ଗୋଟିଏ ପଶ୍ଚିମା ଝଡ଼ର ପ୍ରଭାବ ସରିନି ପୁଣି ଆସୁଛି ଆଉ ଏକ ପଶ୍ଚିମା ଝଡ଼ । ଲୋକେ ଛାନିଆ।

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସାରା ରାଜ୍ୟରେ ଜାରି ରହିଛି ପଶ୍ଚିମା ଝଡ । ଦିନ ୨ଟା ବାଜିଲେ କଳା ହାଣ୍ଡିଆ ମେଘ କରି ଘୋଟି ଆସୁଛି । ବିଭିନ୍ନ ସ୍ଥାନରେ କୂଆ ପଥର ମାଡ ସହ ବିଜୁଳି ଘଡ଼ଘଡ଼ି ବର୍ଷା ଆଉ ପବନ । ପଶ୍ଚିମା ଝଡ ପ୍ରଭାବରେ ମଙ୍ଗଳବାର ଦିନ ବିଭିନ୍ନ ସ୍ଥାନରେ କୂଆ ପଥର ମାଡ ସାଙ୍ଗକୁ ବିଜୁଳି ଚମକିଛି । ଗର୍ଜିଛି ଘଡଘଡି ଆଉ ଝଡ ତୋଫାନ୍ ବର୍ଷା ବି ହୋଇଛି ।

ଏହି ଝଡର ପ୍ରଭାବରେ କେଉଁ ଅଞ୍ଚଳରୁ ବରଫ ଖଣ୍ଡ ପରି କେଜିକିଆ ଓଜନର କୂଆ ପଥର ଖସୁଛି ତ ଆଉ କେଉଁଠି ସହରରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ପୁଣି ମଝିରେ ମଝିରେ ଚମକୁଛି ବିଜୁଳି ଆଉ ପ୍ରଚଣ୍ଡ ଶବ୍ଦ କରି ଘଡଘଡି ବି ଛାତି ଥରାଇ ଦେଉଛି । ଯାହାକୁ ନେଇ ଲୋକେ ଭୟଭିତ ଅଛନ୍ତି । ଆଉ ଠିକ୍ ଏତିକି ବେଳେ ଗୋଟିଏ ପଶ୍ଚିମା ଝଡର ପ୍ରଭାବ ନଜାଉଣୁ ପୁଣି ଆସନ୍ତା ୨୩ ତାରିଖ ବେଳକୁ ଆସୁଛି ଆଉ ଏକ ପଶ୍ଚିମା ଝଡ । ଯାହାକୁ ନେଇ ପୂର୍ବାନୁମାନ କଲାଣି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

rains

ଆଉ ଏ ପଶ୍ଚିମା ଝଡ ଭାରତର ଉତ୍ତର ପଶ୍ଚିମ ଭାଗକୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଏହାର ପ୍ରଭାବ ରାଜ୍ୟ ଉପରେ ପଡିବ କି ନାହିଁ ସେ ବିଷୟରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କିଛି ବି ସ୍ପଷ୍ଟ କରାଯାଇନି । ତଥାପି ଗୋଟିଏ ପଶ୍ଚିମା ଝଡର ପ୍ରଭାବ ସରିନି ଆଉ ଏକ ପଶ୍ଚିମା ଝଡ ଆସୁଛି । ଆସନ୍ତା ୨୩ ତାରିଖ ବେଳକୁ ଆଉ ଏକ ପଶ୍ଚିମା ଝଡ ଆସିବ ।

ଏମିତି କିଛି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୫ ତାରିଖ ଯାଏ ସାରା ରାଜ୍ୟରେ ବର୍ଷା ଲାଗି ରହିବ । ଯଦିଓ ମଧ୍ୟାହ୍ନରେ ତାପମାତ୍ରା ବୃଦ୍ଧି ଘଟିବ ତେବେ ଅପରାହ୍ନରେ ବର୍ଷା ହେବ । ଯାହାକୁ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *