ଇଡି ଚାର୍ଜସିଟରେ କାହା ନାଁ …. ଏବେଠୁ ସଭିଙ୍କ ପିଳେହିପାଣି | ଏହି ନେତାଙ୍କର ଅଛି ନା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସରିବ ଅର୍ଚ୍ଚନା ମାମଲାର ଲମ୍ବା ପ୍ରତୀକ୍ଷା । ୧୩ ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିବ ଇଡି । ଫିଟିବ ସ୍ବାମୀ, ସ୍ତ୍ରୀଙ୍କ କଳା ସାମ୍ରାଜ୍ୟର ଗୁମର । ପଦାକୁ ଆସିବ ବଡ ବଡିଆଙ୍କ ସିକ୍ରେଟ ଲିଙ୍କ । ନାଁ ଆସିବା ଭୟରେ ଏବେଠୁ ହେଲାଣି ସଭିଙ୍କ ପିଳେହି ପାଣି । ଲେଡି ବ୍ଲାକମେଲ୍ ର ଅର୍ଚ୍ଚନା ନାଗଙ୍କ ମାମଲାରେ ଆଜି ଇଡି ଚାର୍ଜସିଟ୍ ଦାଖଲ କରିବ ।

୧୩ ଶହ ପୃଷ୍ଠାର ଏହି ପ୍ରାଥମିକ ଚାର୍ଜସିଟ୍ ରେ ଅର୍ଚ୍ଚନା ନାଗ ମାମଲାର ଏକ ବିସ୍ତୃତ ରିପୋର୍ଟ ରହିଛି । ଏଥିରେ ଅର୍ଚ୍ଚନା ର ସମସ୍ତ କଳା ଧନ୍ଦାର ଚିଠାକୁ ନେଇ ତାଙ୍କୁ ଏଥିରେ ସାହାର୍ଯ୍ୟ ସହଯୋଗ କରୁଥିବା ବ୍ୟକ୍ତି ମାନଙ୍କର ତାଲିକା ମଧ୍ୟ ଥାଇପାରେ । ଚୋର ମନ ଚୋର ଗଣ୍ଠିରେ ରହିଲା ଭଳି ଯାହାକୁ ନେଇ ଏବେ ଭାଳେଣି କରିବାକୁ ନେଇ ଲାଗି ପଡିଲେଣି ଅନେକ । କାଳେ ନାଁ ପଦାକୁ ଆସିଯିବ ସବୁ ସତ ଧରା ପଡିଯିବ ସେହି ଭୟରେ ସଭିଙ୍କ ପିଳେହି ପାଣି ହେଲାଣି ।

Jagbandhu Archana

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅର୍ଚ୍ଚନା , ଜଗବନ୍ଧୁ ଓ ଖଗେଶ୍ୱର ବିରୋଧରେ ଏହି ଚାର୍ଜସିଟ୍ ଦାଖଲ କରାଯିବ । ଏହା ସହିତ ଜେରାର ସମ୍ମୁଖୀନ ସମସ୍ତଙ୍କ ର ଅଡିଓ, ଭିଡିଓ ରେକର୍ଡିଂ ବି ଦାଖଲ କରାଯିବ ବୋଲି ସୂଚନା ମିଳୁଛି । ଏହା ପୂର୍ବରୁ ଅର୍ଚ୍ଚନା ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏବଂ ସହଯୋଗୀ ଖଗେଶ୍ୱରର ସମ୍ପତ୍ତି କୁ ବାଜାପ୍ତି କରିବାକୁ ତିନି ଜଣକୁ ଇଡି ନୋଟିସ ଜାରି କରିଛି ।

ଜବଦ ହୋଇଥିବା ସମ୍ପତ୍ତି କାହିଁକି ବାଜ୍ୟାପ୍ତି ନହେବ ତାହା ଜଣାଇବାକୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ତିନି ଜଣକ ଆର୍ଥିକ କାରବାରର ଖୁଲାସା ପାଇଁ ସେମାନଙ୍କୁ ଏକାଧିକ ରିମାଣ୍ଡରେ ଆଣି ଇଡି ଜେରା କରି ସାରିଛି । ସେହିପରି ଅର୍ଚ୍ଚନା ନାଗଙ୍କ ଆଲିସାନ୍ ବଙ୍ଗଳା ଏବଂ ଇଣ୍ଟେରିଅର ବାବଦରେ କେତେ ଖର୍ଚ୍ଚ ହୋଇଛି ତାର ମୂଲ୍ୟାଙ୍କନ କରୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ ।

କିଛିଦିନ ତଳେ ଇଡି ର ଏକ ସ୍ୱତନ୍ତ୍ର ଟିମ୍ ଅର୍ଚ୍ଚନାଙ୍କ ଭୁବନେଶ୍ୱର ସପ୍ତବିହାର ଘରକୁ ଯାଇ ମାପଚୁପ ମଧ୍ୟ କରିଛି । ହେଲେ ଗୋଟିଏ ଦିଗକୁ ନେଇ ଏବେବି ଇଡି ଦ୍ୱନ୍ଦରେ । ଅର୍ଚ୍ଚନାଙ୍କ ଆଲିସାନ୍ ଜୀବନ ଶୈଳୀ ପଛରେ କାହା ହାତ ରହିଛି । କେଉଁଠୁ ତାଙ୍କୁ ଆସୁଥିଲା ପୁଳା ପୁଳା ଟଙ୍କା । ସେମାନଙ୍କର ରୋଜଗାରର ମୁଖ୍ୟ ସ୍ରୋତ କ’ଣ ଏହି କିଛି ପ୍ରଶ୍ନ ର ଉତ୍ତର ଜଗବନ୍ଧୁ ଓ ଅର୍ଚ୍ଚନା ଠିକ୍ ଭାବରେ ଦେଉନଥିବାରୁ ମାମଲାରେ ଅନେକ କଳାବାଟ ରହିଥିବାର ଆଶଙ୍କା କରୁଛି ଇଡି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *