୬ କୋଟି ଜବତ ପରେ ବିଜେପି ବିଧାୟକଙ୍କ ଇସ୍ତଫା !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ । ୬କୋଟି ଜବଦ ପରେ ଇସ୍ତଫା ଦେଲେ ବିଜେପି ବିଧାୟକ । ୪୦ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ବିଧାୟକ ପୁଅ ଗିରଫ । ପରେ ଖୋଜାଖୋଜି ବେଳେ ଧରାପଡିଲା ୬କୋଟି ଟଙ୍କା ।

ଲୋକାଯୁକ୍ତର ଦୁର୍ନିତୀ ନିରୋଧୀ ଶାଖା ବାସ ଭବନରୁ ନଗଦ ୬କୋଟି ଜବଦ କରିବା ପରେ ଆଜି କର୍ଣ୍ଣାଟକ ବିଜେପି ବିଧାୟକ ମଣ୍ଡଳ ବିରୁପାଖ୍ୟା ପା ମହିଶୁର ସାଣ୍ଡେଲ ସାବୁନ ନିର୍ମାତା କର୍ଣ୍ଣାଟକ ସୋପସ୍ ଆଣ୍ଡ ଡିଟରଜେନସ୍ ଲିମିଟେଡ ର ଅଦକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ପଠାଯାଇଥିବା ଇସ୍ତଫା ପତ୍ରରେ ମଣ୍ତଳ ବିରୁପାଖ୍ୟା ପା ତାଙ୍କ ବିରୋଧରେ ଆଦତ ସବୁ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ।

BJP MLA Resigns

ସେ କହିଛନ୍ତି ଲୋକାଯୁକ୍ତ ଚଢାଉ ସହିତ ମୋର କୌଣସି ସମ୍ପର୍କ ନାହିଁ । ଏହା ମୋ ପରିବାର ଆଉ ମୋ ବିରୋଧରେ ଗୋଟିଏ ଷଡଯନ୍ତ୍ର । ସୂଚନା ଅନୁଯାୟୀ କର୍ଣ୍ଣାଟକ ଲୋକାଯୁକ୍ତ ଦୁର୍ନୀତି ନିବାରଣ ୱିଙ୍ଗସ୍ ୪୦ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥୁବା ବେଳେ ବିଜେପି ବିଧାୟକ ବିରୁପାଖ୍ୟା ପା ମାଡାଲଙ୍କ ପୁଅଙ୍କୁ ଗିରଫ କରିଥିଲା ।

ବିଧାୟକ ପୁଅ ପ୍ରଶାନ୍ତ ମାଡାଲ ତାଙ୍କ କାର୍ଯ୍ୟାଳୟରୁ ଲାଞ୍ଚ ନେଉଥିବା ବେଳେ ଲୋକାଯୁକ୍ତ ଅଧିକାରୀ ମାନେ ତାଙ୍କୁ ଧରିଥିଲେ । ଲୋକାଯୁକ୍ତ ଅଧିକାରୀଙ୍କୁ ଲାଞ୍ଚ ଦାବିରେ ଏହି ଅଭିଯୋଗ ଆସିଥିଲା ।

money

ପ୍ରଶାନ୍ତଙ୍କ କାର୍ଯାଳୟକୁ ୧.୭ କୋଟିରୁ ଅଧିକ ନଗଦ ଟଙ୍କା ଜବଦ କରାଯାଇଛି । ଏହା ବ୍ୟତୀତ ପ୍ରଶାନ୍ତଙ୍କ ଘର ଯାଞ୍ଚ ପରେ ସେଠାରୁ ୬କୋଟି ଟଙ୍କା ଜବଦ ହୋଇଥିଲା ବୋଲି ତଦନ୍ତକାରୀ ଦଳ କହିଛନ୍ତି । ଟଙ୍କାର ପାହାଡ ଦେଖି ତଦନ୍ତକାରୀ ଦଳ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *