କୁକୁର ଆବେଦନ କଲା ଜାତି ପ୍ରମାଣପତ୍ର । ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ…

dog

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ କୁକୁର ଆବେଦନ କଲା ଜାତି ପ୍ରମାଣ ପତ୍ର । ଆବେଦନ ପତ୍ର ଦେଖି ଚକିତ ହେଲେ ବିଭାଗୀୟ କର୍ମଚାରୀ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଚିତ୍ର । ବିହାର ବୟାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜାତି ପ୍ରମାଣ ପତ୍ର ପାଇଁ ଟମି ନାମକ ଏକ କୁକୁର ଆବେଦନ କରିଥିବା ସରକାରୀ କାର୍ଯ୍ୟାଳୟ ପକ୍ଷରୁ ଜଣା ପଡିଛି ।

ଗତ ଜାନୁୟାରୀ ୭ ରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତରଫରୁ ଜାତି ଭିତ୍ତିକ ଜନଗଣନା ଆରମ୍ଭ କରାଯାଇଥିଲା । ବିହାରର ଅନେକ ଲୋକ ଜାତି ପ୍ରମାଣ ପତ୍ର ପାଇଁ ଆବେଦନ କରିଥିବା ବେଳେ ଟମି ମଧ୍ୟ ଏଥିରୁ ଜଣେ ଥିଲା । ଆଧାର କାର୍ଡର ଆବଶ୍ୟକତା ରହିଥିବା ବେଳେ ଟମିର ଆଧାର କାର୍ଡର ଫଟୋ ମଧ୍ୟ ଆବେଦନ ସାଇଟ୍ ରେ ଅପଲୋଡ଼ କରାଯାଇଛି ।

applied

ଆଧାର କାର୍ଡରେ ଥିବା ତଥ୍ୟ ଅନୁସାରେ ବାପାଙ୍କ ନାମ ଜାଗାରେ ସେରୁ ଓ ମାଁଙ୍କ ସ୍ଥାନରେ ଗିନି ଲେଖାଯାଇଛି । ସେହିପରି ପେସା ସ୍ଥାନରେ ଛାତ୍ର ବୋଲି ଲେଖାଯାଇଥିଲା । ଖାଲି ଏତିକି ନୁହେଁ କୁକୁରର ଆଧାର ନମ୍ବର ମଧ୍ୟ ପ୍ରମାଣ ପତ୍ରରେ ଦିଆଯାଇଛି । ଆଉ ସେହି ଆଧାର କାର୍ଡ ମଧ୍ୟ ଅପଲୋଡ଼ କରାଯାଇଛି । ମୋବାଇଲ ନମ୍ବର ଦିଆଯାଇଥିବା ସହ ଜନ୍ମ ତାରିଖ ମଧ୍ୟ ରହିଛି ।

ଖାଲି ସେତିକି ନୁହଁ ଆଧାର କାର୍ଡରେ କୁକୁରର ଫଟୋ ମଧ୍ୟ ରହିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଟମିର ଆଧାର କାର୍ଡ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ସରକାରୀ ଅଫିସରଙ୍କ ଅଭିଯୋଗ କର୍ମେ ସ୍ଥାନୀୟ ପୋଲିସ ଘଟଣାରେ ସଂପ୍ରୁକ୍ତ ଥିବା ବ୍ୟକ୍ତିଙ୍କୁ ଖୋଜି ବାହାର କରିବା ଆରମ୍ଭ କରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *