ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଗୁଳିମାଡ଼ ଘଟଣା ରେ NICU ମେଡିକାଲ ରୁ ଡିସଚାର୍ଜ ହୋଇଛନ୍ତି । ଜିବନ ନାୟକ ଯିଏକି ନବ ଦାସ ଙ୍କ ପାଖରେ ରହିଥିଲେ ଆଉ ତାଙ୍କୁ ମଧ୍ୟ ଗୁଳି ବାଜି ଥିଲା । ତେବେ ଗତ 29 ତାରିଖରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ ଗୁଳି ମାଡ ଘଟଣା ରେ ଆହାତ ହୋଇଥିବା ଇଏ ହେଉଛନ୍ତି ଜିବନ ନାୟକ ।
ତେବେ ଆଜି ସେ ବୁର୍ଲା ଭିରସାର ମେଡିକାଲ ରୁ ଡିସଚାର୍ଜ ହେବା ପରେ ସେ ସମ୍ବଲପୁର ର ଅଧିଷ୍ଟାତ୍ରୀ ଦେବି ମାଆ ସମଲେଶ୍ୱରୀ ଙ୍କ ଦର୍ଶନ କରିବାକୁ ଆସିଥିଲେ ଆଉ ସେହି ଅବସର ରେ ସେ କହିଥିଲେ ସେହି ଦିନ ସେ ଅନ୍ୟ ସମର୍ଥକ ଙ୍କ ସହିତ ଗାନ୍ଧି ଛକ ନିକଟ ରେ ମନ୍ତ୍ରୀ ଙ୍କ ସ୍ୱାଗତ କରିବା ନେଇ ଅପେକ୍ଷା କରିଥିଲେ ।
ଆଉ ଯେମିତି ମନ୍ତ୍ରୀ ଆସିଜାଇଥିଲେ ସେ ସଙ୍ଗେ ସଂଙ୍ଗେ ଦୌଡି ଜାଇ ତାଙ୍କ ପାଦକୁ ଛୁଇଁଥିଲେ । ହେଲେ ସେହି ସମୟ ରେ କିଛି ବୁଝିବା ଆଗରୁ ତାଙ୍କର ବେକ ରେ ଗୁଳି ବାଜି ଅନ୍ୟ ପଟୁ ବାହାରି ଜାଇଥିଲା । ଏମିତି ବେଳେ ଝାଡସୁଗୁଡା ରେ ଚିକିତ୍ସା ପରେ ତାଙ୍କୁ ବୁର୍ଲା ବଡ ମେଡିକାଲ କୁ ପଠାଜାଇ ଥିଲା । ତେବେ ଜିବନ ନାୟକ ଙ୍କ ପ୍ରକୃତ ଘର ଗଜପତି ଜିଲ୍ଲାର ପାରାଲାଖେ ମୁଣ୍ଡି ଅଞ୍ଚଳ ରେ ଜଣା ପଡଛି । ସେ ବ୍ରଜରାଜ ନଗର ସ୍ଥିତ ଏକ ସୁରକ୍ଷା ସଂସ୍ଥା ରେ କାମ କରୁଛନ୍ତି ।
ତେବେ ଗତ 8 ମାସ ହେଲା ସେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଭେଟି ସେ ତାଙ୍କ ସହିତ ଯୋଡିତ ଥିଲେ ବୋଲି ସେ କହିଛନ୍ତି । ତେବେ ଜିବନ କହିବା କଥା ବି ସେ ଦିନ ଅଭିଯୁକ୍ତ ଗୋପାଳ ଦାସ ବି ତାଙ୍କ ସହିତ ଛିଡା ହୋଇଥିଲେ । ତାଙ୍କର ହାବ ଭାବ ରୁ ସେମିତି କିଛି ପରିଲକ୍ଷିତ ହେଉ ନଥିଲା । ଟ୍ରାଫିକ୍ ବ୍ୟବସ୍ଥା ସୁଧାରିବାକୁ ଜିବନ ମଧ୍ୟ ତାକୁ କହିଥିଲେ । ସେହି କାମ ପାଇଁ ଲୋକ ଅଛନ୍ତି କହି ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ କାର ପାଖକୁ ଚାଲି ଜାଇଥିଲେ ଗୋପାଳ । ଆଉ ତା ପରେ ଏମିକି ଘଟଣା ହୋଇଥିଲା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।