ଅସହାୟ ଗରମରେ କଲବଲ ହେଉଛି ରାଜ୍ୟ ରାଜଧାନୀ ଭୁବନେଶ୍ୱର ,୩୮ଡିଗ୍ରୀ ଛୁଇଁଲା ତାପମାତ୍ରା

temperature

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯାହା ଅନୁମାନ କରାଯାଉଥିଲା ତାହା ସତ ହେଲା । ଗରମ କଡେଇରେ ଭାଜି ହେଲା ଭୁବନେଶ୍ୱର । ରାଜ୍ୟ ରାଜଧାନୀ ଭୁବନେଶ୍ଵରର ତତି ରେକର୍ଡ କରିଛି ୩୮ ଡିଗ୍ରୀ ଛୁଇଁଛି । ଚଳିତ ବର୍ଷ ଫେବୃଆରୀରେ ପ୍ରଥମ କରି ମଙ୍ଗଳବାର ସର୍ବାଧିକ ତାପମାନ ରେକର୍ଡ କରାଯାଇଛି । ଆଉ ରାଜ୍ୟ ରାଜଧାନୀ ଭୁବନେଶ୍ଵରର ଦିନର ତାପମାତ୍ରା ରହିଛି ୩୮ ଡିଗ୍ରୀ ଯାହା ସର୍ବାଧିକ ।

ଅନୁଗୁଳରେ ତାପମାତ୍ରା ୪୭. ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ତାଳତେରୀରେ ୩୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କଟକରେ ୩୫.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ତାପମାତ୍ରା ୩୮ ଡିଗ୍ରୀ ଛୁଇଁଛି । ୯ଟି ସ୍ଥାନର ଦିନର ତାପମାତ୍ରା ୩୬ ଡିଗ୍ରୀ ଅତିକ୍ରମ କରିଛି । ଆଉ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ମାନେ ପରାମର୍ଶ ଦେଇଛନ୍ତି ।

high-temp

ଆଉ ସେପଟେ ଆସନ୍ତା ୫ଦିନ ପାଗ ଶୁଖିଲା ରହିବ । କିଛି ଅଞ୍ଚଳରେ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ପଶ୍ଚିମା ପବନ ବହିବା ଦ୍ୱାରା ୨୬ ତାରିଖରେ ଗୁଜୁରାଟ , ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ତାପମାତ୍ରା ବଢିବ । ଏହାର ପ୍ରଭାବରେ ରାଜ୍ୟରେ ଗରମ ବଢିବ ଏବଂ ମାର୍ଚ୍ଚ ଆରମ୍ଭରୁ ଗରମ ଅନୁଭୂତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ତେବେ ଏହାରି ଭିତରେ କିନ୍ତୁ କାଲି ଯେତେବେଳେ ୩୮ ଡିଗ୍ରୀ ଛୁଇଁଛି ରାଜ୍ୟ ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ଠିକ୍ ସେତିକିବେଳେ ଲୋକଙ୍କ ମନରେ ଛାନିଆ ପସିଛି । ଘରୁ ବାହାରିଲା ବେଳକୁ ମୁହଁ ପୋଡି ଯାଉଥିଲା । ଯାହା ଆଶା କରାଯାଉଥିଲା ତାହା ସତ ହୋଇଛି । ରାଜଧାନୀ କାଲି ସବୁଠାରୁ ଉତ୍ତପ୍ତ ସହର ରହିଛି । ୩୮ ଡିଗ୍ରୀ ଛୁଇଁଛି ରାଜ୍ୟ ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ।

7ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *