ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଥମେ ଫେସବୁକରୁ ଫ୍ରେଣ୍ଡଶିପ୍ । ତାପରେ ପ୍ରେମରେ ପଡିଲେ ଯୁବତୀ । ପ୍ରେମ ପାଇଁ ସ୍ପିଡେନରୁ ଭାରତ ଆସିଲେ ପ୍ରେମିକା । ୧୦ବର୍ଷର ପ୍ରେମ ସମ୍ପର୍କ ପରେ କଲେ ବିବାହ । ଅଢେଇ ଅକ୍ଷରର ପ୍ରେମ । ଏହି ଶବ୍ଦ ରେ ଭରି ରହିଛି ଅନେକ ମହତ୍ୱ । ପ୍ରେମ କେତେବେଳେ ଆଉ କାହା ସାଥିରେ ହୋଇଯାଏ ତାହା ଜଣା ପଡିନଥାଏ । ସେଥିପାଇଁ ତ ପ୍ରେମ ଅନ୍ଧ ।
ପ୍ରେମ ଦେଖେ ନାହିଁ ଜାତି କି ନୀତି । ଆଉ ପ୍ରେମ ମାନେ ନାହିଁ ବୟସର ତାରତମ୍ୟ । ସେଥିପାଇଁ ତ ପ୍ରେମକୁ କୁହାଯାଏ ପ୍ରେମ ଶାଶ୍ୱତ, ପ୍ରେମ ଅମର, ପ୍ରେମ ଚିରନ୍ତନ । ପ୍ରେମ ମାନେ ନାହିଁ କୌଣସି ବନ୍ଧ ବାଢ । ଆଉ ପ୍ରେମ ଅନ୍ଧ ବୋଲି ଯେଉଁ ବାକ୍ୟ ଅଛି ତାହାଙ୍କୁ ପ୍ରମାଣ କରିଛନ୍ତି ଏହି ଦମ୍ପତି । ପ୍ରଥମେ ଫେସବୁକରୁ ଫ୍ରେଣ୍ଡଶିପ୍ ଆରମ୍ଭ ହୋଇଥିଲା । ଏହାପରେ ପ୍ରେମରେ ପଡିଥିଲେ ଦୁଇ ଯୁବକ ଯୁବତୀ ।
୧୦ ବର୍ଷ ଧରି ପ୍ରେମ ସମ୍ପର୍କ ଚାଲିବା ପରେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ଯୋଡିଙ୍କ ପ୍ରେମ ସମସ୍ତଙ୍କୁ ଚକିତ କରିଛି । କାରଣ ସାତ ଦରିଆ ଡେଇ ସ୍ପିଡେନର ଝିଅ ଭାରତର ପୁଅକୁ ବିବାହ କରିଛନ୍ତି । ସ୍ପିଡେନର କିଷ୍ଟିନା ନାମକ ଏକ ଯୁବତୀ ଏଠାର ଜଣେ ଯୁବକଙ୍କୁ ଏତେ ଭଲ ପାଉଥିଲେ ତେଣୁ ସେ ସାତ ଦରିଆ ପାର ହୋଇ ଭାରତରେ ପହଞ୍ଚିଥିଲେ ।
ଏହି ପ୍ରେମ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ପବନ କୁମାରଙ୍କ ପିତା ଗୀତମ ସିଂଙ୍କ ର ଅବାଗଡ ଜେଲେଶ୍ୱର ରୋଡରେ ଏକ ସାଇକେଲ ମରାମତି ଦୋକାନ ଅଛି । ଯେତେବେଳେ ପବନ କୁମାର କୀଷ୍ଚିନାଙ୍କ ସହ ବନ୍ଧୁତା କରିଥିଲେ ପରିବାର ଲୋକେ ଏହାକୁ ବିରୋଧ କରିଥିଲେ । ପରେ ସବୁକିଛି ଠିକ୍ ହୋଇଥିଲା ।
ଶୁକ୍ରବାର ଦିନ ଉତ୍ତରପ୍ରଦେଶ ଠାରେ ହିନ୍ଦୁ ପ୍ରଥା ଅନୁଯାୟୀ ଦୁହିଁଙ୍କର ବିବାହ ଶେଷ ହୋଇଛି । ଏହି ସମୟରେ କୀଷ୍ଚିନା ଜଣେ ସାଧାରଣ ଭାରତୀୟ ଯୁବତୀ ଭାବରେ ଦେଖାଯାଉଥିଲେ । ଏହି ବିବାହକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।