ଗୋପାଳଙ୍କୁ ପୂର୍ବରୁ ନବ ଦାସ ଟ୍ରାଫିକ ହେଲମେଣ୍ଟ ଚେକିଂ ବେଳେ ଚାପୁଡ଼ା ମାରିଥିଲେ

Navadas

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ପରେ ତାଙ୍କର ମୃ-ତ୍ୟୁ ଘଟିଛି । ରାଜ୍ୟରେ ଜଣେ ମନ୍ତ୍ରୀଙ୍କର ଏଭଳି ହ-ତ୍ୟାକୁ ନେଇ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଛି । ତେବେ ତାଙ୍କୁ ଗୁଳି କରିଥିବା ପୋଲିସ ଏଏସଆଇ ଗୋପାଳ ଦାସଙ୍କର ମାନସିକ ସ୍ଥିତି ଠିକ ନଥିବା କହିଛନ୍ତି ତାଙ୍କ ପରିବାର । ତେବେ ଏ ନେଇ ଏଏସ୍‌ଆଇ ଗୋପାଳ ଦାସ ଙ୍କ ଧର୍ମପତ୍ନୀ କଣ କହୁଛନ୍ତି ଆସନ୍ତୁ ଜାଣିବା ।

ପତ୍ନୀ ଙ୍କ କହିବା ଅନୁଯାୟୀ ସ୍ୱାମୀ ଗୋପାଳ ଆଉ 7 ବର୍ଷ ପରେ ସର୍ଭିସ୍ ରୁ ରିଟାର୍ଡ ହୋଇଥାନ୍ତେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ଗୋପାଳ ଦାସ କିଏ ? ତେବେ ବନ୍ଧୁଗଣ ମିଳିଥିବା ସୂଚନା ଅନୁସାରେ ପୋଲିସ ଏଏସ ଆଇ ଝା଼ଡସୁଗୁଡା ର ବ୍ରଜରାଜ ନଗର ସ୍ଥିତ ଗାନ୍ଧିଛକ ଫାଣ୍ଡି ରେ ଇନଚାର୍ଜ ଥିଲେ । ସେ ବ୍ରଜରାଜ ନଗର ରେ ରହୁଥିବା ବେଳେ ଗଞାମ ଜିଲ୍ଲା ବ୍ରହ୍ମପୁର ବୈଦପୁର ଥାନା ଅନ୍ତର୍ଗତ ଆଙ୍କୁଲି ଶ୍ଲୀପାଞ୍ଚଳ ରେ ଗୋପାଳ ଦାସ ଙ୍କ ପରିବାର ରହୁଛନ୍ତି ।

gopal 1

ତେବେ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି ଆଉ ତାହା ସହିତ ଗୋପାଳ ଙ୍କର ସହକର୍ମୀ ମାନଙ୍କ ସହିତ ଗୋପାଳ ଙ୍କ ବିଷୟରେ ପଚାରା ଉଚରା କରିଛନ୍ତି । ଆଉ ତାଙ୍କର କଥା ଅନୁସାରି ଯାହା କୁହାଯାଉଛି କି ଗୋପାଳ ଙ୍କର ସାଙ୍ଗ ପ୍ରଦୀପ ବେହେରା ବିଶେଷ ଆଇନ ଜୀବି ଓ ଅଭୟ କୁମାର ସାହୁ ଗୋପାଳ ଙ୍କ ବିଷୟରେ କହିବାକୁ ଲାଗିଛନ୍ତି । ତେବେ ପ୍ରଦୀପ ବେହେରା ହେଉଛନ୍ତି ASI ଗୋପାଳ ଙ୍କର ସାଙ୍ଗ ଆଉ ପିଲା ଦିନରୁ ସେ ତାଙ୍କୁ ଜାଣିଛନ୍ତି ।

ତାଙ୍କର କହିବା ଅନୁସାରେ ଗୋପାଳ ହେଉଛନ୍ତି ବହୁତ ଭଲ ପିଲା । ଆଉ ସେ ତାଙ୍କର ଚାକିରୀ ଜୀବନରେ ଅନେକ କିଛି ପୁରସ୍କାର ପାଇଛନ୍ତି ଆଉ ସ୍ପୋର୍ଟ୍ସ ମେନ ଭାବରେ ନିଯୁକ୍ତ ହେବା ପରେ ସେ ଏହି କନେଷ୍ଟବଲ ର ଚାକିରୀ ପାଇଥିଲେ । ଆଉ ତାହା ପରେ ତାଙ୍କର ପ୍ରମୋସନ ହୋଇଥିଲା ASI ପଦ କୁ । କିନ୍ତୁ ସେ ତାଙ୍କ ସହିତ ମିସିଛନ୍ତି କିନ୍ତୁ ମାନସିକ ରୋଗ ଭଳି କୌଣସି ଲକ୍ଷଣ ସେ ଦେଖି ନାହାନ୍ତି ବୋଲି କହିଛନ୍ତି ।

kumar

ଆଉ ସେପଟେ ଅଭୟ କୁମାର ସାହୁ ଙ୍କ କହିବା ଅନୁସାରେ ଗୋପାଳ ଦାସ ଭଲ ମିଶନ୍ତି ତାଙ୍କ ସହିତ । ଆଉ ସେ କହିଥିଲେ କି ଟ୍ରାଫିକ ହେଲମେଣ୍ଟ ଚେକିଂ ବେଳେ ନବ ଦାସ ବିଜେଡି ର ଜଣେ କର୍ମୀ ତାଙ୍କ ଉପରକୁ ଚାପୁଡ଼ା ମାରିଥିଲେ ବୋଲି । ଆଉ ସେଥିପାଇଁ ତାହାର ପ୍ରତିଶୋଧ କୁ ନେବା ପାଇ ଗୋପାଳ ନବ ଙ୍କ ଉପରକୁ ଗୁଳି ଚଳାଇଛନ୍ତି ବୋଲି କହିବାକୁ ଲାଗିଛନ୍ତି ଅଭୟ । ଆଉ ତାଙ୍କର କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *