ଆଦାନୀଙ୍କୁ ଝଟକା ଦେବାରେ ଲାଗିଛି ଏଲ୍‌ଆଇସି, ହିଣ୍ଡବର୍ଗର ରିପୋର୍ଟ ପରେ ଭାଙ୍ଗିଯାଇଛି ଏଲ୍‌ଆଇସିର ମେରୁଦଣ୍ଡ…

lic

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଦାଦୀଙ୍କୁ ଝଟକା ପରେ ଏବେ ଗୋଟିଏ ପରେ ଗୋଟିଏ ଝଟକା ଦେବାରେ ଲାଗିଛି ଏଲଆଇସି । ଆଦାନୀଙ୍କ କ୍ଷତି ପରେ ଏବେ ଏଲଆଇସି ବି ତାର କ୍ଷତି ସହିଲାଣି । ଇନବର୍ଗର ରିପୋର୍ଟ ପରେ ଗୌତମ ଆଦାନୀଙ୍କ ସମେତ ଏଲଆଇସି ଉପରେ ମଧ୍ୟ ଜୋରଦାର ଚଡକ ପଡିଛି । ଯେଉଁଥିରେ ଏଲଆଇସିର ମେରୁଦଣ୍ଡ ଭାଙ୍ଗିଯାଇଥିବା ସୂଚନା ମିଳିଛି । ଏଲଆଇସିକୁ ଏମିତି ଝଟକା ଲାଗିଛି ଯେ ସେ ତଳେ ପଡି ଗୁରୁଣ୍ତିବାକୁ ଲାଗିଛି । ଏବେ ସେହି ସବୁ କ୍ଷତିକୁ କେମିତି ପୂରଣ କରିବ ସେହି ଚିନ୍ତାରେ ଏବେ ଏଲଆଇସି ।

କାରଣ ଏ କ୍ଷତି ଛୋଟିଆ କ୍ଷତି ନୁହେଁ । ଏହି କ୍ଷତି ହେଉଛି କୋଟି କୋଟି ଟଙ୍କାର କ୍ଷତି । ଗୌତମ ଆଦାନୀ ସମୂହ ହିଣ୍ଡବର୍ଗ ବିବାଦ ଯୋଗୁ ଆଦାନୀ ଗ୍ରୁପର ସେୟାର ମୂଲ୍ୟରେ ହ୍ରାସ ଜାରି ରହିଛି । ଏହାଛଡା ଅଲଗା ଅଲଗା ସେକ୍ଟର ଅନେକ ଷ୍ଟକ୍ ମଧ୍ୟ ଧରାସାଇ ହୋଇଲାଣି । ଏଥିରେ ହିଣ୍ଡବର୍ଗ ରିସର୍ଚ୍ଚ ରିପୋର୍ଟ ଆସିବା ପରଠାରୁ ଏଲଆଇସି ସେୟାର ମଧ୍ୟ ତଳେ ଗୁରୁଣ୍ତିବାର ଦେଖାଯାଉଛି ।

LIC

ମାତ୍ର ୫ଟି ବ୍ୟାବସାୟିକ ଦିବସରେ ଏଲଆଇସିର ମାର୍କେଟ କ୍ୟାପିଟାଲ ୬୫ ହଜାର ୪ଶହ କୋଟି ଟଙ୍କା ହ୍ରାସ ସହିଲାଣି । ଜାନୁଆରୀ ୨୪ ତାରିଖ ଦିନ କାରବାର ବନ୍ଦ ବେଳକୁ କମ୍ପାନୀର ମାର୍କେଟ କ୍ୟାପ ୪ଲକ୍ଷ ୪୪ହଜାର ୧୪୧ କୋଟି ଟଙ୍କା ଥିଲା । ଯାହା ହ୍ରାସ ହୋଇ ୩ଲକ୍ଷ ୭୮ହଜାର ୭୪୦କୋଟି ଟଙ୍କାକୁ ପହଞ୍ଚି ଯାଇଛି । ମାତ୍ର ୫ଟି ବ୍ୟାବସାୟିକ ଦିବସରେ ଏଲଆଇସି ଷ୍ଟକରେ ୧୪.୧୩ ପ୍ରତିଶତ ହ୍ରାସ ହୋଇଯାଇଛି ।

ଏଣୁ ସରକାରୀ ବିମା କମ୍ପାନୀ ଏଲଆଇସି ସର୍ଚ ସେଲାରୀ କମ୍ପାନୀ ହିଣ୍ଡବର୍ଗ ରିପୋର୍ଟ ଉପରେ ଆଦାନୀ ଗ୍ରୁପକୁ ସ୍ପଷ୍ଠୀକରଣ ମାଗିବେ ବୋଲି କହିଛି । ଗତମାସରେ ଏଲଆଇସି କହିଥିଲା ଯେ ଆଦାନୀ ସମୂହର ପୋଣ୍ଡ ଓ ଇକ୍ୟୁଟିରେ ତାଙ୍କର ୩୬ ହଜାର ୪୭୪. ୭୮ କୋଟି ଟଙ୍କା ଲାଗିଛି । ଯାହା ବିମା କମ୍ପାନୀର ମୋଟ ନିବେଶର ଏକ ପ୍ରତିଶତରୁ ମଧ୍ୟ କମ୍ ।

ଏଲଆଇସି ଏକ ଡୁଇଟରେ ଆଦାନୀ ଗ୍ରୁପ କମ୍ପାନୀ ମାନଙ୍କରେ ଇକ୍ୟୁଟି ଓ ବୋଣ୍ଡ ଭାବେ ଏପର୍ଯ୍ୟନ୍ତ ଆମର ମୋଟ ନିବେଶ ୩୬ହଜାର ୪୭୪.୭୮ କୋଟି ଟଙ୍କା ରହିଛି ବୋଲି କହିଥିଲା । ଯାହା ୩୧ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ୩୫ ହଜାର ୯୧୭.୩୧ କୋଟି ଟଙ୍କା ଥିଲା । ସେହିପରି ଗ୍ରୁପ୍ ର କମ୍ପାନୀ ମାନଙ୍କରୁ ଗତ କିଛି ବର୍ଷରେ କିଣା ଯାଇଥିବା ଇକ୍ୟୁଟିର ମୋଟ କ୍ରୟ ମୂଲ୍ୟ ୩୦ହଜାର ୧୨୭ କୋଟି ଟଙ୍କା ବୋଲି ଏଲଆଇସି କହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *