ଫାୟାରିଂ ପାଇଁ ନବଙ୍କ ଘରକୁ 5 ଥର ଯାଇଥିଲା ଗୋପାଳ |

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ନବ ଙ୍କୁ ମାରିବା ପାଇଁ ଘର ଆଗରେ ପଇଁତରା ମାରୁଥିଲା ଗୋପାଳ । ଥରେ କି ଦୁଇ ଥର ନୁହେଁ 5 ଥର ପୂର୍ବରୁ ଉଦ୍ୟମ କରିିଥିଲା । ହେଲେ ସବୁ ଥର ସେ ଫେଲ ମାରିଥିଲା । ଗତ 15 ଦିନ ଧରି ନବ ଙ୍କ ଯିବା ଆସିବା ଉପରେ ନଜର ରଖିଥିଲା । ପାଖ ଦୋକାନୀ ଏବଂ ପୋଡଶୀ ଙ୍କୁ ପଚାରି ଫେରୁଥିଲା ।

ହାତରେ ସର୍ଭିସ ରିଭଲବର ଧରି ମନ୍ତ୍ରୀ ନବ ଦାସ ଙ୍କ ଝାଡସୁଗୁଡା ସରବଗଲ ଘର ସାମ୍ନାରେ ପଇଁତରା ମାରୁଥିଲା ପୋଡଶୀ ଆଉ କିଛି ଦୋକାନୀ ଙ୍କୁ ମନ୍ତ୍ରୀ କେବେ ଆସିବେ କେଉଁଠି କୁ ଗସ୍ତ କରିବାର ଅଛି କି ନାହିଁ ଟିକି ନିକି ଖବର ରଖୁଥିଲେ । ପ୍ରତି ଥର ହାତରେ ରିଭଲବର ଧରି ଯାଉଥିଲା । ହେଲେ ମନ୍ତ୍ରୀ ଙ୍କ ବାସ ଭବନ ଭିତର କୁ ଯାଉନଥିଲା । କେବଳ ବାହାରେ ରହି ପତ୍ତା ଲଗାଉଥିଲା । ହେଲେ ପ୍ରତି ଥର କିନ୍ତୁ ସେ ଯିବା ସମୟ ରେ ମନ୍ତ୍ରୀ ଘରେ ରହୁ ନଥିଲେ ।

gopal 1

ଏହି ଭଳି ଏକ ସୁଯୋଗ କୁ ସେ ଯେମିତି ଅପେକ୍ଷା କରି ରହିଥିଲା । କ୍ରାଇମ ବ୍ରାଞ୍ଚ ଜେରା ସମୟ ରେ ଏହି ସମସ୍ତ କଥା ମାନିଛି ASI ଗୋପାଳ କୃଷ୍ଣ ଦାସ । ଗାନ୍ଧିଛକ ଫାଣ୍ଡି ଠାରୁ ମନ୍ତ୍ରୀ ଙ୍କ ବାସ ଭବନ ହେଲା 12 କିଲୋ ମିଟର ଦୂର ସେ ପଟେ ନିଜର ଜଣେ ଘନିଷ୍ଟ ସଂମ୍ପର୍କିୟ ଙ୍କୁ ଚାକିରୀ ଦେବାକୁ ଗୋପାଳ ନାବଦାସ ଙ୍କୁ ଅନୁରୋଧ କରିଥିଲା ଏହିଥି ସହିତ ବ୍ରହ୍ମପୁର କୁ ନିଜର ବଦଳି କରି ଦେବାକୁ ନିଜର ଅନେକ ଥର ମନ୍ତ୍ରୀ ଙ୍କୁ କହିଥିଲା ହେଲେ ମନ୍ତ୍ରୀ ନ ସୁଣିବା ସହ ଅପମାନିତ କରିବା ପରି କୁଆଡେ ବ୍ୟବହାର କରିଥିଲେ ।

ଜାହାକୁ ନେଇ ଗୋପାଳ ପ୍ରତି ହଂସା ପରାୟଣ ହୋଇ ଉଠିଥିଲା ବୋଲି ପୋଲିସ କହୁଛି । ନବ ଙ୍କ ଗସ୍ତର ଦୁଇ ଦିନ ପୂର୍ବରୁ ସେ ଜାଣିବାକୁ ପାଇଥିଲା ଯେ ଗାନ୍ଧିଛକ ଠାରେ ମନ୍ତ୍ରୀ ଙ୍କର ଏକ କାର୍ଯ୍ୟକ୍ରମ ରହିଛି । ଆଉ ଏହାକୁ ଏକ ସୁନିନ୍ତିତ ସୁଯୋଗ ଭାବି ଏମିତି ଏକ ଯୋଜନା ରଚିିଲା । ତେବେ ଏହାକୁ ନେଇ ଏବେ କ୍ରାଇମ ବ୍ରାଞ୍ଚ ଅଧିକ ତନ୍ନାଘନା ଚଳେଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *