ମାର୍କସିଟ ଦେବାରେ ବିଳମ୍ବ ହେବାରୁ ପ୍ରିନ୍ସପାଲଙ୍କ ଦେହରେ ନିଆଁ ଲଗାଇଦେଲା ଛାତ୍ର

Principal

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରିନ୍ସପାଲଙ୍କ ଦେହରେ ନିଆଁ ଲଗେଇଦେଲା ଛାତ୍ର । ମାର୍କସିଟ ଦେବାରେ ବିଳମ୍ବ ହେବାରୁ ଛାତ୍ରଙ୍କ ଏପରି କାଣ୍ଡ । ୯୦ ପ୍ରତିଶତ ଜଳିଗଲେ ମହିଳା ପ୍ରିନ୍ସପାଲ । ସାମାନ୍ୟ କଥା ପାଇଁ ସୀମା ଟପିଗଲା ଛାତ୍ର । ମାର୍କସିଟ ଦେବାରେ ବିଳମ୍ବ ହେବାରୁ ମହିଳା ଜଣକ ଦେହରେ ନିଆଁ ଲଗେଇଦେଲା ଛାତ୍ର ଜଣକ । ଆଉ ସମସ୍ତଙ୍କ ସାମ୍ନାରେ ହୁଁ ହୁଁ ହୋଇ ଜଳିଗଲେ ପ୍ରିନ୍ସପାଲ ଜଣକ ।

ଘଟଣାଟି ହେଉଛି ମଧ୍ୟପ୍ରଦେଶରେ ଇଣ୍ଡରରେ ଥିବା ବିଏମ୍ କଲେଜର । କଲେଜ ପ୍ରିନ୍ସପାଲଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଇଛି ପୂର୍ବତନ ଛାତ୍ର । ଏମିତି କାଣ୍ଡ କରିଛି ଯେ ଆପଣ ଦେଖିଲେ ବି ଆପଣଙ୍କ ରକ୍ତ ବି ଗରମ ହୋଇଯିବ । ସାମାନ୍ୟ ମାର୍କସିଟ ମିଳିବାରେ ବିଳମ୍ବ ହେବାରୁ ଏମିତି କାଣ୍ଡ କରିଛି ଆଶ୍ୱତୋଷ ରିବାସ୍ତବ । ବିଏମ୍ କଲେଜ ପ୍ରିନ୍ସପାଲ ୫୪ ବର୍ଷିଆ ବିମୁକ୍ତା ସର୍ବାଙ୍ଗ ଦେହ ୯୦ ପ୍ରତିଶତ ଜଳି ଯାଇଥିବା ବେଳେ ବର୍ତମାନ ସୁଧା କଥା କହିବା ସ୍ଥିତିରେ ନଥିବା ସୂଚନା ଦେଇଛନ୍ତି ପୋଲିସ୍ ଅଧିକ୍ଷକ ଭାଗବତ ସିଂ କୀର୍ତ୍ତେ ।

Principal

ନିଆଁ ଲାଗିଯିବା ପରେ ପ୍ରିନ୍ସପାଲ ଡୁଏଲଡିଂ ଦୌଡୁଥିଲେ । ସେହି ସମୟରେ କର୍ମଚାରୀ ମାନେ ନିଆଁକୁ ଆୟତ କରି ଡାକ୍ତର ଖାନା ପଠାଇଛନ୍ତି । ପଚାରା ଉଚରା ବେଳେ ଅଭିଯୁକ୍ତ ଆଶତୋଷ ନିଜର ଅପରାଧ ସ୍ୱୀକାର କରିଛି । ଆଶ୍ୱତୋଷର କହିବା ଅନୁଯାୟୀ ସେ ସପ୍ତମ ଏବଂ ଅଷ୍ଟମ ସେମିଷ୍ଟର ପରୀକ୍ଷା ଦେଇଥିଲେ । ଉଭୟ ସେସେମିଷ୍ଟ ର ରେଜଲ୍ଟ ଗତ ଜୁଲାଇରେ ଆସିଥିବା ବେଳେ ବାରମ୍ବାର ମାଗିବା ସତ୍ତ୍ୱ କଲେଜ ତାଙ୍କୁ ମାର୍କସିଟ ଦେଇନଥିଲା ।

ଏହି କାରଣରୁ ସେ ରାଗିଯାଇଥିଲା ଏବଂ ପ୍ରିନ୍ସପାଲ ଘରକୁ ଫେରିବା ବାଟରେ ତାଙ୍କୁ ଆକ୍ରମଣ କରିଥିଲା ଆଶ୍ୱତୋଷ । ତେବେ ଏହା ପୂର୍ବରୁ ପ୍ରିନ୍ସପାଲଙ୍କୁ ହଇରାଣ କରିଥିବା କଥା ସ୍ୱୀକାର କରିଛି ଆଶ୍ୱତୋଷ । ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ତଦନ୍ତ ଚଲାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *