୧୪ ତାରିଖ ବେଳକୁ ଗରମ କମିବ, ଟିକେ ଥଣ୍ଡା ପଡିବ, ଆଉ ୧୮ ଓ ୧୯ ରେ ପ୍ରବଳ ଛେଚିବ

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା ୧୮ ଓ ୧୯ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ଅଧିକ ରହିବ । ପୁରୀ ରୁ ବାଲେଶ୍ଵର ଯାଏ ଉପକୂଳରେ ସ୍ୱଳ୍ପ ରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଅନେକ ସ୍ଥାନରେ ତାପମାତ୍ରା ୮ ଡିଗ୍ରୀ ରୁ କମ୍ ରହିବ । ୧୪ ତାରିଖ ଯାଏ ରାଜ୍ୟର ଗରମ ରହିବ । ଆଉ ୧୪ ତାରିଖ ପରେ ରାଜ୍ୟରେ ଟିକେ ଗରମ କମିବ । ଆଜି ଟିକେ ଟିକେ ଶୀତ ଅନୁଭୂତ ହେଉଥିବା ବେଳେ ଗରମର ପ୍ରଭାବ ଟିକେ ସକାଳୁ କମ୍ ଥିଲା । କିନ୍ତୁ କଥା ଉଠୁଛି ୧୪ ତାରିଖ ବେଳକୁ ଗରମ ଟିକେ ଥଣ୍ଡା ପଡିବ । ଆଉ ୧୮ , ୧୯ରେ ପ୍ରବଳ ଛେଞ୍ଚିବ । ଯାହାକୁ ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ମାନେ ।

ଆଜିଠାରୁ ରାଜ୍ୟରେ ତାପମାତ୍ରା ପୁଣି ବଢିବ । ୧୪ ଯାଏ ଏ ଗରମ ରହିବ । କୌଣସି ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀ ପାର ହେବାର ସମ୍ଭାବନା ନାହିଁ । ୧୫ ରୁ ରାଜ୍ୟରେ ପାଗ ବଦଳିବ । ଓଡିଶା ସଲଗ୍ନ ଅଞ୍ଚଳରେ ଏକ ଘୃର୍ଣ୍ଣିବଳୟ ସୃଷ୍ଟି ହେବ ଏହାପରେ ଟ୍ରାପରେ ପରିଣତ ହୋଇ ପାଗ ପରିବର୍ତ୍ତନ କରିବ ବୋଲି କହିଛନ୍ତି ବରିଷ୍ଠ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ।

rain

ଆଉ ଏହା ସହ ୧୮,୧୯ ତାରିଖରେ ବର୍ଷାର ମାତ୍ରା ଅଧିକ ରହିବ । ଉପକୂଳରେ ବର୍ଷାର ସମ୍ଭାବନା ରହିଛି । ପଶ୍ଚିମ ଓଡିଶାରେ ବର୍ଷାର ପ୍ରଭାବ କମ୍ ରହିବ । ୧୭ ଓ ୧୮ ରେ କେନ୍ଦ୍ରୀୟ ଓ ଦକ୍ଷିଣ ଆଭ୍ୟନ୍ତରୀଣୟ ଗୋଟିଏ ଦୁଇଟି ସ୍ଥାନରେ ପଥର ବର୍ଷା ହୋଇପାରେ । ଆମ୍ବ, ପଣସ, କାଜୁ ସହ ସମସ୍ତ ଖରାଦିନ ଫସଲ ପାଇଁ ସମ୍ଭାବ୍ୟ ବର୍ଷା ଅନୁକୂଳ ହେବ ବୋଲି ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ।

ତେବେ ୨୪ ଘଣ୍ଟା ଭିତରେ କନ୍ଧମାଳ ଓ ନବରଙ୍ଗପୁରରେ ଅଧିକ ବର୍ଷା ହୋଇଛି । କନ୍ଧମାଳର ଖଜୁରୀପଡାରେ ୨୭. ୭ମିଲିମିଟର ବର୍ଷା ହୋଇଥିବା ବେଳେ ନବରଙ୍ଗପୁରର ପାପଡାହାଣ୍ଡି ରେ ୨୦,ଡାବୁଗାଁ ରେ ୧୮,ରାୟଘରରେ ୧୬ , କୋସାଗୁମୁଡା ରେ ୯.୫,କନ୍ଧମାଳ କୋଟୁଗୁଡାରେ ୧୯,ଦାରିଙ୍ଗବାଡିରେ ୮,କଳାହାଣ୍ଡି ଭବାନୀ ପାଟଣାରେ ୪.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଶନିବାର ମାଲକାନାଗିରିରେ ସବୁଠାରୁ ଅଧିକ ୩୮ଂ ତାପମାତ୍ରା ରେକର୍ଡ କରିଥିବା ପାଣିପାଗ ବିଜ୍ଞାନ ପକ୍ଷରୁ ସୂଚନା ମିଳିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *