ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସମସ୍ତେ ଭାବିଥିଲେ ପୁଅ ମରିଜାଇଛି ପୁଅ ଆଉ କେବେ ବି ଘରକୁ ଫେରିବ ନାହିଁ । ସେହିଥି ପାଇଁ ପୁଅ ର ସୁଧି କରିଥିଲେ ଲୋକ ହେଲେ ହଠାତ୍ ଘରେ ଆସି ପହଁଚିଥିଲା ପୁୁଅ 7 ବର୍ଷ ରେ ଘରୁ ଜାଇଥିଲା ଯେ ଦିର୍ଘ 12 ବର୍ଷ ପରେ ଘରକୁ ଫେରିଛି ପୁଅ । ଆଉ ପୁଅ କୁ ଦେଖି ପୂରା ପରିବାର ର ଖୁସୀ କହିଲେ ନସରେ । ନାତି ଟୋକା କୋଳେଇ ନେଇ ଗେଲ କରି ପକାଉଛି ଅଜା ଆଉ ଆଇ ଏବଂ ନାତି ଟୋକା କୁ କୋଳେଇ ନେଇ ନାତି ଟୋକାର ପାଦ କୁ ଧୋଇ ଦେଇ ଘରକୁ ନେଇଛନ୍ତି ।
ପାଖରେ ବସେଇ ଆଖିରୁ ଲୁହ ଝକେଇ ଅନେକ କିଛି କଥା ହୋଇଯାଉଛନ୍ତି । ଏମିତି ଏକ ଖୁସୀର ମୂହୁର୍ତ୍ୱ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା , ନୂଆ ଗାଁ ବ୍ଲକ୍ , କାଳିମ୍ବା ଗାଁ ରେ ଅଜା , ନାତି , ଆଇ ସମସ୍ତେ ଆଜି ଖୁସୀ ଯେଉଁ ନାତି ଟୋକା ମରି ଜାଇଛି ବୋଲି ଅଜା ଆଇ ଭାବିଥିଲେ । ଦିର୍ଘ 12 ବର୍ଷ ପରେ ଘରକୁ ପୁଣି ଫେରି ଆସିଛି । ସମସ୍ତ ଙ୍କ ଖୁସୀ ନକହିଲେ ନସରେ ଉକ୍ତ ଯୁବକ ଙ୍କ ନାମ ହେଉଛି ଶାନ୍ତନୁ । ତେବେ ଶାନ୍ତନୁ ଛୋଟ ବେଳୁ ମାଆ ବାପା ଙ୍କୁ ହରେଇ ଅଜା ଆଇ ଙ୍କ ପାଖରେ ରହୁଥିଲେ ।
ହେଲେ ତାଙ୍କୁ ଯେତେ ବେଳେ ସାତ ବର୍ଷ ହୋଇଥିଲା ସେତେ ବେଳେ ସେ ଗାଁ ର କିଛି ଲୋକଙ୍କ ସହିତ ଦାଦନ ଖଟିବାକୁ ପଣ୍ଡିଚେରୀ ଲୁଚି ପଳେଇ ଥିଲେ । ସେଠାରେ କାମ ନ ପାଇ ଏଣେ ତେଣେ ଘୂରି ବୁଲି ଥିଲେ । ପରେ ଜଣେ ଓଡିଆ ଠିକାଦାର ଙ୍କ ପାଖରେ ଫ୍ୟାକଟ୍ରି ରେ କାମ କରିଲେ । ହେଲେ ଶାନ୍ତନ୍ତୁ ଙ୍କ ବିନା ପଇସା ରେ କାମ କରିବାକୁ ବାଧ୍ୟ କରାଗଲା ସେତେ ବେଳେ ସେ ବହୁତ ଛୋଟ ପିଲା ଥିଲେ । ଇଚ୍ଛା ନ ଥିଲେ ବି ସେ ଛୋଟ ବୟସ ରୁ କାମ କରିବାକୁ ବାଧ୍ୟ ହୋଇଥିଲେ ।
ଘରକୁ ଆସିବାକୁ ସୁଯୋଗ ଦେଉ ନଥିଲେ ଠିକାଦାର ହେଲେ ପରେ ଜଣେ ଓଡିଆ ଶ୍ରମିକ ରଶ୍ମିରଂଞୀନ ଙ୍କ ସହିତ ଦେଖା ହୋଇଥିଲା । ଶାନ୍ତନୁ ଙ୍କ ଠାରୁ ଏହି କଥା ସୁଣି ଦେବଦୂତ ସାଜି ଉଦ୍ଦାର କରିବାକୁ ପଣ କରିଥିଲେ ରଶ୍ମି ।
ସଂମ୍ପୃକ୍ତ ଠିକାଦାର ଠାରୁ ରଶ୍ମି ଙ୍କ ପାଖକୁ ଲୁଚି ପଳେଇ ଆସିଥିଲେ ଶାନ୍ତନୁ କିଛି ଗଣ ମାଧ୍ୟମ ପ୍ରତିନିଧି ଙ୍କ ଭେଟିବା ପରେ ତାଙ୍କୁ ମିଳି ପାରିଥିଲା ତାଙ୍କର ସଂମ୍ପର୍ଣ୍ଣ ଠିକଣା । ଗଣ ମାଧ୍ୟମ ପ୍ରତିନିଧି ଙ୍କ ଠାରୁ ଖବର ପାଇ ତାଙ୍କୁ ସାହାଯ୍ୟ ର ହାତ ବଢେଇ ଥିଲେ ନୟାଗଡ ଜିଲ୍ଲାପାଳ । ଆଉ ତା ପରେ ଶାନ୍ତନୁ ଆସି ପହଁଚିଥିଲେ ତାଙ୍କ ଅଜା ଆଇ ଙ୍କ ଘରେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।