ତ୍ରାହିତ୍ରାହି ଡାକି ମତେ ଛାଡି ଦିଅ ବୋଲି ଜେଲରେ ଚିତ୍କାର କରୁଛି ଗୋପାଳ |

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ହ-ତ୍ୟାର ୨୬ ଦିନ ପରେ ବି ଖାମୁସ୍ ହୋଇ ପଡିଛି କ୍ରାଇମବ୍ରାଞ୍ଚ । ଆଉ ସେପଟେ ଅନ୍ଧାର କୋଠରୀ ଭିତରେ ତ୍ରାହି ତ୍ରାହି ଡାକୁଛି ଅଭିଯୁକ୍ତ ଗୋପାଳ ଦାସ । ଗୋପାଳ ଦାସଙ୍କୁ ତିନଟି ପର୍ଯ୍ୟାୟରେ ୧୩ଦିନ ଧରି ରିମାଣ୍ଡରେ ନେଇଥିଲା ତଦନ୍ତକାରୀ ସଂସ୍ଥା । ଏହାର ଭିତରେ ଅପରାଧ ପଛର ଉଦ୍ଦେଶ୍ୟ ସମ୍ପର୍କରେ ନିଶ୍ଚିତ ଭାବରେ ସତ ଉଗାଳି ଥିବ ଅଭିଯୁକ୍ତ ।

କିନ୍ତୁ ସବୁ ପରେ ବି କ’ଣ ପାଇଁ ଅନ୍ଧରରେ ବାଡ଼ି ବୁଲାଉଛି କ୍ରାଇମବ୍ରାଞ୍ଚ । ନାଁ ସତ ଜାଣି ବି ଲୁଚାଇବାକୁ ଉଦ୍ୟମ କରାଯାଉଛି । ଏବେ ନବ ଦାସଙ୍କ ହ-ତ୍ୟା କାଣ୍ଡକୁ ନେଇ ଉଠୁଛି ପଡୁଛି ଏ ସାରା ରାଜ୍ୟ । ବିଧାନ ସଭା ବି ତମ୍ଭିତ ପାଲ । ବିରୋଧୀ ବିଜେପି, କଂଗ୍ରେସ ସାମ୍ନାକୁ ଆଣୁଛନ୍ତି ନୂଆ ନୂଆ ଥିଅରି । ବ୍ୟକ୍ତିଗତ ରାଜନୈତିକ ବ୍ୟବସାୟ ଦିଗରେ ନବଙ୍କୁ ହ-ତ୍ୟା କରାଯାଇଥାଏ ବୋଲି ସନ୍ଦେହ କରୁଛନ୍ତି ବିରୋଧୀ ।

କିନ୍ତୁ ସେସବୁ ଦିଗରେ ଆଗଉନି ତଦନ୍ତ । ଆଉ ପ୍ରତିଦିନ ନୂଆ ନୂଆ ମୋଡ ନେଉଛି ଅଭିଯୁକ୍ତ ଗୋପାଳ ଦାସଙ୍କ ବ୍ୟକ୍ତିଗତ ଜୀବନ । କେତେବେଳେ ଜେଲରେ ପେପର ପଢୁଛନ୍ତି ତ କେତେବେଳେ ଭାଗବତ ତ ଆଉ କେତେବେଳେ ବଡ ଭାଇ ଦେଖା କରିବାକୁ ଆସୁଥୁବା ବେଳେ ନିଜ ସ୍ତ୍ରୀ ଓ ପିଲା ଛୁଆକୁ ମନେ ପକାଉଛନ୍ତି ଗୋପାଳ ଦାସ । ତେବେ ଖାଲି ଏତିକି ନୁହଁ କେତେବେଳେ ପାଗଳର ଆଖ୍ୟା ଦିଆ ଯାଉଛି ତ କେତେବେଳେ ଗୁମସୁମ୍ ହୋଇ ପଡୁଛନ୍ତି ଗୋପାଳ ଦାସ ।

Gopal Das

ସେ ସବୁ ଦିଗରେ ତଦନ୍ତ ଚାଲିଛି ଏବଂ ଏଫ୍. ବି. ଆଇ ର ସାହାର୍ଯ୍ୟ ନେଇଛି କ୍ରାଇମବ୍ରାଞ୍ଚ । କିନ୍ତୁ ମୋଟିଭ୍ ଯେ ସାମ୍ନାକୁ ଆସିବ ସେ ନେଇ ନବଙ୍କ ମୃ-ତ୍ୟୁ ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ବିଜେପି । ତେବେ ବିରୋଧୀଙ୍କ ଅଭିଯୋଗ ଯଦି ସତ ତାହାଲେ ନବ ହ-ତ୍ୟାର ତଦନ୍ତକୁ କେଉଁ ଦିଗକୁ ମୁଡୁଛି କ୍ରାଇମବ୍ରାଞ୍ଚ । ସେନେଇ ବିରାଟ ପ୍ରଶ୍ନବାଚୀ ଛିଡା ହୋଇଛି ।

କ’ଣ ରହିଛି ହ-ତ୍ୟା ପଛର ଷଡ଼ୟନ୍ତ୍ର । କାହାର ରହିଛି ହାତ । ଅନ୍ଧାରରେ ବାଡ଼ି ବୁଲାଉଛି କି କ୍ରାଇମବ୍ରାଞ୍ଚ । ଏପରି ଅନେକ କଥା ଏବେ ସାମ୍ନାକୁ ଆସୁଛି । ଆଉ ସେପଟେ ଅନ୍ଧାରର ଚାରି କାନ୍ଥ ଭିତରୁ ମୁକୁଳିବାକୁ ପ୍ରୟାସ ଆରମ୍ଭ କରିଦେଇଛି ଗୋପାଳ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *