ଜେଲର ଚାରିକାନ୍ଥ ଭିତରେ ଗୋପାଳର ପହିଲା ରାତି, ପ୍ରତି ସେକେଣ୍ଡ ରେ ମନେ ପଡୁଥିଲେ ସ୍ତ୍ରୀ ଓ ଝିଅ I

gopal

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୁମୁରି ଗୁମୁରି ଅନେକ କାନ୍ଦିଲେ ଚାହିଁ ଚାହିଁ ସାରା ରାତି ପାହିଗଲା ପ୍ରତି ସେକେଣ୍ଡ ରେ କରୁଥିଲେ ଅନୁତାପ ଆଉ ପାଖରେ ପରିବାର କୁ ନ ପାଇଁ ସଂମ୍ପର୍ଣ୍ଣ ଭାବେ ଭାଙ୍ଗି ପଡିଥିଲେ ASI ଗୋପାଳ ଦାସ । ସ୍ତ୍ରୀ ଖୋଜୁଛନ୍ତି ସ୍ୱାମୀଙ୍କୁ । ଝିଅ ଖୋଜୁଛି ବାପାଙ୍କୁ ଆଉ ଜେଲ ର 4 କାନ୍ଥ ଭିତରେ ମନେ ପକାଉଛନ୍ତି ASI ଗୋପାଳ ଦାସ ।

ଏବେ ଅଭିଯୁକ୍ତ ଗୋପାଳ ଦାସ ଙ୍କ ଠିକଣା ବଦଳିଜାଇଛି । ଚୈଦ୍ୱାର ମଣ୍ଡଳ କାରାଗାର ପାଲଟିଛି ତାଙ୍କର ଏବେ ନୂଆ ଠିକଣା । ଗତ କାଲି ରାତିରୁ ଗୋପାଳ ଦାସ କୁ ଚୈଦ୍ୱାର ଜେଲରେ ଭର୍ତ୍ତି କରାଜାଇଛି । ନିଜର ଜିବନ ପ୍ରତି ବିପଦ ଆଶଂକା କରି ସେ କୋର୍ଟ କୁ ଅନୁରୋଧ କରିଥିଲେ । ଆଉ କୋର୍ଟ ର କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ଝାଡସୁଗୁଡା ଜେଲ ରୁ ଚୈଦ୍ୱାର ଜେଲ କୁ ଅଣା ଜାଇଛି ।

gop

ସେ ସେଲ ନଂ 3 ରେ ରହିଥିବା ଜଣା ପଡିଛି । ଆଉ ଯେଉଁ ସେଲ ରେ ରହି ତାଙ୍କର ରାତି ପାହି ଜାଇଛି । ତେବେ ସେ 24 ଘଣ୍ଟିଆ ସୁରକ୍ଷା ବଳୟ ସାଙ୍ଗକୁ ସିସିଟିଭି ସର୍ଭିଲାନ୍ସ ମଧ୍ୟରେ ରହିଛନ୍ତି । ଗୋପାଳ ର ମାମଲା ଝାଡସୁଗୁଡା କୋର୍ଟ ରେ ଥିବାରୁ ତାର ହାଜିରା ପାଇଁ ଝାଡସୁଗୁଡା ରୁ ଭିଡ଼ିଓ କୋନଫ୍ରାନ୍ସିଂ ର ବ୍ୟବସ୍ଥା କରାଯିବ । ଜେଲ ମାନୁଆଲ ଅନୁସାରେ ତାର ମାନଶୀକ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ ବୋଲି ଜେଲ ଡିଜି ମୋନଜ ସାବ୍ରା କହିଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି କାହା ଆଡୁ ନିଜ ଜିବନ କୁ ବିପଦ ଆଶଂକା କରୁଛନ୍ତି ଗୋପାଳ । କାହିଁକି ଝାଡସୁଗୁଡା କୁ ସୁରକ୍ଷିତ ସ୍ଥାନ ମଣି ପାରିଲା ନାହିଁ ଗୋପାଳ । ତା ବିରୋଧ ରେ କିଛି ସଢଯନ୍ତ୍ର ର ସଂଙ୍କେତ ପାଇଛି କି ଗୋପାଳ । ଦେଖିବାକୁ ବାକି ରହିଲା ଏହି ଘଟଣା ଆଗକୁ କେଉଁ ମୋଡ ନେଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *