୩ ମାସ ପୂର୍ବରୁ ସ୍ୱାମୀ ଚାଲିଯାଇଥିଲେ ,ଏବେ ଦୁର୍ଘଟଣାରେ ଆଖିବୁଜିଲେ ସ୍ତ୍ରୀ, ଅନାଥ ହୋଇଗଲେ ୨ ଶିଶୁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋ ଝିଅ କୁଆଡେ ଗଲା କାହିଁକି ମତେ ଦେଖେଇ ଦେଲ ନାହିଁ ମୋ ଝିଅ କୁଆଡେ ଗଲା । ତାକୁ ହସ୍ପିଟାଲ କାହିଁକି ନେଇଗଲ । ମୋ ଛୋଟ ଛୋଟ ନାତି ନାତୁଣୀ ଦୁଇଟା ଅନାଥ ହୋଇଗଲେ । ମୁଁ କାହିଁକି ଏକ ଜିବନ ରଖିବି କାହାକୁ ଏ ମୁହଁ ଦେଖେଇବି । ମୁଁ ଥାଉ ଥାଉ ମୋ ଆଖି ସାମ୍ନାରେ ଝିଅ ଜ୍ୱାୟିଁ ଚାଲିଗଲେ । ଏମିତି କହି କାନ୍ଦି କାନ୍ଦି ଲେଉଟି ଯାଇଛନ୍ତି ବାପା ମାଆ । କାରଣ ଦୂର୍ଘଟଣା ରେ ଆଖି ବୁଜିଛନ୍ତି ତାଙ୍କ ଝିଅ ।

ଏ ହେଉଛି ନିମା ପଡା ବଳଙ୍ଗା ରାସ୍ତା ନିମା ପଡା ଡେଲ୍ଟା ଛକ ନିକଟସ୍ଥ ନକ୍ଷେତ୍ର କଲ୍ୟାଣ ମଣ୍ଡପ ସମ୍ମୁଖର ଦୃଶ୍ୟ । ଏଠାରେ ବୁଲେଟ କୁ ଧୋକା ଦେଇଛି ହାଇୱା । ଘଟଣା ସ୍ଥଳ ରେ ମହିଳା ସରପଞ୍ଚ ଆଖି ବୁଜିଛନ୍ତି । ମୃ-ତ ମହିଳା ସରପଞ୍ଚ ହେଲେ ବିରାମ ଚନ୍ଦ୍ର ପୁର ଗ୍ରାମ ପଞ୍ଚାୟତ ର ମହିଳା ସରପଞ୍ଚ ଦୂପାରାଣୀ ବେହେରା ।

sar

ସୂଚନା ଅନୁସାରେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ବିରାମ ଚନ୍ଦ୍ର ପୁର ଗ୍ରାମ ପଞ୍ଚାୟତ ର ମହିଳା ସରପଞ୍ଚ ଦୂପାରାଣୀ ବେହେରା ନିଜ ଭାଇ ଙ୍କ ଯୋଗେ ବୁଲେଟ ଯୋଗେ ନିମାପଡା ର ବିବାହ ଭୋଜିରେ ଯୋଗ ଦେବାକୁ ଆସିଥିବା ବେଳେ ନିମାପଡା ଡେଲ୍ଟା ଛକ ନିକଟ ରେ ଏକ ହାଇୱା ତାଙ୍କୁ ଧୋକା ଦେଇଥିଲା ତେବେ ସରପଞ୍ଚ ରାସ୍ତା ଉପରେ ପଡିଜାଇ ଥିଲା ଆଉ ତାଙ୍କ ଉପରେ ହାଇୱା ମାଡି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃ-ତ୍ୟୁ ହୋଇଥିଲା । ଏବଂ ତାଙ୍କ ଭାଇ ଅଳ୍ପକେ ବର୍ତି ଜାଇଥିଲେ ।

ତେବେ ନିମାପଡା ଏମିତି ବାରମ୍ବାର ଘଟଣା ଘଟୁଥିବା ବେଳେ ଟ୍ରାଫିକ୍ ବ୍ୟବସ୍ଥା ଏଠାରେ ଭୁଷୁଡି ପଡିଛି ବୋଲି ସ୍ଥାନିୟ ଲୋକ ମାନେ ଅଭିଯୋଗ କରିଛନ୍ତି । ଘଟଣା ପରେ ଅନେକ ଲୋକ ରୁଣ୍ଡ ହେବା ସହିତ ଦୁଖଃରେ ଭାଙ୍ଗି ପଡିଛନ୍ତି ସରପଞ୍ଚ ଙ୍କ ବାପା ମାଆ । କାରଣ ଗତ ତିନି ମାସ ପୂର୍ବରୁ ସ୍ୱାମୀ ଙ୍କର ମୃ-ତ୍ୟୁ ହୋଇଥିବା ବେଳେ ଏବେ ମହିଳା ସରପଞ୍ଚ ଦୂପାରାଣୀ ବେହେରା ଦୂର୍ଘଟଣା ରେ ଆଖି ବୁଜିଛନ୍ତି । ଯାହାକି ପରିବାର କୁ ଶକ୍ତ ଆଘାତ ଦେଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *