ପିଣ୍ଟୁ ନନ୍ଦଙ୍କ ଅବସ୍ଥା ଜଟିଳ, ଦିଲ୍ଲୀରେ ପାରିଲେନି, ହାଇଦ୍ରାବାଦ ହେଲେ ସ୍ଥାନାସ୍ତର |

Pintu

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ସବୁଠି ଫେଲ୍ ମାରୁଛି ଡାକ୍ତରୀ ଚିକିତ୍ସା । ପ୍ରସଙ୍ଗସକ ଠାରୁ ଆରମ୍ଭ କରି ପରିବାର ଲୋକ ପର୍ଯ୍ୟନ୍ତ ସମସ୍ତେ ଆପ୍ରାଣ ଉଦ୍ୟମ କରୁଛନ୍ତି । ହେଲେ ଭାଗ୍ୟ ସାତ୍ ଦେଉନି । ଯେଉଁଥିପାଇଁ ପ୍ରଥମେ ଭୁବନେଶ୍ୱର ପରେ ଦିଲ୍ଲୀର ଆଏଲବିଏ ହସ୍ପିଟାଲ ଆଉ ଏବେ ସ୍ୱାସ୍ଥ୍ୟ ଅବସ୍ଥା ଜଟିଳ ହେବା କାରଣରୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଛନ୍ତି ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ।

ଆଜି ସକାଳୁ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ଜଣା ପଡିଛି । ଯେଉଁଥିରେ ଦେଖିବାକୁ ମିଳିଛି ପିଣ୍ଟୁ ନନ୍ଦ ଏକ ହୁଇଲ ଚିୟାରରେ ବସିଛନ୍ତି ଆଉ ଅତି ଦୁର୍ବଳ ହୋଇପଡିଛନ୍ତି । ଯେତିକି ସମୟ ଗଡୁଛି ସେତିକି ସ୍ୱାସ୍ଥ୍ୟ ଅବସ୍ଥା ଜଟିଳ ହେବାରେ ଲାଗିଛି । ଡାକ୍ତର ପିଣ୍ଟୁ ନନ୍ଦଙ୍କୁ ଭୁବନେଶ୍ୱର ପରେ ଦିଲ୍ଲୀ ନେଇ ଅତ୍ୟାଧୁନିକ ପ୍ରଣାଳୀରେ ଟ୍ରିଟମେଣ୍ଟ କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ତାହା ବି ବର୍ତ୍ତମାନ ଫେଲ୍ ମାରିଛି ।

Pintu

ଆଉ ଏକମାତ୍ର ସାହାରା ପାଲଟିଛି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ । ପରିବାରର କାହା ସହିତ ପିଣ୍ଟୁଙ୍କ ଲିଭର ମ୍ୟାଚ କରୁନି । ତେଣୁ ହାଇଦ୍ରାବାଦର କାଢାରେ ଟ୍ରିଟମେଣ୍ଟ ପାଇଁ ହାଇଦ୍ରାବାଦ ନିଆଯାଇଥିବା ଜଣା ପଡିଛି । ପରିବାରର କାହାର ବି ଲିଭର ମ୍ୟାଚ କରୁନଥିବା କାରଣରୁ ତାଙ୍କର ଜଣେ ସାଙ୍ଗ ଲିଭର ଦାନ କରିବେ ବୋଲି ଜଣା ପଡିଛି ।

ତେବେ ଲିଭର ସିରସିସ୍ ରୋଗରେ ପିଡୀତ ହୋଇଛନ୍ତି ଓଲିଉଡର ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଉଚତର ଚିକିତ୍ସା ପାଇଁ ଦିଲ୍ଲୀ ନେବା ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର । ପରେ ଗତ ୭ତାରିଖ ଦିନ ଡାକ୍ତର ଅଧିକ ଚିକିତ୍ସା ପାଇଁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଥିଲା ।

ହେଲେ ଏବେ ପରିବାରର କାହା ସହ ପିଣ୍ଟୁଙ୍କର ଲିଭର ମ୍ୟାଚ କରୁନାହିଁ । ଯାହା ଫଳରେ ତାଙ୍କୁ କାଢଭାରେ ଟ୍ରିଟମେଣ୍ଟ ପାଇଁ ହାଇଦ୍ରାବାଦ ସ୍ଥାନାନ୍ତରିତ କରାଯାଇଛି । ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା କରାଯିବ । ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କାର ଆବଶ୍ୟକ ରହିଛି । ଏନେଇ ସୋସିଆଲ ମିଡିଆରେ ଆଶ୍ୱ ଆରୋଗ୍ୟ ସହ ସହାୟତାର ହାତ ବଢାଇବା ପାଇଁ ନିବେଦନ କରିଛନ୍ତି ପରିବାର ଲୋକ ଓ ଶୁଭେଚ୍ଛୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *