କଲେଜ ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଛେଚା ଖାଇଲେ ରୋଡ୍‌-ରୋମିଓ

college

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମହଙ୍ଗା ପଡିଲା ପ୍ରେମ ନିବେଦନ କଲେଜ ଛାତ୍ରୀ ଙ୍କୁ ପ୍ରେମ ନିବେଦନ କରି ହଟହଟା ହେଲେ ଦୁଇ ରୋ଼ଡ ରୋମିଓ ଏହି ପରି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ଚଣ୍ଡେଶ୍ୱର ଛକ ନିକଟ ରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ କଲେଜ ଛୁଟି ହେବା ପରେ ଘର ମୁହାଁ ହେଉଥିଲେ ଦୁଇ କଲେଜ ଛାତ୍ରୀ ।

ଠିକ୍ ଏହି ସମୟ ରେ ଏକ ବାଇକ ଯୋଗେ ଦୁଇ ଅଧା ପାଠୁଆ ଯୁବକ ପହଁଚି କଲେଜ ଛାତ୍ରୀ ଙ୍କୁ ପ୍ରେମ ନିବେଦନ କରିବା ସହିତ ଫୋନ ନମ୍ବର ମାଗିଥିଲେ । ଜାହାକି ଏହି ରୋଡ ରୋମିଓ ଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା ।

Road-Romeo

ଏହି ରୋଡ ରୋମିଓ ଙ୍କ ହାବ ଭାବ ଏମିତି ହେବାରୁ ରାସ୍ତାରେ ଚଳ ପ୍ରଚଳ କରୁଥିବା କିଛି ଲୋକ ପହଁଚି କଲେଜ ଛାତ୍ରୀ ଙ୍କୁ ପଚରା ଉଚୁରା କରିବା ପରେ ଏହି ରୋଡ ରୋମିଓ ଙ୍କ ସଂମ୍ପର୍କ ରେ ସମସ୍ତେ ଘଟଣା ଜାଣିବାକୁ ପାଇଥିଲେ । ଏହା ପରେ ଦୁଇ ରୋଡ ରୋମିଓ ଙ୍କୁ ବହେ ଛେଚିିଥିଲେ । ଏହା ପରେ ଏମାନେ ଭୁଲ ମାଗିବା ପରେ ଖବର ପାଇ ଟାଙ୍ଗି ପୋଲିସ ଏମାନଙ୍କୁ ଥାନାକୁ ଆଣି ଏବେ ତଦନ୍ତ ଆରମ୍ଭ କରିଛି ।

ତେବେ ଏହି ରୋଡ ରୋମିଓ ଦୁଇ ଜଣଙ୍କ ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶୁଭମ୍ ମହାପାତ୍ର , ଏବଂ ପ୍ରଶାନ୍ତ ନାୟକ । ଛାତ୍ରୀ ଙ୍କ ଅଭିଯୋଗ ଅନୁସାରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ଟାଙ୍ଗି ଥାନା ନିରିକ୍ଷକ ଦିଗବିଜୟ ବିଶ୍ୱାଳ ସୂଚନା ଦେଇଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *