ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋଟେ ଝିଅକୁ ହ୍ୟାଣ୍ଡସମ ଚେହେରା ଦରକାର ନଥାଏ ଟିକେ ଭଲ ମନ ଥିବା ଦରକାର ରାଗି ଗଲେ ବୁଝେଇ ଦେଉଥିବ । ଟିକେ କଣ ଭଲ ଖାଇବା ଆଣି ଦେଉଥିବ ଏସବୁ ଦରକାର । ମାନେ ଯେମିତିକି ସ୍ୱାମୀ ରାତିରେ ଖାଇଲା ବେଳେ ଯଦି ସ୍ତ୍ରୀକୁ କହିଦେବ ଯେ ଆଜି ଖାଇବାଟା ପୁରା ବଢିଆ ହେଇଛି ବାସ ଏତିକି ଶୁଣିଲେ ସ୍ତ୍ରୀର ଦିନ ଯାକର କଷ୍ଟ ଦୂର ହେଇଯିବ । ଏମିତି କିଛି କାଳିଆଙ୍କ ସ୍ତ୍ରୀ କହିଥିଲେ ।
ଇତିକା ମାଡ଼ମ ଙ୍କ ବାହାଘରରେ କଳାକାର ମାନଙ୍କର ଭିଡ଼ ଯମିଛି ଆଉ ସବୁ କଳାକାର ମାନେ ନୂଆଁ ୱେରେ ମଜା ନଉଛନ୍ତି ଆଉ ସବୁ ଆଡେ ସେମାନେ ବୁଲୁଛନ୍ତି ହେଲେ ତାଙ୍କ ସହିତ କଥା ହଉ ହଉ ଆମ ପାଖରେ ଏବେ କାଳିଆ ଭାଇନା ପହଞ୍ଚିଯାଇଛନ୍ତି ଆଉ ତାଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ ଅଛନ୍ତି । କାଳିଆ ଭାଇନା କେମିତି ଅଛନ୍ତି? ସେ କହିଲେ ମୁଁ ବହୁତ ବଢିଆ ଅଛି ଯେତିକି ଭାବୁଛ ତାଠାରୁ ବି ବହୁତ ବଢିଆ ଅଛି । ମାଡ଼ମ ଆପଣ କେମିତି ଅଛନ୍ତି? ସେ କହିଲେ ମୁଁ ମଧ୍ୟ ବଢିଆ ଅଛି ପୁରା ପୁରି ବିନ୍ଦାସ ଅଛି ।
ଆପଣ ଦି ଜଣ ପୁରା ସେମ ତେବେ ଆପଣଙ୍କର ବୈବାହିକ ଜୀବନ ପୁରା ପୁରି ଭାବରେ ଭଲରେ କଟୁଥିବା କିଛି ଅସୁବିଧା ହଉନଥିବ । କାଳିଆ କହିଲେ କି ହଁ ବହୁତ ଭଲରେ ଅଛୁ ହେଲେ ତା ମାନେ ନୁହଁ ଯେ ସବୁବେଳେ ଖୁସିରେ ରହୁ ଦୁଃଖ ବି ଅଛି ସୁଖ ବି ଅଛି ସବୁ କିଛି ଅଛି ବେଳେ ବେଳେ ଝଗଡା ମଧ୍ୟ ହୁଏ । ଝଗଡା କହିଲେ କଉଭଳି ଝଗଡା? ସେ କହିଲେ ଝଗଡା କହିଲେ ଛୋଟ ମୋଟ ଝଗଡା ମାନେ ଯେମିତିକି ମୁଁ କଉ କାମରେ ବ୍ୟସ୍ତ ଥିବି ସେ ଆସିକି ବାରମ୍ବାର ଗୋଟେ ଜିନିଷ ମତେ କହିବ ତେଣୁ ଚିଡ଼ା ଲାଗେ ସେଥିପାଇଁ ଛୋଟ ଛୋଟ ଝଗଡା ହୁଏ ।
ଆଉ ଜଉ ଆମର କୁହାଯାଏ ଯେ ବାହାଘର ପରେ ସ୍ତ୍ରୀ ଆଗରେ ସବୁବେଳେ ମୁଣ୍ଡ ନୁଆଁଇ ଚଳିବାକୁ ପଡେ ଆଉ 1000 ଥର ସରି କହିବାକୁ ପଡେ,ତ ତା ବିଷୟରେ ଆପଣ କଣ କହିବେ? ସେ କହିଲେ ମୁଁ କାହା କଥା କହି ପାରିବିନି ହେଲେ ମୁଁ ମୋର ଯେତେବେଳେ ଯାହା ସ୍ୱତନ୍ତ୍ରତା ଚାହୁଁଛି ମତେ ମିଳି ଯାଉଛି ହେଲେ ଗୋଟେ ଗୋଟେ ଜିନିଷରେ ମିଳୁନି ଯେମିତିକି ରାତି 11 ଟା ପରେ ବାହାରେ ରହି ପାରିବିନି । ରାତି 11 ଟା ପରେ ଯେମିତି ହେଲେ ଘରେ ସମୟ ଦେବାକୁ ପଡ଼ିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।