୮ବର୍ଷ ତଳେ ଥିଲା ୪୫୦ ଆଉ ଏବେ ୧,୧୪୫ ଟଙ୍କା । କୁଆଡେ ଗଲା ଅଚ୍ଛେ ଦିନ୍, ଉଜ୍ଜ୍ୱଳା ଯୋଜନାରେ କେମିତି ଜଳିବ ଚୁଲି? ୨୦୧୧ରେ ଗ୍ୟାସ ସିଲିଣ୍ଡର ଯେବେ ୪ଶହ ରୁ କମ୍ ଥିଲା ସେତେବେଳେ ସିଲିଣ୍ଡର ରାସ୍ତାରେ ରଖି ବିକ୍ଷକ କରିଥିବା ସ୍ମୃତି ଇରାନି ଏବେ ଯେବେ ଦର ୧୨୦୦ ଟଙ୍କା ଛୁଇଁବା ବେଳେ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି ।
ଏବେ ଇରାନି ଚୁପ୍ ଅଚ୍ଛେ ଦିନ୍ ର ସ୍ୱପ୍ନ ଦେଖାଇଥିବା ମୋଦିଙ୍କ କେନ୍ଦ୍ର ସରକାର ବି ଚୁପ୍ । ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦି ସରକାରକୁ ଆସିବାପରେ ଉଜ୍ଜ୍ୱଳା ଯୋଜନାର ଶୁଭା ଆରମ୍ଭ କରିଥିଲେ । ତଥ୍ୟ କହୁଛି ଆଗରୁ ରାଜ୍ୟରେ ୨୧ ଲକ୍ଷ ପରିବାର ଗ୍ୟାସ ଉପଭୋକ୍ତା ଥିବା ବେଳେ ଉଜ୍ଜ୍ୱଳା ଯୋଜନା ଆରମ୍ଭ ପରେ ଏବେ ୪ ଗୁଣ ବଢି ୮୮ଲକ୍ଷ ରେ ପହଞ୍ଚିଛି । ଆଗରୁ ୨୦ ପ୍ରତିଶତ ଘରେ ଗ୍ୟାସ ଚୁଲା ଜଳୁଥିଲା ଏବେ ୮୦ ପ୍ରତିଶତ ଘରେ ଗ୍ୟାସ ବ୍ୟବହାର ହଉଛି ।
ତେବେ ୨୦୧୪ରେ ଗ୍ୟାସ ସିଲିଣ୍ଡର ଦାମ୍ ୪୫୦ ଟଙ୍କା ଥିଲା ଏବେ ତାହା ୧,୧୪୫ ଟଙ୍କାରେ ପହଞ୍ଚିଛି । ଲୋକ ମାନଙ୍କ ଆଖିରୁ ଲୁହ ଦୂର କରିବାକୁ ଯେଉଁ ଯୋଜନା ହୋଇଥିଲା ତାହା ଏବେ ଲୋକଙ୍କୁ କନ୍ଦାଇଲାଣି । ଏହି ଦୁଇ ବର୍ଷ ମଧ୍ୟରେ ସିଲିଣ୍ଡର ଦର ୧୦୦୦ ଟପିଛି ଓ ସିଲିଣ୍ଡର ପିଛା ପାଖାପାଖି ୩୦୦ ଟଙ୍କା ବଢିଛି । ନଗଦ ବଢିଲା ପୁଣି ୫୦ ଟଙ୍କା । ସେପଟେ ଖାଉଟି ସାମଗ୍ରୀର ଦର ବୃନ୍ଧି ଆଉ ଏବେ ଗ୍ୟାସ ସିଲିଣ୍ଡରର ଦର ବଢିବା ଲୋକଙ୍କ ହାଣ୍ଡିଶାଳ ସ୍ଥିତି ବିଗାଡି ଦେଇଛି ।
ବଡ କଥା ହେଉଛି ଦର ବୃନ୍ଧି ବିରୋଧରେ ନାରାବାଜି ଦେଇ ଗରିବଙ୍କୁ ଅଚ୍ଛେ ଦିନ୍ ର ସ୍ୱପ୍ନ ଦେଖାଇ ଶାସନକୁ ଆସିଥିବା କେନ୍ଦ୍ରକୁ ମୋଦିଙ୍କ ବିଜେପି ସରକାର ଏବେ ସାଧାରଣ ଓ ଗରିବ ବର୍ଗଙ୍କ ସ୍ୱାସ୍ଥ୍ୟ ପ୍ରତି ଆଖି ବୁଜି ଦେଇଛନ୍ତି । ସ୍ଥିତି ଏପରି ହୋଇଛି ଅନେକ ଗ୍ୟାସ ଉପଭୋକ୍ତା କେବେଳ ସିଲିଣ୍ଡରକୁ ରୋଷେଇ ଶାଳର ସାଜସଜା ସାମଗ୍ରୀ ଭାବେ ରଖି ପୁଣି କାଠ ଆଡକୁ ମୁହାଁଇଲେଣି ।
ସେପଟେ କେନ୍ଦ୍ର ସରକାର ରାଜ୍ୟର ଗରିବ ଲୋକଙ୍କ ଚାଉଳ କାଟିଲେ । ଏବେ ଗ୍ୟାସ ଦର ବୃନ୍ଧି କଲେ । ଏହାକୁ ନେଇ ଆଗକୁ ସାଧାରଣରେ କେନ୍ଦ୍ରର ବିଜେପି ସରକାରଙ୍କ ବିରୋଧରେ ଜନ ଅସନ୍ତୋଷ ର ତୀବ୍ର ହେବାରେ ଆଶଙ୍କା ରହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।