ଓଡ଼ିଶା ଝିଅ ପ୍ରେମରେ ପାଗଳ ହେଲେ ଯୁବତୀ, ହରିଆଣାରୁ ଧାଇଁ ଆସିଲେ ବାଲେଶ୍ଵର ।

girl

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ନାବାଳିକାଙ୍କ ପ୍ରେମରେ ପାଗଳ ହେଲେ ଯୁବତୀ । ବାହା ହେବା ପାଇଁ ହରିଆଣାରୁ ଧାଇଁ ଆସିଲେ ଓଡିଶା । ସୋସିଆଲ ମିଡିଆରେ ପ୍ରେମ ଆଜିକାଲି ସାଧାରଣ ଘଟଣା ହୋଇଗଲାଣି । ଫେସବୁକ ହଉ କି ଇନଷ୍ଟାଗ୍ରାମ ହ୍ୱାଟସଆପ୍ ଚାଟ୍ ପରେ ଆରମ୍ଭ ହୋଇଯାଉଛି ପ୍ରେମ । ଆଉ ତାପରେ ବିବାହ । କିଛି ଜଣକର ସମ୍ପର୍କ ଠିକ୍ ଠାକ୍ ଚାଲୁଥିବା ବେଳେ ଆଉ କିଛି ସମ୍ପର୍କରେ ଫାଟ ସୃଷ୍ଟି ହେଉଛି । ଯାହା ପରେ ମହଙ୍ଗା ସାବ୍ୟସ୍ତ ହେଉଛି ।

ତେବେ ଏମିତି କିଛି ଘଟଣା ସାମ୍ନାକୁ ଆସିଛି । ତେବେ ଏଠି ଘଟଣା ଟିକେ ଭିନ୍ନ । ଏଠି ପୁଅ ଝିଅଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିନାହିଁ ବରଂ ଦୁଇ ଝିଅଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଛି । ଏମିତିକି ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ନାବାଳିକାଙ୍କ ପ୍ରେମରେ ପାଗଳ ହୋଇ ହରିଆଣାରୁ ଓଡିଶା ଧାଇଁ ଆସିଲେ ଏହି ଯୁବତୀ ଜଣକ । କିନ୍ତୁ ସ୍ଥାନୀୟ ଲୋକେ ଏବେ ତାଙ୍କୁ ପୋଲିସ ଜେମା ଦେଇଛନ୍ତି ।

girl

ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଶଙ୍ଖାରି ଅଞ୍ଚଳରେ ଘଟିଛି ଏଭଳି ଘଟଣା । ସୂଚନା ଅନୁସାରେ ଶଙ୍ଖାରି ଅଞ୍ଚଳର ଜଣେ ନାବାଳିକାଙ୍କ ସହ ହରିଆଣା ସୋନିପୁର ଥାନା ଅନ୍ତର୍ଗତ ତାଜପୁର ଅଞ୍ଚଳର ୨୦ ବର୍ଷିଆ କାଜଲଙ୍କ ର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଇନଷ୍ଟାଗ୍ରାମ ରେ ଉଭୟଙ୍କର ପରିଚୟ ହୋଇଥିଲା । ଏହାପରେ ପ୍ରେମ ତାପରେ ବିବାହ ପାଇଁ ଉଭୟ ନିଷ୍ପତ୍ତି ନେଇଥିଲେ ।

ବର୍ଷେ ହେଲା ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହାପରେ କାଜଲ ସଂମ୍ପୃକ୍ତ ବାଳିକାଙ୍କୁ ବାହା ହେବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ସିଏ ଟ୍ରେନରେ ଦୀଘା ପହଞ୍ଚିଥିଲେ ଓ ପରେ ଏକ ଓଟରେ ନାବାଳିକାଙ୍କ ପାଖକୁ ଯାଇଥିଲେ । ତେବେ ବଡପାହି ଗାଁ ରେ ଉଭୟଙ୍କ ର ଭେଟ ହୋଇଥିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *