ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ନବ ଦାସ କୁ ଗୋପାଳ କଣ ପାଇଁ ମାରିଲା ଏହି ଗୋଟିଏ କଥା ସାରା ରାଜ୍ୟରେ ଗୁଞ୍ଜରଣ ସୃଷ୍ଟି କରୁଛି । ଜଣେ କେବିନେଟ ମନ୍ତ୍ରୀ ଙ୍କୁ ପୋଲିସ ASI ଗୁଳି କରି ମାରିଦେଲା ଏହି କଥାକୁ କେହି ସହଜ ରେ ଗ୍ରହଣ କରି ପାରୁ ନାହାଁନ୍ତି । ଏହା ପଛର କାରଣ ଜାଣିବାକୁ ରାଜ୍ୟ ସରକାର ଯେତିକି ଉତ୍ସୁକ ନାହାଁନ୍ତି । ତା ଠାରୁ ଅଧିକ ଉଦ୍ବେଗ ଜନସାଧାରଣ ଙ୍କ ମନରେ ଘଟଣା ସ୍ଥଳରେ ହିଁ ହ-ତ୍ୟା-କାରୀ ଗୋପାଳ ଧରା ପଡିଲା ।
ପୋଲିସ ତାକୁ ଏବଂ ତାର ବନ୍ଧୁକ କୁ ନିଜ କଷ୍ଟ୍ରୋଡି କୁ ନେଲା ରାଜ୍ୟ ସରକାର ଘଟଣା ର କେବଳ 2 ଘଣ୍ଟା ମଧ୍ୟରେ ତଦନ୍ତ ନିର୍ଦ୍ଦେଶ ଦେଲେ ସଂନ୍ଧ୍ୟା ସୁଧା କ୍ରାଇମ ବ୍ରାଞ୍ଚ ଏଡିଜି ଅରୁଣ ବୋତ୍ରା ଘଟଣା ସ୍ଥଳରେ ପହଁଚି ଗଲେ ଏହା ମଧ୍ୟରେ ଜଣେ ଅବସର ପ୍ରାପ୍ତ ବିଚାର ପତି ଙ୍କ ତତ୍ୱବଧାନ ରେ ତଦନ୍ତ ଚାଲିଛି । ହେଲେ 8 ଦିନ ପରେ 192 ଘଣ୍ଟା ରୁ ବି ଉର୍ଦ୍ଧ ସମୟ ବିତି ଜାଇଥିଲେ ବି ରେଜଲ୍ଟ ଜିରୋ ରହିଛି । ଗୋପାଳ ପାର୍ଟି ରୁ ହ-ତ୍ୟାର କାରଣ ବାହାର କରି ପାରୁ ନାହିଁ କ୍ରାଇମ ବ୍ରାଞ୍ଚ ।
ଆଉ ସେପଟେ ଗୋପାଳ ଦିର୍ଘ ଦିନ ଧରି ଯେଉଁଠାରେ କାମ କରୁଥିଲା । ସେହି ଫାଣ୍ଡି କୁ ଗୋପାଳ କୁ ନିଆଜାଇଥିଲା । ଗୋପାଳ କୁ ଗୋଟି ଗୋଟି କରି ସବୁ ପଚାରିଛି କ୍ରାଇମ ବ୍ରାଞ୍ଚ । ଆଉ ଗୋପାଳ ବି ସବୁ ସତ ମାନି ଜାଇଛି । ଏଠାରେ କହି ରଖିବାକୁ ଚାହିଁବୁ କ଼ଡା ସୁରକ୍ଷା ବଳୟ ମଧ୍ୟରେ ରିମାଣ୍ଡ ର ତିନିଦିନରେ ଗୋପାଳ ଦାସ କୁ ତା ନିଜ ଘରକୁ ନିଆଜାଇଥିଲା । ଏବଂ ସେଠାରେ କିଛି ସମୟ ଧରି ତଦନ୍ତ କଲା ପରେ ବ୍ରଜରାଜ ନଗର ର ଗାନ୍ଧିଛକ ଫାଣ୍ଡି କୁ ନିଆଜାଇ ଥିଲା ।
ଯେଉଁଠି ଦିର୍ଘ ଦିନ ଧରି ASI ଭାବେ କାର୍ଯ୍ୟ କରି ଆସୁଥିଲେ ଗୋପାଳ ସେହିଠାକୁ ନିଆଜାଇ ଥିଲା ଆଉ ସେଠାରେ ତନ୍ନ ତନ୍ନ କରି ଯାଞ୍ଚ କରିଛି କ୍ରାଇମ ବ୍ରାଞ୍ଚ । ତେବେ ଦୁଇ ଦିନ ତଳେ ଗୋପାଳ ର ପରିବାର ଲୋକଙ୍କୁ ପଚରା ଉଚୁରା କରିବା ସହିତ ଗୋପାଳ ର ଭାଇକୁ ପୋଲିସ ମଧ୍ୟ ଉଠେଇ ନେଇ ସେପଟେ ପଚରା ଉଚୁରା କରିଥିଲା । ଏମିତି କି ସେହି ଦିନ ଗୋପାଳ ଙ୍କ ଭାଇର ହୋଟେଲ ବନ୍ଦ ରହିଥିଲା । ଯେଉଁ ଦିନ ମନ୍ତ୍ରୀ ନବ ଦାସ ଙ୍କୁ ଗୁଳି କରିଥିଲା ଗୋପାଳ ।
ଆଉ ସେହିଥି ପାଇଁ ଭାଇ ଙ୍କ ଉପରେ ମଧ୍ୟ ସନ୍ଧେହ ବଢିଥିଲା । ଆଉ ସେହିଥି ପାଇଁ କ୍ରାଇମ ବ୍ରାଞ୍ଚ ଭାଇକୁ ମଧ୍ୟ ଉଠେଇ ନେଇଥିଲା । ପୁଣି ଏପଟେ ଗତ କାଲି ଗୋପାଳ ର ହାତ ଲେଖା ଚିଠି କୁ ଜବଦ କରିଛି କ୍ରାଇମ ବ୍ରାଞ୍ଚ । ତେବେ ସବୁ ଦିଗରୁ ଏବେ ତନ୍ନ ତନ୍ନ ଯାଞ୍ଚ କରୁଛି କ୍ରାଇମ ବ୍ରାଞ୍ଚ । ହେଲେ ତଥାପି ରେଜଲ୍ଟ ଜିରୋ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।