ପିଣ୍ଟୁ ନନ୍ଦଙ୍କ ଲିଭର୍ ୮୦% ଡ୍ୟାମେଜ୍,ବଞ୍ଚାଇବାକୁ ଦରକାର ୫୦ ଲକ୍ଷ |

pintuNanda

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ 80 ରୁ 90 ଭାଗ ପର୍ଯ୍ୟନ୍ତ ନଷ୍ଟ ହୋଇ ଗାଲାଣି ପିଣ୍ଟୁ ନନ୍ଦ ଙ୍କ ଲିଭର ବା ଯକୃତ । ତାଙ୍କୁ ହୋଇଛି ଲିଭର ସିରୋସିସ ର ରୋଗ । ଲିଭର ସିରୋସିସ ହେଲା କ୍ୟନସର ଭଳି ଏକ ମାରାତ୍ମକ ରୋଗ । ଏବଂ ଯେଉଁଥିରେ ବ୍ୟକ୍ତିର ବଞ୍ଚିବାର ସମ୍ଭାବନା ବହୁତ କ୍ଷୀଣ ରହିଥାଏ । ବ୍ୟକ୍ତିକୁ ବଞ୍ଚେଇବା କୁ ହେଲେ ଏକ ମାତ୍ର ବାଟ ହେଉଛି ଯକୃତ ର ପ୍ରତ୍ୟାରୋପଣ ।

ତେବେ ଏହି ଜଟିଳ ରୋଗ ହୋଇଛି ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ । ଆଉ ଏହି ନେଇ କିଛି ଦିନ ତଳେ ଆମେ ଯେତେ ବେଳେ ତାଙ୍କ ସହ ଯୋଗାଯୋଗ କରିଥିଲୁ ସେତେ ବେଳେ କହିଥିଲେ । ବ୍ୟକ୍ତିକୁ ବଞ୍ଚେଇବା କୁ ହେଲେ ଏକ ମାତ୍ର ବାଟ ହେଉଛି ଯକୃତ ର ପ୍ରତ୍ୟାରୋପଣ । ଏବଂ ଏହା ଅତି ଲାଷ୍ଟ ଷ୍ଟେଜ୍ ର ରୋଗ ବୋଲି କୁହାଯାଉଛି । ଡାକ୍ତର ମାନଙ୍କ କହିବା ଅନୁସାରେ ପ୍ରଥମ ଚାରୋଟି ଷ୍ଟେଜ୍ ପରେ ଏହି ରୋଗ ହୁଏ ।

Pintu

ତେବେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଯିଏ କି ନିଜ ଅଭିନୟ ରେ ଦୁଇ ଦଶନ୍ଧି ରୁ ଅଧିକ ସମୟ ଧରି ଓଲିଉଡ ଇଣ୍ଡଷ୍ଟ୍ରୀରେ ସକ୍ରିୟ ହୋଇ ରହିଛନ୍ତି କେତେ ବେଳେ ହାସ୍ୟ ତ କେତେ ବେଳେ ଖୋଲ ନାୟକ ଭୂମିକା ରେ ସେ ଅବତିର୍ଣ୍ଣ ହୋଇଥାନ୍ତି । ପିଣ୍ଟୁ ନନ୍ଦ ଙ୍କର ଦୁଇ ପୁଅ ରହିଛନ୍ତି ଏବଂ ସେ ନିଜ ସ୍ତ୍ରୀ ଙ୍କ ସହିତ ଭୁବନେଶ୍ୱର ରେ ବସବାସ କରନ୍ତି ।

ତେବେ ସେହି ଭୁବନେଶ୍ୱର ଡାକ୍ତର ତାଙ୍କୁ ଦିଲ୍ଲୀ ନେଇଯିବା ପାଇଁ ପରାମର୍ଶ ଦେଇଛନ୍ତି । ତେବେ ତାଙ୍କର ଲିଭର ପ୍ରତ୍ୟାରୋପଣ ଏବଂ ତାଙ୍କର ଚିକିତ୍ସା ବାବଦ କୁ ପାଖା ପାଖି 50 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ମଧ୍ୟ ଅନୁମାନ ହେଉଛି । ତେବେ ତାଙ୍କର ଆସୁ ଆରୋଗ୍ୟ କାମନା କରିବା ପାଇଁ ସମସ୍ତେ ଏବେ ଈଶ୍ୱର ଙ୍କୁ ପାର୍ଥନା କରୁଛନ୍ତି । ସବୁଠୁ ବଡ ତାଙ୍କର ଚିକିତ୍ସା ପାଇଁ ଜରୁରୀ 50 ଲକ୍ଷ ଟଙ୍କା ଏବେ କେଉଁଠାରୁ ଆସିବ ସେହି ନେଇ ଚିନ୍ତାରେ ରହିଛି ପରିବାର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *