ଏବେଠୁ ୩୫, ଆଗକୁ କେତେ ? ପ୍ରବଳ ଖରାରେ ସିଝିବ ଓଡ଼ିଶା, ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର

temperature

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଶୀତ ସରିଯାଇଛି ଯାହା ଫଳରେ ପୁରା ଓଡିଶାରେ ଉଭୟ ଦିନ ଆଉ ରାତିରେ ତାପମାତ୍ରା ଧୀରେ ଧୀରେ ବୃନ୍ଧି ପାଉଁଛି । ଆସନ୍ତା ୨ରୁ ୩ଦିନ ମଧ୍ୟରେ ଅନେକ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଛୁଇଁବ ବୋଲି ପୂର୍ବାନୁମାନ କଲାଣି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଉ ଯାହାକୁ ଶୁଣି ସାରିବା ପରେ ଛାତିରେ ଛନକା ପସିଲାଣି । ଏବେଠୁ ୩୫ ଆଗକୁ କେତେ ବୋଲି ମନରେ ପ୍ରଶ୍ନ ଉଙ୍କି ମାରିଲାଣି ।

ଗତକାଲି ଦିନ ୧୧ଟା ସୁଧା ଭୁବନେଶ୍ୱର ତାପମାତ୍ରା ୩୩.୪ ଡିଗ୍ରୀ ଛୁଇଁ ଯାଇଥିଲା । ଆଗକୁ ଆହୁରି ଖରାର ପ୍ରକପ ବଢିବ ବୋଲି ପୂର୍ବାନୁମାନ କରୁଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ମାର୍ଚ୍ଚ ର ପ୍ରଥମ ସପ୍ତାହ ବେଳକୁ ପ୍ରଚଣ୍ଡ ଖରାରେ କଲବଲ ହେବ ବୋଲି ଏକ ପ୍ରକାର ସ୍ପଷ୍ଟ ଚିତ୍ର ଆସିଲାଣି ।

Increase in temperature

ଗତ ରାତିରେ ସର୍ବନିମ୍ନ ତାପମାତ୍ରା ଜିଉଦୟଗିରି ରେ ୧୧.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ନବରଙ୍ଗପୁରରେ ୧୩.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ଭୁବନେଶ୍ଵରରେ ୨୦.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କଟକରେ ରହିଛି ୨୦.୬ ଡିଗ୍ରୀ ।

ଆଉ ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ଵରର ପାଗ ଖରାଟିଆ ରହିବ ମେଘ ମୁକ୍ତ ରହିବ ଆଉ ସର୍ବନିମ୍ନ ତାପମାତ୍ରା ୩୫ ଡିଗ୍ରୀ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଉ ସେପଟେ ରାତିର ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରୀ ମଧ୍ୟରେ ରହିବ । ଯାହା କଲବଲ କରିବ । ଆଉ ଗୁଳୁଗୁଳି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *