ପୁଣି ଜାଡରେ ଥରିବ ଆଭ୍ୟନ୍ତରୀଣ ଓଡ଼ିଶା, ୨ ଜିଲ୍ଲାକୁ ଆଲର୍ଟ କରାଇଲା ଆଞ୍ଚଳିକ ପାଣିପାଗ ବିଭାଗ

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଗତ କିଛିଦିନ ର ବ୍ୟବଧାନ ପରେ ରାଜ୍ଯକୁ ଫେରିବ ଶୀତ । ଜାଡରେ ଥରିବ ଆଭ୍ୟନ୍ତରୀଣ ଓଡିଶା । ଆସନ୍ତା ୪ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଶୀତର ଲହରୀ ଅନୁଭୂତ ହେବ । ରାତିର ତାପମାତ୍ରା ସ୍ୱଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ । ବିଶେଷ କରି ଝାରସୁଗୁଡା ଏବଂ ସୁନ୍ଦରଗଡ଼ ରେ ଶୀତର ଲହରୀ ପାଇଁ ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ରାଜ୍ୟକୁ ପ୍ରଭାବିତ ହେଉଥିବା ଶୁଷ୍କ ଏବଂ ଥଣ୍ଡା ବାୟୁ ପ୍ରଭାବ ପାଇଁ ଶୀତ ଅନୁଭୂତ ହେବ । ଜାନୁୟାରୀ ମାସରେ ଦୁଇଦିନ ଶୀତର ଲହରୀ ଅନୁଭୂତ ହେଉଥିବା ବେଳେ ଫେବୃଆରୀରେ ମଧ୍ୟ ଓଡିଶାରେ କିଛି ଶୀତର ଲହରୀ ଅନୁଭୂତ ହେବ । ତେବେ ଶୁକ୍ରବାରରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଜିଉଦୟଦରି ଓ କିରେଇରେ ୭.୬ଂ ରେକର୍ଡ ହୋଇଛି ।

cold

ଏଥି ସହିତ ରାଉରକେଲାରେ ୮ ଡିଗ୍ରୀ ଓ ଭୁବନେଶ୍ଵରରେ ୧୬.୫ ଡିଗ୍ରୀ, କଟକରେ ୧୬.୬ ଡିଗ୍ରୀ, ରେକର୍ଡ ହୋଇଛି । ସେହିଭଳି ଉତ୍ତର ପବନର ପ୍ରଭାହ ହେତୁ ରାଉରକେଲା ପାରଦ ସ୍ତର ୭ ଡିଗ୍ରୀ, ଝାରସୁଗୁଡା ୫.୮ ଡିଗ୍ରୀ, ଫୁଲବାଣୀର ୪. ୫ ଡିଗ୍ରୀ, ସମ୍ବଲପୁରର ୪.୪ ଡିଗ୍ରୀ, ଯାଜପୁର ରେ ୪. ୨ ଡିଗ୍ରୀ, ଢେଙ୍କାନାଳରେ ୩.୩ ଡିଗ୍ରୀ ଓ ଭୁବନେଶ୍ଵରର ରାତିର ପାରଦ ସ୍ତର ପ୍ରାୟ ୩.୭ ଡିଗ୍ରୀ ଯାଏ ତଳକୁ ଖସିଛି ।

ସେପଟେ ଜାନୁୟାରୀ ଠାରୁ ବଳିଯିବ ଫେବୃଆରୀର ତାତି । ରେଡ ଆଲର୍ଟ ରେ ରାଜଧାନୀ ଭୁବନେଶ୍ୱର । ୪୦ ଡିଗ୍ରୀ ଅତିକ୍ରମ କରିବା ନେଇ ଆଇଏମଡି କରିଛି ଆକଳନ । ସ୍ୱଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରିବ ପାରଦ ।

ଫେବୃଆରୀ ମାସର ଆକଳନ ଅନୁସାରେ ଓଡିଶାର ସମେତ ରାଜ୍ୟର ବିଭିନ୍ନ ମ୍ୟାପରେ ରେଡ ମାର୍କ ରହିଛି । ଅଧିକାଂଶ ଅଞ୍ଚଳରେ ଅରେଞ୍ଜ ଆଲର୍ଟ ଦେଖାଦେଇଛି । କିନ୍ତୁ ହିଟ୍ ୱେବ୍ ଆରମ୍ଭ ପୂର୍ବରୁ ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତର ଲହରୀ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *