ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ନବ ଦାସ ଙ୍କୁ ଝାଡ଼ସୁଗୁଡା ର ବ୍ରଜରାଜନଗର ନିକଟରେ ଗାନ୍ଧିଛକ ନାମକ ସ୍ଥାନରେ ହତ୍ୟା କରିଛନ୍ତି ପୋଲିସ ASI ଗୋପାଳ ଦାସ । ଆଉ ନବ ଦାସ ଙ୍କର ମୃ-ତ୍ୟୁ କୁ ନେଇକି ଗୋଟିଏ ପରେ ଗୋଟିଏ ସତ୍ୟ ପ୍ରକାଶ ପାଇବା ବେଳେ ଜୋର ସୋର ରେ କ୍ରାଇମ ବ୍ରାଞ୍ଚ ତରଫରୁ ତଦନ୍ତ ଚାଲିଛି ।
ଆଉ ଘଟଣା ର ତଦନ୍ତ ପାଇଁ ହାଇକୋଟ ରେ କାର୍ଯ୍ୟରତ ମୁଖ୍ୟ ବିଚାର ପତି ଙ୍କୁ ତାହାର ଦାୟିତ୍ୱ ନ ଦେଇ ରିଟାୟାର ଅଫିସର ଙ୍କୁ ଘଟଣା ର ତଦନ୍ତ ପାଇଁକି ଦାୟିତ୍ୱ ଦିଆଯାଉଛି । ଆଉ ଘଟଣା କୁ ନେଇକି ସେମିତି କିଛି ଖୋଲା ତଦନ୍ତ ହେବ ନାହିଁ ବୋଲି ମଧ୍ୟ କୁହାଯାଉଛି । ଅନ୍ୟ ପଟେ କେମିତି ପ୍ଲାନ କରିଥିଲା କେମିତି ନବଦାସ ପାଖକୁ ଆସିଥିଲା ଏବଂ କେମିତି ବନ୍ଧୁକ ଉଠାଇ ତାଙ୍କ ଛାତିକୁ ଗୁଳି ମାରିଥିଲା । ସବୁ ଗୋଟି ଗୋଟି କରି ଦେଖାଇଛି ଆଜି ଅଭିଯୁକ୍ତ ଗୋପାଳ ।
କ୍ରାଇମବ୍ରାଞ୍ଚ ଦଳ ସହିତ ଆସି ଘଟଣା ସ୍ଥଳରେ ପହଞ୍ଚି ଗୋଟି ଗୋଟି କରି ସବୁ ଦେଖାଇଛି ଏସଆଇ ଅଭିଯୁକ୍ତ । ଘଟଣା ସ୍ଥଳରେ ତାର ହାତକୁ ମଧ୍ୟ ଖୋଲି ଦିଆଯାଇଥିଲା । ସେଠାରେ ସେ ହ-ତ୍ୟା ଦିନର ପୁରା ଆକସନ କରି ଦେଖାଇଥିଲା । ତେବେ ସିନ ରିକ୍ରିଏସନ ସମୟରେ ତା ପାଖରେ ଗୁଜୁରାଟ ଗାନ୍ଧୀ ନଗରୁ ଆସିଥିବା ଏକ ଫରେନ୍ସି ଟିମ୍ ଘଟଣା ସ୍ଥଳରେ ଉପସ୍ଥିତ ରହିଥିଲେ । ହ-ତ୍ୟା ହୋଇଥିବା ଘଟଣା ସ୍ଥଳରେ ଗୋପାଳ ପହଞ୍ଚିବାର ଏକ ଘଣ୍ଟା ପୂର୍ବରୁ ଉକ୍ତ ସ୍ଥାନକୁ ପୋଲିସ୍ ନିଜ ଆୟତକୁ ନେଇଥିଲା ।
ଗୋପାଳର ସୁରକ୍ଷା ଦୃଷ୍ଟିରୁ ପୋଲିସ୍ ଘଟଣା ସ୍ଥଳରେ ରହି ପରସ୍ଥିତିକୁ ଅନୁଧ୍ୟାନ କରିଥିଲା । ପରସ୍ଥିତି ସୁଧୁରିବା ପରେ କ୍ରାଇମବ୍ରାଞ୍ଚଦଳ ଗୋପାଳକୁ ନେଇ ଆସିଥିଲେ । ଆଉ ପହଞ୍ଚିଲା ପରେ ହ-ତ୍ୟା କେମିତି କରିଥିଲା ସେସବୁକୁ ଟିକ୍ ଟିକ୍ କରି ଦେଖାଇଥିଲା ଗୋପାଳ ।
ହ-ତ୍ୟା ଦିନ କାହା କାହା ସହ କଥା ହୋଇଥିଲା ବନ୍ଧୁକକୁ କେଉଁଠି ଖୋସିଥିଲା ନବଦାସ କାରରୁ ଉଲାହିଲା ପରେ କେମିତି ପାଖକୁ ଆସି ହ-ତ୍ୟା କଲା ଏବଂ ହ-ତ୍ୟା କରିବା ସମୟରେ ତାର ମାନସିକ ସ୍ଥିତି କେମିତି ଥିଲା ଏମିତି ସବୁ ସିନ୍ ରିକ୍ରିଏସନ ରେ କ୍ରାଇମବ୍ରାଞ୍ଚକୁ ଦେଖାଇଛି ଗୋପାଳ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।