୧୯ ବର୍ଷ ପରେ ରାଗ ସୁଝାଇଲେ ବିଧାୟକ । ବିଧାନସଭା ପାଲଟିଲା ଜେଲ୍

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ୧୯ବର୍ଷ ପରେ ରାଗ ସୁଝାଇଲେ ବିଧାୟକ । ସାଙ୍ଗ ହେଲେ ବାଚସ୍ପତି ବିଧାନସଭା ବନିଲା ଜେଲ୍ । ପୋଲିସଙ୍କ ଦୃବ୍ୟବହାରର କଲେ ଗଣି ଗଣି ହିସାବ । ଗୋଟିଏ ଦିନ ପାଇଁ ହାଜତରେ ପଶିଲା ପୋଲିସ । ଉତ୍ତରପ୍ରଦେଶରୁ ଆସିଥିବା ଏହି ଖବର ଯେତିକି ଆଶ୍ଚର୍ଯ୍ୟ ଜନକ ସେତିକି ସମ୍ବେଦନଶୀଳ ମଧ୍ୟ । ସମସ୍ତେ ଜାଣନ୍ତି ଅପରାଧର ବିଚାର କୋର୍ଟରେ ହୁଏ । ଅପରାଧୀକୁ ଦଣ୍ଡ ମିଳେ ନିର୍ଦ୍ଦୋଶକୁ ମିଳେ ନ୍ୟାୟ ।

ହେଲେ ବିଧାନସଭାରେ ବିଚାର ହବା କଥା ଆପଣ ହୁଏତ ଶୁଣି ନଥିବେ । ଶୁକ୍ରବାର କୋର୍ଟ ରୂପରେ ପରିଣତ ହୋଇଥିଲା ୟୁପି ବିଧାନସଭା । ବାଚସ୍ପତି ବନିଲେ ଜର୍ଜ । ଆଉ ଚାଲିଲା ଶୁଣାଣି । ୧୯ବର୍ଷର ଏକ ଅଭିଯୋଗ ଉପରେ ଶୁଣାଣି ହେଲା । ୨୦୦୪ ମସିହାରେ ମୁଲାୟିନ ସିଂ ଯାଦବ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଅଘୋଷିତ ବିଦ୍ୟୁତ କାର୍ଡ ବିରୋଧରେ ଆନ୍ଦୋଳନ କରୁଥୁଲା ବିଜେପି । ବିଜେପିର କାନୁନ ବିଧାୟକ ସଲିଲ ବିଷ୍ଣୁଇ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।

Assembly

ସେତେବେଳେ ଆନ୍ଦୋଳନର ନେତୃତ୍ୱ ନେଉଥିଲେ ବର୍ତ୍ତମାନର ୟୁପିର ବିଧାନସଭାର ବାଚସ୍ପତି ସତିସ୍ ମାହାନା । ଆନ୍ଦୋଳନ ତୀବ୍ରତର ହେବାରୁ ଲାଠିଚାର୍ଜ କରିଥିଲା ପୋଲିସ । ଯେଉଁଥିରେ କାନୁନ ବିଧାୟକ ସଲିଲ ବିଷ୍ଣୁଇଙ୍କ ଗୋଡ ଭାଙ୍ଗି ଯାଇଥିଲା । ଏହି ଘଟଣାରେ ୬ଜଣ ପୋଲିସ କର୍ମିଙ୍କ ବିରୋଧରେ ବିଶେଷ ଆଧିକାର କ୍ଷ୍ୟିନ ଅଭିଯୋଗ ଆସିବା ପରେ ବିଧାନସଭାରେ ଏହା ଉପରେ ବିଚାର ହେଲା । ୨୦୦୫ ମସିହାରେ ସମସ୍ତ ପୋଲିସ କର୍ମିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା ୟୁପି ବିଧାନସଭା ।

ଆଜକୁ ଏହି ରାୟକୁ ୧୭ ବର୍ଷ ବିତିଯାଇଥିଲେ ବି ସମସ୍ତ ଅଭିଯୋଗକୁ କୌଣସି ଦଣ୍ଡ ମିଳି ନଥିଲା । ଯେଉଁଥିପାଇଁ ଶୁକ୍ରବାର ଶୁଣାଣି କରି ସମସ୍ତ ଅଭିଯୁକ୍ତଙ୍କୁ ଗୋଟିଏ ଦିନର ଜେଲ୍ ଦଣ୍ଡ ଶୁଣାଇଛନ୍ତି ବିଧାନସଭାର ବାଚସ୍ପତି ସତିସ୍ ମାହାନା । ସମ୍ବିଧାନର ଧାରା ୧୯୪ ଅନୁଯାୟୀ ବିଧାନସଭା ସଦସ୍ୟ ଙ୍କର ଥିବା ବିଶେଷ ଅଧିକାର ବଳରେ ବାଚସ୍ପତି ଏଭଳି ପଦକ୍ଷେପ ନେଇଛନ୍ତି । ସମସ୍ତ ୬ ଅଭିଯୁକ୍ତକୁ ବିଧାନ ସଭାରେ ଥିବା ହାଜତରେ ଗୋଟିଏ ଦିନ କାରାବାଶରେ ରଖା ଯାଇଥିଲା । ଯାହାର ଅବଧି ଶେଷ ହେବା ପରେ ୬ ପୋଲିସ କର୍ମଚାରୀ ମୁକୁଳିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *