କେମିତି ପଢିଲେ ମନେ ରହିବ ସବୁ ପାଠ ! ଜାଣନ୍ତୁ ମନେ ରଖିବାର Smart Tricks

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମନେ ରଖିବା ଗୋଟେ ସମସ୍ୟା ହୋଇ ଗଲାଣି । ପିଲା ମାନେ ବସୁଛନ୍ତି ପଢୁଛନ୍ତି କିନ୍ତୁ ମନେ ରହୁନାହି । ଘଣ୍ଟା ଘଣ୍ଟା ପ୍ରସ୍ତୁତି କରୁଛନ୍ତି କିନ୍ତୁ ମନେ ରହୁ ନାହି । କଣ ପାଇଁ ଏହାର କାରଣ ହୋଇପାରେ । ଏହା ଆଜିକାଲିର ଗୋଟେ ବଡ ସମସ୍ୟା ହୋଇ ଗଲାଣି । ମନେ ରଖିବାର ଟ୍ରିକ୍ସ କଣ ରହିଛି ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

1.ପଢିବା ଆଗରୁ ଧ୍ୟାନ କର : ପଢିବା ଆଗରୁ ଆଖି ବନ୍ଦ କରି ଟିକେ ଧ୍ୟାନ ରଖିବା ଉଚିତ । ନିଜକୁ ଧ୍ୟାନରେ ରଖିକି ଟିକେ ଭାବ ଓ ନିଜର ମନକୁ ନିୟନ୍ତ୍ରଣ ରଖନ୍ତୁ । ଆଉ ସଂକଳ୍ପ ନେବେ ପଢିବା ସମୟରେ ପୁରା ଫୋକସ କରିବା ଉଚିତ ।

2. ଟପିକ ର ଭିଡିଓ ଦେଖ : ଯଦି ପିଲାମାନେ କେଉଁ ବିଷୟକୁ ବୁଝିପାରୁ ନାହାନ୍ତି ବା ମନେ ରହୁ ନାହି ତେବେ ତାର ଭିଡିଓ ୟୁଟ୍ୟୁବ୍ସ ରେ ଦେଖିବା ଉଚିତ । ଭିଡିଓ କୁ ସର୍ଚ କରି ତାହା ଦେଖ । ଏହା ଦ୍ଵାରା ପଞ୍ଚେନ୍ଦ୍ରିୟ ଆକ୍ଟିଭ ହେବ । ଭିଡିଓ ଦେଖିଲେ ଆଖି, କାନ ସବୁ କାମ କରିବ । ଯାହା ଫଳରେ ସେହି ବିଷୟ ଟି ମନେ ରହିବ ।

read

3. ଗ୍ୟାପ୍ ଗ୍ୟାପ୍ ଦେଇ ପଢ : ପିଲା ମାନେ ପଢିବା ସମୟରେ ଯଦି 45 ମିନିଟ ପଢୁଛନ୍ତି ତେବେ 5 ମିନିଟ ଗ୍ୟାପ ଦେବା ଉଚିତ । ଟିକେ ବୁଲି ଆସି ତା ପରେ ପଢିବା ଉଚିତ । ପୁରା ଲଗାତାର ଅନବରତ ପଢିଲେ କିଛି ବି ପାଠ ମନେ ରହିବା ନାହିଁ । ଗ୍ୟାପ ଦେଇ ପଢିଲେ ନିଶ୍ଚୟ ପାଠ ମନେ ରହିବ ।

4. କେଉଁ ସମୟରେ ପଢିବି : ପ୍ରଥମେ ପିଲା ମାନେ କେଉଁ ସମୟରେ ପାଠ ପଢିବେ ତାହା ବାଛିବା ଉଚିତ । ସେହି ସମୟଟି ହେଉଛି ଯେତେବେଳେ ସେମାନେ ନିଦରୁ ଉଠୁଥିବେ । ନିଦାରୁ ଉଠିଥିବେ ମାନେ 5ରୁ 6 ଘଣ୍ଟା ଶୋଇବା ପରେ । ସେତେବେଳେ ମନ ପୁରା ସାନ୍ତ ଥିବ ଆଉ ସେହି ସମୟରେ ଯେଉଁ ପାଠ ପଢିବ ତାହା ମନେ ରହିବ । ପୃଥିବୀରେ ଯେଉଁ ମହାପୁରୁଷ ହୋଇଛନ୍ତି ସେମାନେ ଏହି ସମୟକୁ ଚୁଜ କରିଛନ୍ତି ।

5. ଲେଖି ଲେଖି ପଢ : ପିଲା ମାନେ ଯାହା ପଢୁଛ ତାକୁ ଲେଖିବା ଉଚିତ । ଯଦି ଲଙ୍ଗ ପ୍ରଶ୍ନ ବା 3 ମାର୍କ ର ପ୍ରଶ୍ନ ପଢୁଛ ଏବେ ତାହାକୁ ଖାତାରେ ଲେଖ । ଏହା ଦ୍ଵାରା ଆତ୍ମବିଶ୍ଵାସ ଆସିବ କି ସେହି ପ୍ରଶ୍ନଟି ମନେ ରହିଗଲା ।

Children read

6. ଯାହା ପଢିଲ ତାକୁ କୁହ : ପିଲାମାନେ ଯାହା ପଢୁଛନ୍ତି ତାହା ଅନ୍ୟ ଆଗରେ କୁହ । ଏହା ଦ୍ଵାରା ପାଠ ମନେ ରହିବ ।

7. ସ୍କେଲଟନ ନୋଟ କର : ପିଲା ମାନେ ଯାହା ପଢୁଛନ୍ତି ତାହାର ଗୋଟେ ପଏଣ୍ଟ ନୋଟ କରିବା ଉଚିତ । ଲଙ୍ଗ ପ୍ରଶ୍ନ ପଢୁଥିଲେ ତାହାର ମେନ ପଏଣ୍ଟ ନୋଟ କର । ସେହି ପଏଣ୍ଟକୁ ଭାଗ ଭାଗ କରି ମନେ ରଖ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *