ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳ ହେଉଛି ମୋବାଇଲ । ଭାଙ୍ଗି ଯାଉଛି ସ୍ୱାମୀ- ସ୍ତ୍ରୀଙ୍କ ସମ୍ପର୍କ । ସ୍ମାର୍ଟଫୋନ ଛାଡି ପାରୁନାହାନ୍ତି ଲୋକେ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗିବାର ମୁଖ୍ୟ କାରଣ ହେଉଛି ମୋବାଇଲ । କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଘଟଣାଟି ସତ । ସ୍ମାର୍ଟଫୋନ ଲାଗି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଥିବା ପବିତ୍ର ସମ୍ପର୍କରେ ଏବେ ଫାଟ ଦେଖାଦେଇଛି । ଯାହାକୁ ନେଇ ଚିନ୍ତାରେ ଦମ୍ପତି ।
ଗାଞ୍ଜିଆବାଦରେ ଲୁନି ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଯାହା ସମସ୍ତଙ୍କ ଚିନ୍ତାକୁ ଦିଗୁଣିତ କରିଛି । ମୋବାଇଲ ପାଇଁ ସ୍ତ୍ରୀ ସ୍ୱାମୀକୁ ମଧ୍ୟ ଛାଡିବା ପାଇଁ ରାଜି ହୋଇଯାଇଛି । ସବୁବେଳେ ମୋବାଇଲରେ ବ୍ୟସ୍ତ ରହୁଥୁବାରୁ କାର୍ଯ୍ୟବାଦର ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ହେଲେ ରାଗ ଜର ଜର ହୋଇଥିବା ସ୍ୱାମୀଙ୍କ ମୁହଁ ବନ୍ଦ ହୋଇଯାଇଥିଲା ସ୍ତ୍ରୀଙ୍କ ଦ୍ୱିପଦ କଥାରେ ।
ମହିଳା ଜଣକ କହିଥିଲେ ମୁଁ ସିନା ତୁମକୁ ଛାଡିଦେବି ହେଲେ ମୋବାଇଲ ବିନା ରହିପାରିବି ନାହିଁ । ଏକଥା ଶୁଣି ସ୍ୱାମୀଙ୍କ ହୋସ୍ ଉଡିଯାଇଥିଲା । କିଛିକ୍ଷଣ ପାଇଁ ସେ ଚୁପ୍ ହୋଇଯାଇଥିଲେ । କ’ଣ କହିବେ ଚିନ୍ତା କରିପାରି ନଥିଲେ । ଏବେ ଏହି ମାମଲା ପରିବାର ପରାମର୍ଶ କେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚି ଯାଇଛି । ସ୍ୱାମୀଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ତ୍ରୀ ସବୁବେଳେ ମୋବାଇଲ ଫୋନରେ ବ୍ୟସ୍ତ ରହୁଛନ୍ତି । ଘଣ୍ଟା ଘଣ୍ଟା ଧରି ଫୋନରେ ଗପୁଛନ୍ତି ।
ଘରର ସବ ଛୋଟ ଛୋଟ କଥା ଭଉଣୀ ଓ ଭିଣେଇକୁ ଫୋନ କରି ଜଣାନ୍ତି । ଆଉ ସେମାନଙ୍କ କଥାରେ ଘରେ ସବୁବେଳେ ଝଗଡ଼ା କରୁଛନ୍ତି । କେବଳ ଏତିକି ନୁହଁ ସ୍ତ୍ରୀଙ୍କ ଭଉଣୀ ମଧ୍ୟ ତାଙ୍କୁ ବିଭିନ୍ନ କଥା କହି ଗାଳି ଦେଉଛନ୍ତି , ଖରାପ ବ୍ୟବହାର ଦେଖାଉଛନ୍ତି । ଆଉ ଏସବୁର ମୁଖ୍ୟ କାରଣ ଫୋନ ହୋଇଥିବାରୁ ଟିକିଏ ଶାନ୍ତିରେ ରହିବାକୁ ସ୍ୱାମୀ ଜଣକ ସ୍ତ୍ରୀଙ୍କ ଠାରୁ ମୋବାଇଲ ଆଣି କିପେଡ୍ ମୋବାଇଲ ଆଣିଦେବେ ବୋଲି କହିଥିଲେ । ଏହାପରେ ଘରେ ଆରମ୍ଭ ହୋଇଯାଇଥିଲା ମହାଭାରତ ।
ସମୟ ଆସିଲେ ତୁମକୁ ଛାଡି ଦେବି ସିନା କିନ୍ତୁ ମୋବାଇଲ ଛାଡିବି ନାହିଁ ବୋଲି କହିଥିଲେ ସ୍ତ୍ରୀ । ସ୍ତ୍ରୀ ର ଏମିତି କଥା ଶୁଣି ସ୍ୱାମୀର ଅକଲ ଗୁଡୁମ । ଗାଳି କରିବେ କ’ଣ ଚୁପ୍ ହୋଇଯାଇଥିଲେ । ତେବେ ମୋବାଇଲ କେମିତି ପାରିବାରିକ ଜୀବନ ନଷ୍ଟ କରୁଛି ତାହା ଇଏ ଗୋଟିଏ ବଡ ଉଦାହରଣ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।