ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ହ-ତ୍ୟା ପରେ ଏବେ ସାରା ରାଜ୍ୟରେ ଶୋକର ଛାୟା ଖେଳିଜାଇଛି । ସମସ୍ତେ ଆଶ୍ଚର୍ଯ୍ୟ ହୋଇଜାଇଛନ୍ତି । ଯେ ଜଣେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ସମର୍ଥନ ଙ୍କ ସାମ୍ନା ରେ ଛାତିକୁ ଗୁଳି କରି ହ-ତ୍ୟା କରାଜାଇଛି । ତାହାବି ସୁରକ୍ଷା ଦେଉଥିବା ଗୋଟେ ପୋଲିସ ASI ଯେ କି ସିଧା ସାମ୍ନାରୁ ଛାତିକୁ ମାରିଛନ୍ତି ।
ତେବେ ନବ ଦାସ ଙ୍କ ଜିବନ ରେ ଅନେକ ଯାତ୍ରା ପରେ ସେ ସେ ସଫଳ ହୋଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ହେଲେ କେହିବି କେବେ ଭାବି ନଥିବେ ବିତି ଜାଇଥିବା ସେହି ଅତିତ । ସେ ଗୋଟିଏ ଖବର କାଗଜ ରେ ରିପୋର୍ଟର ଭାବେ କାମ କରୁଥିଲେ । ସେତେ ବେଳେ ସେ ନାଁ ରାଜନୀତି ନାଁ ବ୍ୟବସାୟ କୁ ଉହ୍ଲେଇ ଥିଲେ । ଖବର କାଗଜ ପାଇଁ କରୁଥିଲେ ରିପୋର୍ଟିଂ ଏବଂ ବହୁତ ସମୟ ପରେ ଏବେ ନବଦାସ ଙ୍କ ଏହି ଫୋଟ ସାମ୍ନାକୁ ଆସିଛି । ଯେଉଁଠି ଜଣା ପଡିଛି ସେ ଅତିତ ରେ ଜଣେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲ ।
ତେବେ ଆପଣ ମାନେ ଏବେବି ଜାଣିଥିବେ ତାଙ୍କର ହ-ତ୍ୟା ପଛରେ ଥିବା କାରଣ ଖୋଜୁଛି କ୍ରାଇମ ବ୍ରାଞ୍ଚ । ପୁଣି ଚାରି ଦିନର ରିମାଣ୍ଡରେ ପୁଣି ଥରେ ନେଇଛି । ତେବେ ଏହାରି ମଧ୍ୟରେ ଏକ ଫୋଟ ସୋସିଆଲ ମିଡିଆରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଯେଉଁଠି ଜଣା ପଡିଛି ରାଜନୀତି ଏବଂ ସାମ୍ବାଦିକ ଦୁନିଆଁ ରେ ପାଦ ଥାପିବା ପୂର୍ବରୁ ନବ ଦାସ ଜଣେ ସାମ୍ବାଦିକ ଥିଲେ । ପୂର୍ବରୁ ସମ୍ବଲପୁର ରେ ପ୍ରକାଶିତ ସପ୍ତାହିକ କଟୁଶବ୍ଧ ର ରିପୋର୍ଟର ଥିଲେ ନବଦାସ ।
1998 ମସିହା ରେ ଅମୃତସର ରେ କୋନଫ୍ରାନ୍ସ ରେ ସେ ଯୋଗ ମଧ୍ୟ ଦେଇଥିଲେ । ଓଡିଶା ପାଇଁ ଅନୁମୋଦନ ହୋଇଥିବା ଡବା ଫେରସ୍ତ ଦାବି ରେ ଉତ୍କଳ ସାମ୍ବିଦିକ ସଂଙ୍ଘ ଏକ ବ୍ୟନର ପ୍ରସ୍ତୁତ କରିଥିଲା । ନବ ଦାସ ଏହିଥିରେ ଜଣେ ସାମ୍ବାଦିକ ଭାବେ ଯୋଗ ଦେଇଥିଲେ । ପରେ ସାମ୍ବାଦିକତା ଛାଡି ବ୍ୟବସାୟ ରେ ପାଦ ଦେଇଥିଲେ ନବ ଦାସ । ପରେ ପରେ ରାଜ୍ୟରେ କଂଗ୍ରେସ ଟିକଟରେ ଏଣ୍ଟ୍ରୀ ମଧ୍ୟ ହୋଇଥିଲେ । ଆଉ 2019 ରେ କଂଗ୍ରେସ ଛାଡି ବିଜେଡ଼ି ରେ ମିଶିଥିଲେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।