ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଏଥର ଅସହ୍ୟ ତାତିରେ ସିଜିବ ଓଡିଶା । ଅସ୍ତବ୍ୟସ୍ତ ହେବ ଜନଜୀବନ । ଭୟଙ୍କର ଗରମରେ କଲବଲ ହେବ ଉତ୍ତର ରୁ ପଶ୍ଚିମ । ଜାଡରେ ଥରୁଥୁବା ସାରା ଓଡିଶା ଏଥର ଭୟଙ୍କର ଗରମ ଦେଖିବ । ଚଳିତ ବର୍ଷ ଦେଶରେ ଅନୁଭୂତ ହେବ ଭୟଙ୍କର ଗ୍ରୀଷ୍ମ ପ୍ରଭାବ । ସ୍ୱଭାବିକ ଠାରୁ ଉପରକୁ ଯିବ ଦିନର ତାପମାତ୍ରା । ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ହୋଇ ପଡିବ ଜନଜୀବନ । ପାଣିପାଗ ସଂସ୍ଥା ସ୍କାଇମେଟ୍ ପକ୍ଷରୁ ଏଭଳି କିଛି ଆକଳନ କରାଯାଇଛି ।
ଚଳିତ ବର୍ଷ ଦେଶରେ ଅନୁଭୂତ ହେବ ସବୁଠୁ ଭୟଙ୍କର ଗ୍ରୀଷ୍ମ ପ୍ରଭାବ । ତତଲା କଡେଇରେ ଫୁଟିବ ସାରା ଦେଶ । ଜନ ଜୀବନ ହୋଇ ପଡିବ ଅସ୍ତବ୍ୟସ୍ତ । ଯାହା ପୂର୍ବାନୁମାନ କରିଛି ପାଣିପାଗ ସଂସ୍ଥା ସ୍କାଇମେଟ୍ । ସଂସ୍ଥା ପକ୍ଷରୁ କୁହାଯାଇଛି କି ଚଳିତ ବର୍ଷ ଏପ୍ରିଲ୍ ରୁ ଜୁନ୍ ମଧ୍ୟ ଭାଗ ପର୍ଯ୍ୟନ୍ତ ଉତ୍ତର ପଶ୍ଚିମ ଭାରତରେ ଲୁ ପ୍ରଭାବିତ ହେବ ବୋଲି ।
ଆଉ ଏ ଲୁ ପ୍ରଭାବିତ ହେଲେ ଅନେକ ମାତ୍ରାରେ ଗ୍ରୀଷ୍ମ ପ୍ରଭାବ ହେବ । ଗୁଳୁଗୁଳି ହେବ । ସକାଳ ୭ଟା ବାଜିଲେ ବି ଘରୁ ବାହାରିବା ପାଇଁ ଡର ଲାଗିବ । ଯେଉଁ ସ୍ଥାନରେ ରାଜସ୍ଥାନ, ପଞ୍ଜାବ, ଗୁଜୁରାଟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ସମେତ ଅନ୍ୟାନ୍ୟ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଉପରକୁ ଡେଇିଁବ । ଏସବୁ ସ୍ଥାନରେ ୪୫ଂ ଉପରକୁ ପାରଦ ରହିବ ବୋଲି ପୂର୍ବାନୁମାନ କରିଛି ସ୍କାଇମେଟ୍ ।
ସେହିଭଳି ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡିଶା, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ରେ ମଧ୍ୟ ସେହି ମାସରେ ଅସହ୍ୟ ଗ୍ରୀଷ୍ମ ପ୍ରଭାବ ହେବା ନେଇ ସ୍କାଇମେଟ୍ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଚଳିତବର୍ଷ ଅସହ୍ୟ ଗରମ ପ୍ରଭାବ କାରଣରୁ ଫସଲ ହାନୀ ହେବାର ଯଥେଷ୍ଟ ସମ୍ଭାବନା ଥିବା ସୂଚନା ଦିଆଯାଇଛି । ସମସ୍ତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେଉଛି ଭୟଙ୍କର ଗ୍ରୀଷ୍ମ ପ୍ରଭାବକୁ ଆମେ କିଭଳି ଭାବେ ସାମ୍ନା କରୁଛେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।