ନାର୍କୋ ଟେଷ୍ଟ ପାଇଁ ରାଜି ହେଲା ଗୋପାଳ ,ଏଥର ବାହାରିବ ନବ ଦାସ ହ-ତ୍ୟାକାଣ୍ଡର କେତସତ କେତେ ମିଛ !

gopal

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋପାଳର ହେବ ନାର୍କୋ ଟେଷ୍ଟ । ନବ ଦାସଙ୍କ ହ-ତ୍ୟା ମାମଲାରେ ପୁଣିଥରେ ପାଞ୍ଚଦିନ ପାଇଁ ରିମାଣ୍ଡରେ ଯିବ ଗୋପାଳ । ତୃତୀୟ ଦଫାରେ ପୁଣିଥରେ ପାଞ୍ଚଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି କ୍ରାଇମବ୍ରାଞ୍ଚକୁ । ତେବେ ଗୋପାଳର ନାର୍କୋ ଟେଷ୍ଟ ଏବଂ ପଲିଗ୍ରାଫ୍ ଟେଷ୍ଟ ପାଇଁ ମିଳିଲା ଅନୁମତି । ଏନେଇ ଜେମ୍ ଏଫସି କୋର୍ଟରେ ଉଭୟ ଟେଷ୍ଟ ପାଇଁ ରାଜି ଥିଲା ଗୋପାଳ ।

ପାଞ୍ଚଦିନ ପାଇଁ ରିମାଣ୍ଡ ଓ ଟେଷ୍ଟ ପାଇଁ ଅନୁମତି ଦେଲେ ଜେମ୍ ଏଫସି କୋର୍ଟ । ଗୋପାଳର ଏଲଭିଏ ଟେଷ୍ଟ ମଧ୍ୟ ହୋଇସାରିଛି । ଏଲଭିଏ ଟେଷ୍ଟ ବି ହେଉଛି ଏକ ପ୍ରକାରର ଟେଷ୍ଟ ଯାହାଦ୍ୱାରା ସତ ଜାଣିହୁଏ । ସବୁଠାରୁ ବଡ କଥା ହେଉଛି ଗୋପାଳ ସତ କହୁଥିଲେ ମଧ୍ୟ କ୍ରାଇମବ୍ରାଞ୍ଚକୁ ଏହା ମିଛ ଲାଗୁଛି ।

gopal

କାରଣ ଗୋପାଳ ହେଉଛି ଜଣେ ଏସଆଇ ଏବଂ ସେ ଜାଣିଛି ତଦନ୍ତକୁ କେମିତି ଦିଗହରା କରାଯାଇପାରେ । ଯେଉଁଥିପାଇଁ କ୍ରାଇମବ୍ରାଞ୍ଚ ଗୋପାଳର ପ୍ରତିଟି କଥା ଉପରେ ସନ୍ଦେହ କରୁଛି । ତେବେ କ୍ରାଇମବ୍ରାଞ୍ଚକୁ ଲାଗୁଛି କି ଏହି ହ-ତ୍ୟା ପଛରେ ଅନେକ ଲୋକଙ୍କର ହାତ ରହିଛି ବୋଲି । ଗୋପାଳ ତଦନ୍ତକୁ ଦିଗହରା କରିବାକୁ ଚେଷ୍ଟା କରୁଛି ବୋଲି କ୍ରାଇମବ୍ରାଞ୍ଚକୁ ଲାଗୁଛି । ଯେଉଁଥିପାଇଁ ଏମିତି ସବୁ ଟେଷ୍ଟ ହେଉଛି ।

ତେବେ ନାର୍କୋ ଟେଷ୍ଟ ରେ ଗୋପାଳକୁ ଏକ ପ୍ରକାରର ଇଞ୍ଜେକସନ ଦିଆଯିବ । ଯେଉଁଥିରେ ଗୋପାଳ ବେହୁସ୍ ହୋଇଯିବ । ଯାହାପରେ କ୍ରାଇମବ୍ରାଞ୍ଚର ପ୍ରଶ୍ନରେ ମିଛ ଉତ୍ତର ଦେଇପାରିବନି ଗୋପାଳ । କାରଣ ମିଛ କହିବା ପାଇଁ ମନୋ ଏକ କଳ୍ପନା ଦୁନିଆର ସାହାରା ନେଇଥାଏ । ଯାହା ନାର୍କୋ ଟେଷ୍ଟରେ ହୋଇପାରେ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *