ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ କଡା ସୁରକ୍ଷା ମଧ୍ୟରେ ବି ଚାଲିଲା କପି +2 ପରିକ୍ଷା ରେ କପି କରି ଧରା ପଡିଲେ ଦୁଇ ପରିକ୍ଷାର୍ଥି । ଏହି ଘଟଣା ଦେଖିବାକୁ ମିଳିଛି ଗଞାମ୍ ଜିଲ୍ଲା ବର୍ତୁନି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ କନ୍ଧମାଳ ର ବାଲିଗୁଡା ସ୍ଥିତ ଆଦିବାସୀ ଉଚ୍ଛ ମାଧ୍ୟମିକ ବିଦ୍ୟାଳୟ ରେ । ଗୁରୁବାର ପରିକ୍ଷା ଆରମ୍ଭ ହୋଇଥିବା ବେଳେ ପରିକ୍ଷା ସମୟ ରେ କପି କରୁଥିବା ଘଟଣା ସାମ୍ନାକୁ ଆସିଛି ।
ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଶଦ ଦ୍ୱାରା ଚଳିତ ବର୍ଷର +2 ବାର୍ଷିକ ପରିକ୍ଷା କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି । ଉଚ୍ଛ ମାଧ୍ୟମିକ ଶିକ୍ଷା ପରିଶଦ ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ସହ 8 ଟି ଜିଲ୍ଲାରେ ପୂର୍ବାହ୍ନ 10.00 ଟା ରୁ ଅପରାହ୍ନ 1.00 ମଧ୍ୟରେ ପ୍ରଥମ ସିଟିଂ ରେ ବିଜ୍ଞାନ ସ୍ରୋତ ର ଓଡିଆ ପରିକ୍ଷା ଶାନ୍ତି ପୂର୍ଣ୍ଣ ଭାବେ ଶେଷ ହୋଇଛି ।
ପରିକ୍ଷା କୁ ସ୍ୱଚ୍ଛ ଏବଂ କପି ମୁକ୍ତ କରିବା ନିମନ୍ତେ ପରିଶଦ ପକ୍ଷରୁ ସମସ୍ତ ସତର୍କତା ଅବଲମ୍ବନ ମୂଳକ ଆନୁସଂଙ୍ଗିକ ପଦକ୍ଷେପ ଗ୍ରହଣ ହୋଇଛି । କେନ୍ଦ୍ରିୟ ସ୍କୁଆର୍ଡ ଏବଂ ଜର୍ନାଲ ସ୍କୁଆର୍ଡ ସଦସ୍ୟ ମାନେ ଗଞାମ୍ , ଜଗପତି , କୋରାପୁଟ , ମାଲାକାନା ଗିରି , ନବରଙ୍ଗପୁର , ରାୟଗଡା , ବୈଦ୍ଧ , ଏବଂ କନ୍ଧମାଳ ଜିଲ୍ଲାର ବିଭିନ୍ନ ବିଭିନ୍ନ ପରିକ୍ଷା କେନ୍ଦ୍ର ପରିଦର୍ଶନ କରି ଶୃଙ୍ଖଳିତ ପରିକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ ।
କିନ୍ତୁ ଏତେ କଡା ବ୍ୟବସ୍ଥା ଥାଇ ମଧ୍ୟ କନ୍ଧମାଳ ଏବଂ ଗଞାମ୍ ଜିଲ୍ଲାର କଲେଜ ଗୁଡିକ ରେ ଦୁଇ ଜଣ ଛାତ୍ରୀ କପି କରୁଥିବାର ଜଣା ପଡିଥିଲା । ଏବଂ ସେମାନେ ସ୍କୁଆର୍ଡ ହାତରେ ଧରା ପଡିଥିବାର କୁହାଜାଇଛି । କଡା ବ୍ୟବସ୍ତା ପରେ ବି କପି କରି କରିବାକୁ ନେଇ ସାଧାରଣ ରେ ପ୍ରଶ୍ନ ଉଠିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।