ଯିଏ ଭୁଲ କରିବ ମୁଁ ତାକୁ ପାଠ ପଢେଇବି |

Siddhanta Mahapatra

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ସିଦ୍ଧାନ୍ତ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରିର ଜଣେ ବରିଷ୍ଠ ଅଭିନେତା । ସେ ଅନେକ ସୁପର ହିଟ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି ।

ଏମିତିରେ ସିଦ୍ଧାନ୍ତ ନିଜ ଲାଇଫ ଷ୍ଟାଇଲ ଆଉ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ଗତ କିଛି ସମୟ ହେବ ସେ ନିଜର ଏକ ସାକ୍ଷାତ୍କାର ପାଇଁ ସବୁ ଆଡେ ଚର୍ଚ୍ଚାରେ ରହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସିଦ୍ଧାନ୍ତଙ୍କ ଏହି ସାକ୍ଷାତ୍କାର ଭିଡିଓ ବିଷୟରେ କହିବା ପାଇଁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିନେବା ଏହି ବିଷୟରେ ।

Siddhanta

ସିଦ୍ଧାନ୍ତ ନିଜ ସାକ୍ଷାତ୍କାରରେ କହିଛନ୍ତି ଯେ କିଛି ଦିନ ପୂର୍ବରୁ ମୋର ଗୋଟେ ଭିଡିଓ ଭାଇରାଲ ହେଇଥିଲା ମୁଁ ଜଣେ ବ୍ୟକ୍ତିଙ୍କୁ ପାଟି କରୁଥିଲି । ତେଣୁ କଣ ଗୋଟେ ଭୁଲ ହେଇଥିବ ବୋଲି ତ ମୁଁ କହିଲି । ଆମର ଅଭ୍ୟାସ ହେଉଛି ଆମ ସମୟ ପଳେଇ ଯିବ ମୁଁ ଜେବ୍ରା କ୍ରସିଂ କ୍ରଶ କରିଯିବି ଦୁଇ ଫୁଟ ଆଗରେ ରହିଗଲେ ମୁଁ ଆଗୁଆ ପଳେଇ ଯିବି ହେଲେ ଆଗକୁ ଯାଇ କରିବା କଣ ଗୋଟେ ସେକେଣ୍ଡର କଥା ଏହା ।

ଗୋଟେ ସେକେଣ୍ଡରେ ବି କେତେ କଣ ଘଟି ଯାଏ ତେଣୁ ଆମ ସମସ୍ତଙ୍କୁ ନିୟମ ମାନି ଚଳିବା ଜରୁରୀ । ସେହିଥି ପାଇଁ ଆମ ସମସ୍ତେ ଏସବୁରେ ସାବଧାନ ହେବା ଦରକାର । ମୋର ନୂଆ ଲୁକ୍ସ ଉପରେ ମୋ ସ୍ତ୍ରୀଙ୍କ ହାତ ରହିଛି ତାଙ୍କ ହାତ ବିନା ତ ମୋର ଗତି ନାହିଁ । ମୋ ସ୍ତ୍ରୀ ସବୁବେଳେ ମୋ ସହ ଛାଇ ପରିକା ରହିଛନ୍ତି । ମୋ ମେକ ଅପ୍ ମୁଁ ନିଜେ କରେ ମୋତେ ଅଧିକ ରୁ ଅଧିକ 20 – 25 ମିନିଟ ଲାଗେ ।

ଏଥର ଟିକେ ବ୍ୟତିକ୍ରମ ହେଇଗଲା ନୂଆ ବର୍ଷରେ ମୁଁ ମୋ ଘରେ ନଥିଲି ମୁଁ ଟିକେ ବାହାରେ ଥିଲି । ନୂଆ ବର୍ଷ ପରେ ହିଁ ଘରକୁ ଆସିଲି ହେଲେ ଟେକ୍ନୋଲୋଜି ଆଗେଇଛି ତେଣୁ ଭିଡିଓରେ ଦେଖା ହେଲା । କିନ୍ତୁ ମୋ ପରିବାର ସହ ମୁଁ ନୂଆ ବର୍ଷରେ ରହିବା ପାଇଁ ଚାହେଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *