ମନ୍ତ୍ରୀଙ୍କୁ ମୁଁ ଏମିତି ମାରିବି କୌଣସି ଡାକ୍ତର ବି ବଞ୍ଚେଇ ପାରିବନି ..ଏମିତି ଅଭ୍ୟାସ କରିଥିଲା ଗୋପାଳ

gopal

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମନ୍ତ୍ରୀ ନବ ଦାସ ଘଟଣା ରେ ସାମ୍ନାକୁ ଆସିଛି ନୂଆ ନୂଆ ତଥ୍ୟ । ଗୋପାଳ ର ପୂର୍ବ ରେକର୍ଡ ଏବେ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଗୋପାଳ ଜଣେ ସାର୍ଫ ସୁଟର ଥିଲା ତେଣୁ ଗୋପାଳକୁ ଗୁଜୁରାଟ ରେ ନାର୍କୋ ଟେଷ୍ଟ ମଧ୍ୟ କରାଜାଇଛି । ଏବଂ ଗୋପାଳ ସେଠାରେ ଏମିତି କିଛି ସତ କହି ଦେଇଛି ଜାହାକୁ ନେଇ ଏବେ କ୍ରାଇମ ବ୍ରାଞ୍ଚ ଆଗକୁ ବଢୁଛି । ତେବେ ଗୋପାଳ ଏମିତି ପ୍ରଥମ ଥର ପାଇଁ ଗୁଳି ଚାଳନା କରିନାହିଁ । ଆଗରୁ ବହୁତ ଥର ଗୋପାଳ ଗୁଳି ଚଳେଇଛି ।

ଏମିତି କି ବିଭିନ୍ନ ବନ୍ଧୁକରୁ ପ୍ରାକ୍ଟିସ କରି ଲକ୍ଷ ଭେଦ କରିବାରେ ମାହିର ଥିଲା ଗୋପାଳ । ସେହିଥି ପାଇଁ ବନ୍ଧୁକ ଚାଳନା ପ୍ରାକ୍ଟିସ୍ କରିବାରେ କହୁଥିଲା ଯେ ଶତୃକୁ ଏମିତି ଗୁଳୁ ମାରିବ ଯେ ଡାକ୍ତର ଚାହିଁଲେ ତା ଜିବନ ବଞ୍ଚେଇ ପାରିବେ ନାହିଁ । ହେଲେ ଶତୃ ପାଇଁ ଯେଉଁ ମାହାରଥ ହାସଲ କରିଥିଲା ଗୋପାଳ । ସେ ଆଜି ମନ୍ତ୍ରୀ ଙ୍କ ଛାତିରେ ମାରିଦଲା ଗୁଳି । ଯେଉଁଥି ପାଇଁ ମନ୍ତ୍ରୀ ବି ଗୋଟିଏ ଗୁଳିରେ ଟଳି ପଡିଲେ ।

gopal 1

ଗତ ବର୍ଷ ଡିସେମ୍ବର ମାସରେ ଜିଲ୍ଲା ପୋଲିସ ପକ୍ଷରୁ ଏହି ନେଇ ପୁରସ୍କୃତ ବି କରାଜାଇ ଥିଲା । ଏହିଥିରୁ ଆପଣ ମାନେ ଜାଣି ପାରୁ ଥିବେ ଯେ ଗୁଳି ମାରିବାରେ କେମିତି ମାହିର ଥିଲା ଗୋପାଳ । କ୍ରାଇମ ବ୍ରାଞ୍ଚ ଏହି ସବୁ ଜାଣିବା ପରେ ପୋଲିସ କୁ ଏହି ସବୁର ରେକର୍ଡ ପ୍ରଦାନ କରିବାକୁ କହିଛନ୍ତି । ତେବେ ସେପଟେ ସୂଚନା ଅନୁସାରେ ଗତ ଡିସେମ୍ବର ମାସରେ ଜିଲ୍ଲା ପୋଲିସ ଙ୍କ ବର୍ଷିକ ଫାଇରିଂ ରେଞ୍ ଅନୁଷ୍ଟିତ ହୋଇଥିଲା । ଏହିଥିରେ ଗୋପାଳ ମଧ୍ୟ ଭାଗ ନେଇଥିଲା । ଯେଉଁଥିରେ ସେ ସମସ୍ତ ପ୍ରକାରର ବନ୍ଧୁକ ଅତି ସହର ରେ ଚଲାଉଥିଲା ।

ଗୋପାଳ ର ଏହି ପରି ପରାକ୍ରମ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଏହି ନେଇ ପୁରସ୍କୃତ ବି କରାଜାଇ ଥିଲା । ଗୋପାଳ ଜଣେ ସାର୍ଫ ସୁଟର ଥିଲା ବୋଲି ଜଣା ପଡିଛି । ଯେଉଁ ଦିନ ସେ ନବଙ୍କୁ ଗୁଳି ମାରିଥିଲା ସେହି ଦିନ ସେ ନବଙ୍କ ଶରୀର ଠାରୁ 6 ଇଞ୍ଚ ଦୂରରେ ରହି ଗୁଳି କରିଥିଲା । ସୂଚନା ଅନୁସାରେ ଜିଲ୍ଲା ପୋଲିସ 2013 ରେ ଗୋପାଳ କୁ ବନ୍ଧୁକ ପ୍ରଦାନ କରିଥିଲା । ଆଉ ସେହି ବନ୍ଧୁକରେ ମନ୍ତ୍ରୀ ଙ୍କ ଛାତିକୁ ଗୁଳି କରିଥିଲା ଗୋପାଳ । ଆଜି ଗୋପାଳ ର କ୍ରାଇମ ବ୍ରାଞ୍ଚ ରିମାଣ୍ଡ ଅବଦ୍ଧି ସରିବା ପରେ ପ୍ରଥମେ ଗୋପାଳ କୁ ଜେଲେଫ୍ସି କୋର୍ଟରେ ହାଜର କରେଇ ଥିଲା । କୋର୍ଟରେ ହାଜର ହେବା ପରେ ତାଙ୍କୁ ଜେଲ ପଠାଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *