ମୁଖ୍ୟମନ୍ତ୍ରୀ କେସିଆର ଙ୍କୁ ଦେଲେ ଜୋତା ଉପହାର…

Chief Minister

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଜୋତା ଉପହାର ଦେଇ ପଦଯାତ୍ରାକୁ ଆହ୍ୱାନ । ମୁଖ୍ୟମନ୍ତ୍ରୀ କେସିଆରକୁ ଜୋତା ଉପହାର ଦେଲେ ଶର୍ମିଲା । ପ୍ରତିଶୃତି ରକ୍ଷା କରିନାହାନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରି ଜୋତା ଉପହାର । ଏଭଳି ଉପହାର ପ୍ରଦାନ କରିଛନ୍ତି YSDR ମୁଖ୍ୟ ।

ସୂଚନା ଅନୁସାରେ ଗଣମାଧ୍ୟମକୁ ଉଦ୍ଭାଦନ ଦେବାବେଳେ ଯୁବାଜନ ଶ୍ରମିକ ରାୟତୁ ତେଲେଙ୍ଗାନା ପାର୍ଟିର ମୁଖ୍ୟ ଗୋଟିଏ ଜୋତା ବାକ୍ସ ଉପସ୍ଥାପନ କରି କହିଲେ କି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାହୁ ସେ ହଳେ ଜୋତା ଉପହାର ଦେବା ସହିତ ପଦଯାତ୍ରାରେ ଯୋଗ ଦେବାପାଇଁ ଆହ୍ୱାନ ଦେଇଛନ୍ତି । ପୂର୍ବରୁ ଯେଉଁ ସ୍ଥାନରେ ତାଙ୍କ ପଦଯାତ୍ରା ବନ୍ଦ ହୋଇଥିଲା ଠିକ୍ ସେହି ସ୍ଥାନରେ ପଦଯାତ୍ରା ଆରମ୍ଭ ହେବ ।

CM

ଗଣମାଧ୍ୟମକୁ ଉଦ୍ଭାଦନ ଦେବାବେଳେ ସେ ଗୋଟିଏ ଜୋତା ବାକ୍ସ ଦେଖାଇ କହିଲେ ଏ ଜୋତା ହଳକ ସେ କେସିଆରକୁ ଉପହାର ଦେଉଛନ୍ତି । ମୋ ସହିତ ପଦଯାତ୍ରାରେ ଚାଲିବା ପାଇଁ ତେଲେଙ୍ଗାନା ର ମୁଖ୍ୟମନ୍ତ୍ରୀ କେସିଆରକୁ ଆହ୍ୱାନ ଦେଇଛି । ସେ କହୁଛନ୍ତି ଏଇଟା ସୁନାର ତେଲେଙ୍ଗାନା । ଏଠାରେ କୌଣସି ସମସ୍ୟା ନାହିଁ । ସେ ମୋ ସହିତ ପଦଯାତ୍ରାରେ ଚାଲନ୍ତୁ ।

ତାଙ୍କ କହିବା ଅନୁସାରେ ଯଦି ରାଜ୍ୟରେ କୌଣସି ସମସ୍ୟା ନଥିବ ତେବେ ମୁଁ ରାଜନୀତି ଛାଡିଦେବି ବୋଲି ଶର୍ମିଲା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯଦି ତାହା ସତ୍ୟ ହୋଇନଥିବ କେସିଆର ଇସ୍ତଫା ଦେବା ସହିତ ରାଜ୍ୟ ବାସୀଙ୍କୁ କ୍ଷମା ଭିକ୍ଷା କରିବେ । ସେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଜଣେ ଦଳିତଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବା ଆବଶ୍ୟକ । କେସିଆର ଅନେକ ପ୍ରତିଶ୍ରୁତି ଦେଉଛନ୍ତି । କିନ୍ତୁ ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବାରେ ଅସମର୍ଥ ହୋଇଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *