+2 ପରୀକ୍ଷା ପାଇଁ ସରକାର ଘୋଷଣା କରିଦେଲେ ବଡ ନିୟମ ।

+2 exams

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ହେବାକୁ ଥିବା ଯୁକ୍ତ 2 ପରିକ୍ଷାରେ ହୋଇଛି ବଡ ପରିବର୍ତନ ଏହିଥର 2023 ରେ ହେବାକୁ ଥିବା +2 ପରିକ୍ଷାରେ ଆସିଛି ଆଉ କିଛି ନିୟମ ଏହି ନେଇ ସରକାର ଙ୍କ ତରଫ ରୁ ଜାରି ହୋଇଛି ବଡ ଘୋଷଣା । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ଜାଣିନେବା ।

କୋଭିଡ ଲାଗି ରାଜ୍ୟରେ +2 ପରିକ୍ଷା ରେ ଅନେକ ସମସ୍ୟା ସୃଷ୍ଟି ହେବା ସହିତ ପରିକ୍ଷାର୍ଥି ଙ୍କ ସୁବିଧା ଲାଗି ରାଜ୍ୟରେ କିଛି ମାତ୍ରା ରେ କୋହଳ ବ୍ୟବସ୍ତା ଲଗୁ ହୋଇଥିଲା । ମାତ୍ର ଚଳିତ ବର୍ଷ ପରିକ୍ଷାରେ ସ୍ୱଚ୍ଛତା କୁ ଗୁରୁତ୍ୱ ଦେଇ ନିୟମ କଡା କଡି କରିବାକୁ +2 ପରିଶଦ ପକ୍ଷ ରୁ ବ୍ୟାପକ ବ୍ୟବସ୍ଥା କରାଜାଇଛି । ପରିକ୍ଷା କୁ କଡା କଡି କରାଜାଇଛି ।

school

ଉଭୟ ପରିକ୍ଷା ପରିଚାଳନା , ମୂଲ୍ୟାଙ୍କନ , ରେଜଲ୍ଟ ପ୍ରକାଶ ଆଦି ସବୁ ଥିରେ କଡା କଡି ନିୟମ କରାଜାଇଛି । ବିଶେଷ କରି ଏହିଥର କୈଣସି ବି ପ୍ରଶ୍ନ ପତ୍ରରେ ପରିକ୍ଷାର୍ଥି ଚିହ୍ନ ମାରି ପାରିବେ ନାହିଁ । କେବଳ ପ୍ରଶ୍ନ ପଢିବେ ଏବଂ ଉତ୍ତର ଖାତାରେ ଜାହା ଉତ୍ତର ଲେଖିବେ ହେଲେ ପ୍ରଶ୍ନ ପତ୍ର ରେ କୈଣସି ଚିହ୍ନ ମାରି ପାରିବେ ନାହିଁ । ଏହି ପରି ପ୍ରଶ୍ନ ପତ୍ରରେ କିଛି ଲେଖିଲେ ସେହି ପରିକ୍ଷାର୍ଥି ଙ୍କୁ ଏମ୍ପଟି କରାଯିବ ବୋଲି +2 ପରିଶଦ ପକ୍ଷରୁ ଜଣା ପଡିଛି ।

ତେବେ ଚଳିତ ବର୍ଷ ପରିକ୍ଷା କେନ୍ଦ୍ର ଗୁଡିକରେ ସିସି କ୍ୟାମେରା ବାଧ୍ୟତା ମୂଳକ କରାଜାଇଛି । ତେବେ ପରିକ୍ଷା କେନ୍ଦ୍ର ମଧ୍ୟକୁ ମୋବାଇଲ ଆଦି ଉପକରଣ କୁ ସଂମ୍ପର୍ଣ୍ଣ ନିଷେଧ କରାଜାଇଛି । ତେବେ ପରିକ୍ଷା ଦାଇତ୍ୱ ରେ ଅଧ୍ୟାପିକ ଏବଂ ଅଧ୍ୟାପିକା ମାନେ ମଧ୍ୟ ମୋବାଇଲ ବ୍ୟବହାର କରି ପାରିବେ ନାହିଁ ।

ତେବେ ପରିକ୍ଷା କେନ୍ଦ୍ର କୁ ପ୍ରବେଶ ପୂର୍ବରୁ ସମସ୍ତ ଅଧିକାରୀ ମେମ୍ବର , ସ୍କୁଆର୍ଡ ମେମ୍ବର , ଜିଲ୍ଲା ପ୍ରସାଶନିକ ଅଧିକାରୀ ଏବଂ ଅନ୍ୟ ଅଧିକାରୀ ମାନେ ସେଣ୍ଟର ସୁପର ଟେଣ୍ଡର ଙ୍କ ନିକଟ ରେ ମୋବାଇଲ ଫୋନ ଦାଖଲ କରିବାକୁ କଡା ନିୟମ ରହିଛି । ଏହା ସହିତ ପରିକ୍ଷା ଶେଷ ପୂର୍ବରୁ ପରିକ୍ଷା କେନ୍ଦ୍ର ଛାଡିଲେ ପରିକ୍ଷାର୍ଥି ମାନେ ପ୍ରଶ୍ନ ପତ୍ର ସାଙ୍ଗରେ ନେଇପାରିବେ ନାହିଁ ବୋଲି ନିୟମ ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *