ଶରୀରରେ ଆଉ ବଳ ନାହିଁ, ବଞ୍ଚିବାର ଆଉ ଆଶା ନାହିଁ, ଏବେ ଏକମାତ୍ର ଭରସା ଭଗବାନ ତୁମେ …

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ସମୟ ଯେତେ ଗ଼ଡି ଗଡି ଚାଲିଛି ଜିବନ ପ୍ରତି ସେତେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇ ଚାଲିଛି । ଆଉ ପ୍ରତି ମିନିଟ ରେ ଏମିତି ପ୍ରତିତ ହେଉଛି ମଣିଷ ଜିବନ ଏକ ପାଣି ଫୋଟକା ପରି । ଯେଉଁ ମଣିଷ ଦିନେ ନିଜର ଅଭିନୟ ମାଧ୍ୟମ ରେ ଲୋକଙ୍କୁ ହସଉଥିଲା । ଆଜି ସେହି ମଣିଷ ନିଜ ଜିବନ କୁ ପୁଣି ଥରେ ଫେରେଇ ପାଇବା ପାଇଁ ଠାକୁର ଙ୍କ ପାଖରେ ଗୁହାରି କରୁଛି ।

ପ୍ରତ୍ୟୋକ ଲୋକଙ୍କ ଆଖିରୁ ଝରି ପଡୁଛି ଲୁହ । ଆଉ ପାଟିରୁ ବାରି ପ଼ଡୁଛି ପିଣ୍ଟୁ ନନ୍ଦ ଙ୍କୁ ରକ୍ଷା କର । ଶରୀର ବର୍ଣ୍ଣନା କରି ଦେଉଛି କେତେ ରହିିଛି ଯନ୍ତ୍ରଣା । ଯେଉଁ ମଣିଷ ଠିଆ ହୋଇଗଲେ ସାମ୍ନା ଲୋକଙ୍କ ମନରେ ଭୟ ଆସିଯାଏ । ଆଜି ସେହି ମଣିଷ ମେଡିକାଲ ବେଡ ରେ ରୋଗ ଗ୍ରସ୍ଥ ହୋଇ ପଡିଛି । ଏହି ଦୃଶ୍ୟ କହି ଦେଉଛି ସତରେ ଜିବନ ମୂଲ୍ୟ କେତେ ଅଧିକ ଅଟେ ।

pintu 1

ଗୋଟିଏ ପଟେ ଡୋନର ର ଅପେକ୍ଷା ଅନ୍ୟ ପଟେ ପିଣ୍ଟୁ ନନ୍ଦ ଙ୍କ ମୁହଁ । ଆଉ ତାହାରି ମଧ୍ୟରେ ରହିଛି ଜିବନ । ଡୋନର ମିଳିଗଲେ ବଞ୍ଚିଯିବ ମୂଲ୍ୟବାନ ଜିବନ । ବର୍ତମାନ ସମୟ ରେ ଅଭିନେତା ପିଣ୍ଟୁ ନନ୍ଦ ଦିଲ୍ଲୀରେ ଚିକିତ୍ସା ଧୀନ ରହିଛନ୍ତି । ତାଙ୍କର ଚିକିତ୍ସା ରେ ପ୍ରତ୍ୟୋକ ଦିନ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ତେବେ ଦିଲ୍ଲୀ ଡାକ୍ତର ପିଣ୍ଟୁ ନନ୍ଦ ଙ୍କୁ ହାଇଦ୍ରାବଦ କିମ୍ବା ଚେନ୍ନାଇ ନେଇ ଯିବା ପାଇଁ ପରାମର୍ଶ ଦେଇଛନ୍ତି ।

ତେବେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେବି ଗୁରୁତ୍ୱର ରହିଛି । ତେବେ ଦିଲ୍ଲୀର ଏକ ବେସରକାରୀ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ପିଣ୍ଟୁ ନନ୍ଦ ଙ୍କୁ ଡାକ୍ତର ମାନେ ହାଇଦ୍ରାବଦ କିମ୍ବା ଚେନ୍ନାଇ ନେଇ ଯିବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଛନ୍ତି। ଲିଭର ସିରୋସିସ ରୋଗ ରେ ପଡିତ ହୋଇଥିବା ବେଳେ ବର୍ତମାନ ସମୟ ରେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ କୈଣସି ଡୋନର ମିଳୁ ନାହିଁ । ଏହା ସହିତ ଅର୍ଥ ର ଅଭାବ ରହିଛି ବୋଲି ପିଣ୍ଟୁ ନନ୍ଦ ଙ୍କ ଭାଇ ମଧ୍ୟ ସୂଚନା ଦେଇଥିବାର ସୂଚନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *