Exclusive: ନବ ଦାସକୁ କେମିତି ମା-ରିଛି ଦେଖାଇଲା ଗୋପାଳ

Gopal Das

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ କେମିତି ପ୍ଲାନ କରିଥିଲା କେମିତି ନବଦାସ ପାଖକୁ ଆସିଥିଲା ଏବଂ କେମିତି ବନ୍ଧୁକ ଉଠାଇ ତାଙ୍କ ଛାତିକୁ ଗୁଳି ମାରିଥିଲା । ସବୁ ଗୋଟି ଗୋଟି କରି ଦେଖାଇଛି ଆଜି ଅଭିଯୁକ୍ତ ଗୋପାଳ । କ୍ରାଇମବ୍ରାଞ୍ଚ ଦଳ ସହିତ ଆସି ଘଟଣା ସ୍ଥଳରେ ପହଞ୍ଚି ଗୋଟି ଗୋଟି କରି ସବୁ ଦେଖାଇଛି ଏସଆଇ ଅଭିଯୁକ୍ତ । ଘଟଣା ସ୍ଥଳରେ ତାର ହାତକୁ ମଧ୍ୟ ଖୋଲି ଦିଆଯାଇଥିଲା । ସେଠାରେ ସେ ହ-ତ୍ୟା ଦିନର ପୁରା ଆକସନ କରି ଦେଖାଇଥିଲା ।

ତେବେ ସିନ ରିକ୍ରିଏସନ ସମୟରେ ତା ପାଖରେ ଗୁଜୁରାଟ ଗାନ୍ଧୀ ନଗରୁ ଆସିଥିବା ଏକ ଫରେନ୍ସି ଟିମ୍ ଘଟଣା ସ୍ଥଳରେ ଉପସ୍ଥିତ ରହିଥିଲେ । ହ-ତ୍ୟା ହୋଇଥିବା ଘଟଣା ସ୍ଥଳରେ ଗୋପାଳ ପହଞ୍ଚିବାର ଏକ ଘଣ୍ଟା ପୂର୍ବରୁ ଉକ୍ତ ସ୍ଥାନକୁ ପୋଲିସ୍ ନିଜ ଆୟତକୁ ନେଇଥିଲା । ଗୋପାଳର ସୁରକ୍ଷା ଦୃଷ୍ଟିରୁ ପୋଲିସ୍ ଘଟଣା ସ୍ଥଳରେ ରହି ପରସ୍ଥିତିକୁ ଅନୁଧ୍ୟାନ କରିଥିଲା ।

gopal 2

ପରସ୍ଥିତି ସୁଧୁରିବା ପରେ କ୍ରାଇମବ୍ରାଞ୍ଚଦଳ ଗୋପାଳକୁ ନେଇ ଆସିଥିଲେ । ଆଉ ପହଞ୍ଚିଲା ପରେ ହତ୍ୟା କେମିତି କରିଥିଲା ସେସବୁକୁ ଟିକ୍ ଟିକ୍ କରି ଦେଖାଇଥିଲା ଗୋପାଳ । ହ-ତ୍ୟା ଦିନ କାହା କାହା ସହ କଥା ହୋଇଥିଲା ବନ୍ଧୁକକୁ କେଉଁଠି ଖୋସିଥିଲା ନବଦାସ କାରରୁ ଉଲାହିଲା ପରେ କେମିତି ପାଖକୁ ଆସି ହ-ତ୍ୟା କଲା ଏବଂ ହ-ତ୍ୟା କରିବା ସମୟରେ ତାର ମାନସିକ ସ୍ଥିତି କେମିତି ଥିଲା ଏମିତି ସବୁ ସିନ୍ ରିକ୍ରିଏସନ ରେ କ୍ରାଇମବ୍ରାଞ୍ଚକୁ ଦେଖାଇଛି ଗୋପାଳ ।

ଏହାମଧ୍ୟ ଦେଖାଇଥିଲା କି ଯେତେବେଳେ ମୁଣ୍ଡକୁ ମାରିବାକୁ ଚାହିଁଛି ଛାତିରେ ଗୁଳି ବାଜିଥିଲା ତାପରେ ମଧ୍ୟ କେମିତି ଦୁଇଥର ଆଉଥରେ ମୁଣ୍ଡକୁ ଗୁଳି କରିବା ପାଇଁ ଚେଷ୍ଟା କରିଥିଲା ତାହା ମଧ୍ୟ ସେଠାରେ ଆକସନ କରିଥିଲା । ତେବେ ଆଜି ହେଉଛି କ୍ରାଇମବ୍ରାଞ୍ଚର ରିମାଣ୍ଡ ଅବଧିର ଶେଷଦିନ । ଏହି ଅବଧି ମଧ୍ୟରେ ସତ ଜାଣିବା ମେସିନରେ ଗୋପାଳର ଏଲ. ବିଏ ଟେଷ୍ଟ କରାଯାଇଛି । ଯେଉଁଥିରେ କ’ଣ ପ୍ରମାଣ ମିଳିଛି ତାହା କ୍ରାଇମବ୍ରାଞ୍ଚ ପ୍ରକାଶ କରିନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *